ଦେଶ- ବିଦେଶ

ଭାତ ନା ରୁଟି କ’ଣ ଖାଇଲେ କମିବ ଓଜନ ?

ଆଜିକାଲିର ଦୈନଦିନର ଜୀବନ ଶୈଳୀ କିଛି ଏପରି ହୋଇଯାଇଛି ଯାହା କାରଣ ରୁ ସମସ୍ତେ ନିଜର ବଢୁଥିବା ଓଜନ କୁ ନେଇ ଅଧିକାଂଶ ଚିନ୍ତିତ ହୋଇ ରହୁଛନ୍ତି । ପ୍ରାୟତଃ ଆଜିକାଲିର ଯୁବ ପିଢୀ । ବନ୍ଧୁଗଣ ଦେଖିବାକୁ ଗଲେ ବଢୁଥିବା ଓଜନର ମୁଖ୍ୟ କାରଣ ହେଉଛି ଆଜିକାଲି ଅତ୍ଯାଧିକ ମାତ୍ରରେ ଖାଉଥିବା ତେଲ ମସଲା ଯୁକ୍ତ ଖାଦ୍ୟ, ତାହାଛଡା ଠିକ ଭାବରେ ଠିକ ସମୟରେ ନ ଖାଇବା ।

 

ଶୋଇବା ମଧ୍ୟ ଏକ କାରଣ ହୋଇପାରେ କାରଣ ଯଦି ମଣିଷ ଠିକ ସମୟ ରେ ଠିକ ଭାବରେ ନ ଶୋଇଥାଏ, ତେବେ ଖାଇଥିବା ଖାଦ୍ୟ ଶରୀରରେ ଠିକ ଭାବରେ ହଜମ ହୋଇପାରେ ନାହିଁ । ଯାହା କାରଣରୁ ଖାଦ୍ୟ ଗୁଡିକ ଠିକ ଭାବରେ ହଜମ ନ ହେବା ଦ୍ଵାରା ଶରୀରରେ ରହି ଅତିରିକ୍ତ ଫ୍ୟାଟ ସୃଷ୍ଟି କରେ ।

ବନ୍ଧୁଗଣ ନିଜର ବଢୁଥିବା କୋଲୋଷ୍ଟ୍ରୋଲ କୁ ନେଇ ଚିନ୍ତିତ ହୋଇ କିଛି ଲୋକ ବିଭିନ୍ନ ପ୍ରକାରର ଡାଏଟ ମଧ୍ୟ ଆରମ୍ଭ କରି ନିଅନ୍ତି । ଦିନ ସାରା ଖୁବ କମ କମ ଖାଦ୍ୟ ଖାଇଥାନ୍ତି । ଏପରିକି ଇଛା ଥାଏ, ତଥାପି ନିଜ ଲୋଭ ଉପରେ ନିଜର ନିୟନ୍ତ୍ରଣ କୁ ରକ୍ଷା କରି ଦିନ ସାରା କୌଣସି ପ୍ରକାର କାର୍ବୋହାଡ୍ରେଡ ଯୁକ୍ତ ଖାଦ୍ୟ ଖାଆନ୍ତି ନାହିଁ ।

 

ଏପରି କି ଦିନ ସମୟରେ ମଧ୍ୟ ଖାଇବାରେ ଭାତ କିମ୍ବା ରୁଟି ଖାଆନ୍ତି ନାହିଁ । ସେମାଙ୍କର ଚିନ୍ତାଧାରା ରହିଥାଏ କି ଯଦି ଆମେ ଭାତ କିମ୍ବା ରୁଟି ଖାଇବା ବନ୍ଦ କରି ଦେଉ ତେବେ ଆମ ଓଜନ ଖୁବ ଶୀଘ୍ର କମିଯିବ । କିନ୍ତୁ ବନ୍ଧୁଗଣ ଆମ ଶରୀରକୁ କାର୍ଯ୍ୟ କରିବା ପାଇଁ ଯେଉଁ ଶକ୍ତି ମିଳିଥାଏ, ତାହା ସବୁ ଶରୀରକୁ କାର୍ବୋହାଇଡ୍ରାଏଡ ଯୁକ୍ତ ଖାଦ୍ୟ ରୁ ହିଁ ମିଳିଥାଏ ।

ତେଣୁ ଯଦି କେହି କାର୍ବୋହାଇଡ୍ରାଏଡ ନେବା ବନ୍ଦ କରିଦିଏ, ତେବେ ଏହା କାରଣ ରୁ ଭବିଷ୍ୟତ ରେ ଖୁବ ଭୟାବହ ରୋଗ ଆଦିର ସମ୍ମୁଖୀନ ମଧ୍ୟ କରିବାକୁ ପଡିଥାଏ । ତେଣୁ ବନ୍ଧୁଗଣ ଭାତ କିମ୍ବା ରୁଟି ହେଉ ନା କାହିଁକି ଆମକୁ ସୁସ୍ଥ ରହିବାକୁ ହେଲେ ସବୁଦିନ ସବୁକିଛି ରୁ କିଛି କିଛି ଖାଇବାକୁ ହେବ । ଯଦି ଆପଣ ନିଜର ବାଢୁଥିଆବ ଓଜନ କୁ ନେଇ ଚିନ୍ତିତ, ତେବେ ଆପଣଙ୍କୁ ନିଜର ଖାଦ୍ୟ ସହ ନିଜର ହଜମ ପ୍ରକ୍ରିୟା ଉପରେ ମଧ୍ୟ ଗୁରୁତ୍ଵ ଦେବାକୁ ହେବ ।

 

ଯେପରିକି ଆପଣ ଖାଦ୍ଯର କିଛି ସମୟ ପୂର୍ବରୁ ବା ଖାଇବାର ଅଧ ଘଣ୍ଟା ପୂର୍ବରୁ ଏକ ଗ୍ଳାସ ପାଣି ଓ ଖାଇବା ସମୟରେ ପାଣି ନ ପିଇ ଖାଇ ସାରିଲା ଅଧ ଘଣ୍ଟା ବା ୧ ଘଣ୍ଟା ପରେ ପୁଣି ଏକ ଗ୍ଳାସ ପାଣି ପିଇ ନିଅନ୍ତୁ । ଏପରି କରିବା ଦ୍ଵାରା ଆପଣ ଖାଇଥିବା ଖାଦ୍ୟ ଶୀଘ୍ର ଶରୀରରେ ଠିକ ଭାବରେ ଯାଇ ହଜମ ମଧ୍ୟ ହୋଇଯିବ ।

ଯାହା ଆପଣଙ୍କ ଶରୀରରେ କୌଣସି ପ୍ରକାରର କୋଲୋଷ୍ଟ୍ରୋଲ ମଧ୍ୟ ସୃଷ୍ଟି କରିବାକୁ ଦେବ ନାହିଁ । ଏହାଛଡା ଆପଣ ପ୍ରତିଦିନ କିଛି କିଛି ବ୍ୟାୟାମ ମଧ୍ୟ କରି ପାରନ୍ତି, ଯାହା ଆପଣଙ୍କୁ ଶୀଘ୍ର ରୁ ଅତି ଶୀଘ୍ର ଓଜନ କମାଇବାରେ ସାହାର୍ଯ୍ୟ ହେବ

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button