ପ୍ରତିଦିନ ସକାଳୁ ଉଠିବା ମାତ୍ରେ କୁହନ୍ତୁ ଏହି 2 ଟି ଶବ୍ଦ, ଦୂର ହୋଇଯାଏ ଦରିଦ୍ରତା

ପ୍ରତିଦିନ ସକାଳୁ ଉଠିବା ପରେ ଆମର ଗୋଟିଏ ଗୋଟିଏ ଦିନ ଖୁସି ରେ ଯାଏ ତ ଆଉ ଅନ୍ୟ ଦିନ ବହୁତ ଦିନ ଖରାପ ଯାଇଥାଏ । କିନ୍ତୁ ଆମ ସହିତ ଏମିତି କଣ ପାଇଁ ହୋଇଥାଏ? ଏମିତି କଣ କଲେ ଆମେ ଆମ ଜୀବନରେ ସବୁବେଳେ ଖୁସି ରେ ବିତାଇ ପାରିବା । ଏମିତି କହିବାକୁ ଗଲେ ସୁଖ ଦୁଃଖ ଆମ ଜୀବନର ଏକ ଅଭିନ୍ନ ଅଙ୍ଗ ଯାହା କି ଆମେ ଚାହିଁଲେ ବି ସୁଖ ପାଇଁ ଦୁଃଖ କୁ ଛାଡି ପାରିବୁ ନାହିଁ ।
ଏବଂ ଦୁଃଖ ଠାରୁ ଆମେ କେବେବି ମୁଁହ ବୁଲାଇ ପାରିବୁନି । କିନ୍ତୁ ଆମେ ଚାହିଁଲେ ଆମ ଜୀବନରୁ ଆମର ସବୁ କଷ୍ଟ , ଅସୁବିଧା ଏବଂ ଦାରିଦ୍ର୍ୟତା କୁ ଦୂର କରିପାରିବା । ତେଣୁ ଆଜି ଆମେ ଆପଣଙ୍କୁ ଏଭଳି ମନ୍ତ୍ର ଜଣାଇବାକୁ ଚାହୁଁଛୁ ଯାହାକୁ ଆପଣ ଜପ କରିବା ଦ୍ୱାରା ଆପଣଙ୍କ ଦରିଦ୍ରତା,ଦୁଃଖ,ସମସ୍ୟା ଆଦି ସବୁ ସମାପ୍ତ ହେବ ଓ ଆଦିର ଅନ୍ତ ଘଟିବ ଏବଂ ଆପଣଙ୍କ ଜୀବନକୁ ସୁଖ ସମୃଦ୍ଧି ରେ ଭରପୁର କରିଦେବ ।
ଏହି ଉପାୟ କୁ ଘରର ସମସ୍ତ ସଦସ୍ୟ କୁ ପ୍ରୟୋଗ କରିବା ଉଚିତ । ଛୋଟ ପିଲା ଠାରୁ ନେଇ ବୃଦ୍ଧ ବ୍ୟକ୍ତି ଙ୍କ ପର୍ଯ୍ୟନ୍ତ ଏହି ଉପାୟ କୁ ଅବଲମ୍ବନ କରିବା ଉଚିତ । ଏହି ଉପାୟ କୁ କରିବା ଦ୍ୱାରା ଘର ପରିବାର ରେ ସୁଖ ସମୃଦ୍ଧି ସ୍ଥାପନ ହୋଇଥାଏ । ସମସ୍ତ କାର୍ଯ୍ୟ ସଫଳତା ର ସହିତ ସମ୍ପନ୍ନ ହୋଇଥାଏ ଏବଂ କୌଣସି ବି କାର୍ଯ୍ୟ ରେ ବାଧାବିଘ୍ନ ସୃଷ୍ଟି ହୋଇନଥାଏ । ଏହି ଉପାୟ କରିବା ଦ୍ୱାରା ଆପଣଙ୍କୁ ଏତେ ମାତ୍ରାରେ ଶୁଭ ଫଳ ପ୍ରାପ୍ତି ହେବ ଯାହାର ଆପଣ କଳ୍ପନା ମଧ୍ୟ କରି ନଥିବେ ।
