ଦେଶ- ବିଦେଶ

ବାଲେଶ୍ଵରରେ କଙ୍ଗାରୁକୋର୍ଟ ! ଅଙ୍ଗନଓ୍ବାଡ଼ି କର୍ମୀଙ୍କୁ ଗଛରେ ବାନ୍ଧି ମାଡ଼

ମାଜ ଡିଜିଟାଲ ଡେସ୍କ: ବାଲେଶ୍ଵର ଜିଲାରେ କଙ୍ଗାରୁ କୋର୍ଟ। କଙ୍ଗାରୁକୋର୍ଟ ନିଷ୍ପତ୍ତି ଅନୁସାରେ ଜଣେ ଅଙ୍ଗନଓ୍ବାଡ଼ି କର୍ମୀଙ୍କୁ ଗଛରେ ବାନ୍ଧି ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି। ଏଭଳି ଅଭାବନୀୟ ଘଟଣା ଘଟିଛି ବାଲେଶ୍ଵର ଜିଲା ସିଂଲା ଥାନା ଅଞ୍ଚଳର ଏକ ଅଙ୍ଗନଓ୍ବାଡ଼ି କେନ୍ଦ୍ରରେ। କୌଣସି କାରଣକୁ ନେଇ ଜଣେ ଅଙ୍ଗନଓ୍ବାଡ଼ି କର୍ମୀଙ୍କୁ ଗ୍ରାମବାସୀ ଗଛରେ ବାନ୍ଧି ନିସ୍ତୁକ ପିଟିଛନ୍ତି।

ଗୁରୁତର ଅବସ୍ଥାନରେ ସମ୍ପୃକ୍ତ କର୍ମୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। କ’ଣ ପାଇଁ ଅଙ୍ଗନଓ୍ବାଡ଼ି କର୍ମୀଙ୍କୁ ମାଡ଼ ମରାଯାଇଛି ତାହାର କାରଣ ଜଣାପଡ଼ି ନ ଥିବାବେଳେ ଅଭିଯୋଗ ଆଧାରରେ ଥାନାରେ ଏକ ମାମଲା ରୁଜୁ ହୋଇଥିବା ସୂଚନା ମିଳିଛି।

Related Articles

Leave a Reply

Your email address will not be published. Required fields are marked *

Back to top button