ଦେଶ- ବିଦେଶ

ଦିଲ୍ଲୀ ପ୍ରଦେଶରେ ଆଜିଠୁ ଆତିଶୀ ସରକାର; ଅପରାହ୍ଣରେ ମୁଖ୍ୟମନ୍ତ୍ରୀ ଭାବେ ନେବେ ଶପଥ

ନୂଆଦିଲ୍ଲୀ: ଦିଲ୍ଲୀ କେନ୍ଦ୍ର ଶାସିତ ପ୍ରଦେଶରେ ଆଜିଠୁ ଆତିଶୀ ସରକାର । ଶନିବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଆତିଶୀ ମାର୍ଲେନା । ଅପରାହ୍ଣ ସାଢ଼େ ୪ଟାରେ ଶପଥ ଗ୍ରହଣ ଉତ୍ସବ ହେବ । ଉପରାଜ୍ୟପାଳ ଭି.କେ ସାକ୍ସେନା ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ । ସୂତ୍ରରୁ ପ୍ରକାଶ ପାଇଛି, ଆତିଶୀଙ୍କ ସହିତ ୫ଜଣ ବିଧାୟକ ମଧ୍ୟ ମନ୍ତ୍ରୀ ଭାବେ ଶପଥ ନେବେ।

ଆତିଶୀଙ୍କ ମନ୍ତ୍ରିମଣ୍ଡଳରେ ଗୋପାଳ ରାୟ, ସୌରଭ ଭରଦ୍ବାଜ, କୈଲାଶ ଗେହଲଟ୍, ଇମରାନ ହୁସେନ ଏବଂ ମୁକେଶ ଅହଲାବତ ସାମିଲ୍ ହେବେ । ଦିଲ୍ଲୀ ଅବକାରୀ ନୀତି ମାମଲାରେ ଜେଲରୁ ବାହାରିବା ପରେ ସେପ୍ଟେମ୍ବର ୧୭ ତାରିଖରେ ମୁଖ୍ୟମନ୍ତ୍ରୀ ପଦରୁ ଆରବିନ୍ଦ କେଜ୍ରିଓ୍ବାଲ ଇସ୍ତଫା ଦେଇଛନ୍ତି ।

କେଜ୍ରିଓ୍ବାଲ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ନେଇ ଘୋଷଣା କରିବା ପରେ ତୁରନ୍ତ ଆମ୍ ଆଦମୀ ପାର୍ଟିର ବିଧାୟକ ଦଳ ବୈଠକ ବସିଥିଲା । ଏଥିରେ ଆତିଶୀ ମାର୍ଲେନାଙ୍କ ନାଁ ଉପରେ ମୋହର ବାଜିଥିଲା । ଆତିଶୀ କେଜ୍ରିଓ୍ବାଲଙ୍କ ସରକାରରେ କ୍ୟାବିନେଟ୍ ମନ୍ତ୍ରୀ ଥିଲେ । ତେବେ ଆଜି ସେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଭାବେ ଶପଥ ନେବେ । ଏହି ଶପଥ ଉତ୍ସବ ଦିଲ୍ଲୀ ରାଜଭବନରେ ହେବ ।

ଆତିଶୀ କେଜ୍ରିଓ୍ବାଲଙ୍କ ସହଯୋଗୀ ଏବଂ ଘନିଷ୍ଠ ବୋଲି କୁହାଯାଏ । ଆନ୍ନା ଆନ୍ଦୋଳନ ସମୟରେ ସେ କେଜ୍ରିଓ୍ବାଲ ସହିତ ଥିଲେ । କେଜ୍ରିଓ୍ବାଲଙ୍କ ସରକାରରେ ସବୁଠୁ ଅଧିକ ମନ୍ତ୍ରାଳୟ ତାଙ୍କୁ ଦାୟିତ୍ବରେ ଥିଲା । ମତ ଦୁର୍ନୀତି ମାମଲାରେ କେଜ୍ରିଓ୍ବାଲ ଜେଲ୍ ଯିବା ପରେ ଆପ୍ ପାର୍ଟି ଏବଂ ସରକାରର ସମସ୍ତ ଦାୟିତ୍ବ ସେ ସମ୍ଭାଳୁଥିଲେ ।

Related Articles

Leave a Reply

Your email address will not be published. Required fields are marked *

Back to top button