ରାଜ୍ୟ

ମୂର୍ତ୍ତି ବିସର୍ଜନ ବେଳେ ଅଘଟଣ, ପାଣିରେ ବୁଡି ଚାଲିଗଲା ଛାତ୍ରଙ୍କ ଜୀବନ

ଣ୍ଡିଖୋଲ ୨୧।୦୯ : ମୂର୍ତ୍ତି ବିସର୍ଜନ ବେଳେ ଅଘଟଣ । ପୋଖରୀରେ ବୁଡି ଛାତ୍ରଙ୍କ ମୃତ୍ୟୁ ହୋଇଛି । ଯାଜପୁର ଜିଲ୍ଲା ବଡ଼ଚଣା ଥାନା କୋଲସାହି ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି ।

ଖବର ଅନୁଯାୟୀ, କୋଲସାହି ଗାଁରେ ଖୁଦୁରୁକୁଣୀ ମୂର୍ତ୍ତୀର ଚାଲିଥିବା ବିସର୍ଜନ । ଏହି ସମୟରେ ଗାଁରେ ସଞ୍ଜୟ ସେନାପତିଙ୍କ ପୁଅ ହିତେଶ ପୋଖରୀରେ ବୁଡି ଯାଇଥିଲେ ।

ସ୍ଥାନୀୟ ଲୋକେ ପୋଖରୀରେ ଖୋଜାଖୋଜି କରି ଛାତ୍ର ଜଣଙ୍କୁ ଉଦ୍ଧାର କରିଥିଲେ । ପରେ ତାଙ୍କୁ ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ସେପଟେ ହିତେଶଙ୍କୁ ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ବଡ଼ଚଣା ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହାସହିତ ଘଟଣାର ତଦନ୍ତ ଜାରି ରଖିଛି ।

Related Articles

Leave a Reply

Your email address will not be published. Required fields are marked *

Back to top button