ପ୍ରାୟତଃ ବ୍ୟକ୍ତି ନିଜ ଜୀବନ ରେ ସୁଖ ସମୃଦ୍ଧି ପାଇବା ପାଇଁ ବିଭିନ୍ନ ପ୍ରକାର ଉପାୟ ର ପ୍ରୟୋଗ କରିଥାନ୍ତି । ତେବେ ଯଦି ଆପଣ ନିଜ ଜୀବନରେ ସୁଖ ଶାନ୍ତି ଏବଂ ସମୃଦ୍ଧି ପ୍ରତିଷ୍ଠା କରିବା ପାଇଁ ଚାହୁଁଛନ୍ତି ତେବେ ଆପଣ ନିଶ୍ଚିତ ଭାବରେ ଏହି ଉପାୟ ର ପ୍ରୟୋଗ କରନ୍ତୁ ଏବଂ ଏହି ମନ୍ତ୍ର ର ଜପ କରନ୍ତୁ । ତେବେ ଆସନ୍ତୁ ଏହି ଉପାୟ ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।
ତେବେ ଆପଣ ମାନଙ୍କୁ ଏହି ଉପାୟ ନିମନ୍ତେ ସର୍ବ ପ୍ରଥମେ ସକାଳୁ ଉଠି ଦେବତା ମାନଙ୍କ ଧ୍ୟାନ କରିବା ଉଚିତ ଏବଂ ଏହା ବ୍ୟତୀତ ନିଜ ଦିନର ଆରମ୍ଭ ଦେବତା ମାନଙ୍କ ପୂଜାପାଠ ରୁ ହିଁ କରିବା ଉଚିତ । ଏହାଦ୍ବାରା ଆପଣଙ୍କୁ ଶୁଭ ପରିଣାମ ପ୍ରାପ୍ତ ହେବ ଏବଂ କାର୍ଯ୍ୟ ରେ ସଫଳତା ହାସଲ ହେବ । ଏହା ସହିତ ଆପଣଙ୍କୁ ନିଜର ଦୁଇ ହାତକୁ ଯୋଡ଼ି ମହାଦେବ ଙ୍କ ଏହି ମନ୍ତ୍ର କୁ ଜପ କରିବା ଉଚିତ । ମନ୍ତ୍ର ଟି ହେଉଛି “ଓଁ ନମଃ ଶିବାୟ” ।
ଏହି ମନ୍ତ୍ର କୁ ଜପ କରିବା ଦ୍ବାରା ମହାଦେବ ଙ୍କ କୃପାଦୃଷ୍ଟି ଆପଣଙ୍କୁ ଲାଭ ହୋଇଥାଏ ଏବଂ ଆପଣ ଜୀବନ ରେ ସମସ୍ତ କାର୍ଯ୍ୟ ରେ ଅଗ୍ରଣୀୟ ହୋଇଥାନ୍ତି । ଏହି ମନ୍ତ୍ର ସହିତ ଅନ୍ୟ ଏକ ମନ୍ତ୍ର ର ଜପ କରିବା ଉଚିତ । ଦ୍ଵିତୀୟ ମନ୍ତ୍ର ଟି ହେଉଛି “ଓଁ ଜୁଙ୍ଗ ସ୍ୱହା” । ଏହି ମନ୍ତ୍ର ମହାଦେବ ଙ୍କୁ ପ୍ରସନ୍ନ କରିବାର ଶ୍ରେଷ୍ଠ ମନ୍ତ୍ର ଅଟେ । ଏହାକୁ ଜପ କରିବା ଦ୍ବାରା ଆପଣଙ୍କ ଜୀବନ ରେ କୌଣସି ବି ବାଧାନି ଆସି ନଥାଏ ଏବଂ ଆପଣ ସର୍ବଦା ଖୁସି ରେ ରୁହନ୍ତି । ମହାଦେବ ଙ୍କ କୃପା ଆପଣଙ୍କ ଉପରେ ସଦା ସର୍ବଦା ବିଦ୍ୟମାନ ହୋଇ ରହିଥାଏ ।



