ଦେଶ- ବିଦେଶ

ଗୁଜରାଟରେ ଟ୍ରେନ ଦୁର୍ଘଟଣା ଷଡଯନ୍ତ୍ର ବିଫଳ, ଟ୍ରାକରେ ରଖାଯାଇଥିଲା ଲୁହା ଖଣ୍ଡ

ନୂଆଦିଲ୍ଲୀ ୨୧।୦୯: ଗୁଜୁରାଟରେ ଏକ ଟ୍ରେନକୁ ଦୁର୍ଘଟଣା ପାଇଁ ଏକ ବଡ ଷଡଯନ୍ତ୍ର ରଚାଯାଇଥିଲା। ସୁରତ ନିକଟସ୍ଥ ବଡଦୋରା ଡିଭିଜନ ଅଧୀନରେ ଥିବା ଅପ୍ ଲାଇନ୍ ରେଳ ଟ୍ରାକ୍କୁ ଟାମ୍ପରିଂ କରାଯାଇଥିଲା । କିଛି ଅଜ୍ଞାତ ବ୍ୟକ୍ତିମାନର ଫିସ୍ ପ୍ଲେଟ୍ ଏବଂ ଟ୍ରାକ୍ର ଚାବି ଖୋଲି ଦେଇଥିଲେ । ଏହାରି ପଲରେ ଏହା ଏକ ବଡ ଦୁର୍ଘଟଣାର କାରଣ ହୋଇପାରିଥାନ୍ତା।

ପଶ୍ଚିମ ରେଳବାଇ (ବଡୋଦରା ଡିଭିଜନ୍) କହିଛି ଯେ କିଛି ଅଜ୍ଞାତ ବ୍ୟକ୍ତି ଅପ୍ ଲାଇନ୍ ଟ୍ରାକରୁ ଫିସ୍ ପ୍ଲେଟ୍ ଏବଂ ଟ୍ରାକ୍ ଚାବି କାଢି କିମ୍ ରେଳ ଷ୍ଟେସନ୍ ନିକଟରେ ସମାନ ଟ୍ରାକରେ ରଖିଥିଲେ। ଏହା ପରେ ଟ୍ରେନ୍ ଚଳାଚଳ ବନ୍ଦ କରିବାକୁ ପଡିଲା। ଆବଶ୍ୟକ ବ୍ୟବସ୍ଥା ଏବଂ ଅନୁସନ୍ଧାନ ପରେ, ଲାଇନରେ ସେବା ଶୀଘ୍ର ଆରମ୍ଭ ହେଲା। ଏହାପୂର୍ବରୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ମଙ୍ଗଳବାର ଦିନ କହିଥିଲେ ଯେ ରେଳ ଦୁର୍ଘଟଣା ଘଟାଇବା ପାଇଁ କୌଣସି ଷଡଯନ୍ତ୍ର ବେଶୀ ଦିନ ରହିବ ନାହିଁ ଏବଂ ସରକାର ଖୁବ ଶୀଘ୍ର ସାରା ଦେଶରେ ୧.୧୦ ଲକ୍ଷ କିଲୋମିଟର ଲମ୍ବା ରେଳ ନେଟୱାର୍କର ସୁରକ୍ଷା ପାଇଁ ଯୋଜନା ଆଣିବେ। ନିକଟରେ ହୋଇଥିବା ରେଳ ଦୁର୍ଘଟଣା ସମ୍ପର୍କରେ ତାଙ୍କ ବିବୃତ୍ତି ଆସିଛି। ଏହି ମାମଲାଗୁଡ଼ିକ ମଧ୍ୟରୁ ଅଧିକାଂଶରେ ରେଳ ଟ୍ରାକ୍କୁ ଟାମ୍ପରିଂ କରାଯାଇଥିଲା ।ଏହା ବ୍ୟତୀତ ବିଶୃଙ୍ଖଳା ଏବଂ କ୍ଷତି ଘଟାଇବା ପାଇଁ ଏକ ଷଡଯନ୍ତ୍ର ଦେଖିବାକୁ ମିଳିଥିଲା।

ନ୍ୟାସନାଲ ଡେମୋକ୍ରାଟିକ୍ ଆଲାଏନ୍ସ (ଏନଡିଏ) ସରକାରଙ୍କ ତୃତୀୟ କାର୍ଯ୍ୟକାଳର ୧୦୦ ଦିନ ପୂରଣ ହେବାର ଏକ ସାମ୍ବାଦିକ ସମ୍ମିଳନୀରେ ଗୃହମନ୍ତ୍ରୀ କହିଛନ୍ତି ଯେ ସେ ଗତ ଦୁଇ ଦିନ ମଧ୍ୟରେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସହ ରେଳ ସୁରକ୍ଷା ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଦୁର୍ଘଟଣା ମୂଳରେ ପହଞ୍ଚି ଏହାର କାରଣ ଖୋଜିବୁ । ସେ ଯାହା ହେଉନା କାହିଁକି ସରକାର ଏହି ସମସ୍ୟାର ସମାଧାନ ପାଇଁ ପ୍ରତିବଦ୍ଧ। ଯଦି ଏକ ଷଡଯନ୍ତ୍ର ଅଛି ତେବେ ଏହା ଅଧିକ ଦିନ ରହିବ ନାହିଁ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button