ରାଜ୍ୟ

ଭାଣପୁର ନିକଟରେ ମର୍ମନ୍ତୁଦ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ, ୧୦ ଆହତ

ଟକ ୨୧/୦୯: କଟକ ଉପକଣ୍ଠ ଭାଣପୁର ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ରାତ୍ରିକାଳୀନ ଯାତ୍ରୀବାହି ବସ ଦୁର୍ଘଟଣା ଗ୍ରସ୍ତ ହେବାଯୋଗୁଁ ଡ୍ରାଇଭର ସମେତ ୧୦ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ ହୋଇଛନ୍ତି । ବସ୍ ଡ୍ରାଇଭର ଗୁରୁତର ହୋଇପଡ଼ିଥିବାର ସୂଚନା ମିଳିଛି । ବସ୍ଟି ସୁନ୍ଦରଗଡରୁ ଭୁବନେଶ୍ୱର ଆସୁଥିଲା ।

ଭୋର ପ୍ରାୟ ସାଢେ ୫ଟା ସମୟରେ ବସ୍ଟି ଦୁର୍ଘଟଣା ଗ୍ରସ୍ତ ହୋଇଛି ।

ଦୁର୍ଘଟଣାରେ ବସ୍ରେ ଥିବା ୧୦ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ ହୋଇଛନ୍ତି । ଆହତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ବସ୍ ଡ୍ରାଇଭର ଅତି ଗୁରୁତର ଭାବେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ବସ୍ଟି ଏକ ଡମ୍ପରକୁ ପଛପଟୁ ପିଟି ହୋଇଥିବା ସନ୍ଦେହ କରାଯାଉଛି । ଦୁର୍ଘଟଣା ପରେ ଘଟଣା ସ୍ଥଳରୁ ଡମ୍ପର ଗାଡି ପଳାଇ ଯାଇଛି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

Related Articles

Leave a Reply

Your email address will not be published. Required fields are marked *

Back to top button