ଦେଶ- ବିଦେଶ

ଧର୍ମଠୁ ବଢି ମଣିଷତ୍ଵ, ପ୍ରମାଣ କରି ଦେଖେଇଲେ ଏହି ମୁସ୍ଲିମ ଯୁବକ, କଲେ ଏମିତି କାମ କି ଆପଣ ବି କରିବେ ତାଙ୍କ ପ୍ରଶଂସା

ରମଜାନରେ ‘ରୋଜା’କୁ ଭାଙ୍ଗି ଜଣେ ହିନ୍ଦୁର ଜୀବନ ବଞ୍ଚାଇବା ପାଇଁ କଲେ ରକ୍ତଦାନ

ଭାରତରେ ସବୁ ଧର୍ମର ଲୋକମାନେ ବାସ କରନ୍ତି । ଏବଂ ସମସ୍ତେ ଚାହାନ୍ତି କି ସେମାନେ ସମସ୍ତେ ଖୁସି ଏବଂ ଶାନ୍ତିରେ ଏହି ସମାଜରେ ମିଳିମିଶି ରହିବେ । ଏହି ଚିନ୍ତାଧାରର ଉଦାହରଣ ସ୍ୱରୂପ ବିଭିନ୍ନ କାହାଣୀ ନଜର ଆସିଥାଏ ଏବଂ ଶୁଣିବାକୁ ମିଳିଥାଏ । ଯେଉଁଥିରେ ହିନ୍ଦୁ ମୁସ୍ଲିମ ଏକତା ଏବଂ ଭାଇଚାରର ଭାବନା ଦେଖାଇ ଥାନ୍ତି । ଏହି ଦୁନିଆରେ ବି ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ଧର୍ମ ପୂର୍ବରୁ ମଣିଷତ୍ଵକୁ ପ୍ରାଥମିକତା ଦିଅନ୍ତି । ଏମିତି ହିଁ ଏକ ତାଜା ଉଦାହରଣ ଆସାମର ମଙ୍ଗଳଡୋଈରେ ଦେଖିବାକୁ ମିଳିଛି ।

ଯେମିତି ଆପଣ ସମସ୍ତେ ଜାଣିଛନ୍ତି କି ବର୍ତ୍ତମାନ ଆମ ମୁସ୍ଲିମ ଭାଈମାନଙ୍କର ରମଜାନ ମାସ ଚାଲିଛି । ୫ ମେ ରୁ ୪ ଜୁନ ପର୍ଯ୍ୟନ୍ତ ଚାଲୁଥିବା ଏହି ପର୍ବରେ ସମସ୍ତ ମୁସ୍ଲିମ ବ୍ୟକ୍ତିମାନେ ସବୁଦିନ ରୋଜା (ଉପବାସ) ରଖନ୍ତି । ସମସ୍ତ ମୁସ୍ଲିମମାନଙ୍କ ପାଇଁ ଏହି ମାସରେ ରଖୁଥିବା ରୋଜା ବହୁତ ଖାସ ଅଟେ । ସେମାନେ ଏହାକୁ ସମସ୍ତ ପରିସ୍ଥିତିରେ ପୂର୍ଣ କରିବାକୁ ଚେଷ୍ଟା କରନ୍ତି । ଏମିତି ହିଁ ରୋଜା ୨୬ ବର୍ଷର ପନୌଲ୍ଲାହ ଅହମଦ ବି ରଖିଥିଲେ । କିନ୍ତୁ ସେ ନିଜର ରୋଜା ସେତେବେଳେ ଭାଙ୍ଗିଦେଲେ ଯେତେବେଳ ଜଣେ ବ୍ୟକ୍ତିଙ୍କର ଜୀବନ ବଞ୍ଚାଇବା ପାଇଁ ରକ୍ତ ଜରୁରୀ ଥିଲା ।

ଖବର ଅନୁସାରେ ଅହମଦ ତାପସ ଭଗବତୀଙ୍କର ରୂମମେଟ ଅଟନ୍ତି । ତାପସ ‘ଟୀମ ହ୍ଯୂମୈନିଟୀ ନାମକ ଏକ ଆର୍ଗେନାଈଜେଶନ ସହ ଜଡିତ ଅଛନ୍ତି । ଏହି ଆର୍ଗେନାଈଜେଶନ ଦେଶସାରା ବ୍ଲଡ ଡୋନାରଙ୍କୁ ପରସ୍ପରଙ୍କ ସହିତ ଯୋଡି କରି ରଖିଥାଏ । ଯେତେବେଳେ ବି କୌଣସି ବ୍ୟକ୍ତିକୁ ରକ୍ତ ଦରକାର ହୋଇଥାଏ ତେବେ ଏହାର ମେମ୍ବର ସେହି ବ୍ଲଡ ଗ୍ରୁପର ବ୍ୟକ୍ତି ଖୋଜି ବାହାର କରନ୍ତି ।

ଏମିତିରେ ଧେମାଜୀ ଜିଲ୍ଲାରେ ରହୁଥିବା ରଞ୍ଜନ ଗୋଗୋଈଙ୍କୁ o ପଜିଟିବ ବ୍ଲଡ ଦରକାର ଥିଲା । କିନ୍ତୁ ବହୁତ ଚେଷ୍ଟା କରିବା ସତ୍ବେ ବି ତାଙ୍କୁ ବ୍ଲଡ ମିଳିଲା ନାହିଁ । ତାପସ କହିଲେ କି ‘୫ ତାରିଖରେ ମୋ ପାଖରେ ବ୍ଲଡ ପାଇଁ ଫୋନ ଆସିଥିଲା । କିନ୍ତୁ ବହୁତ ଚେଷ୍ଟା କରିବା ସତ୍ବେ ବି ମୋତେ ବ୍ଲଡ ମିଳିଲା ନାହିଁ । ମୁଁ ଅହମଦଙ୍କୁ ଏଥିପାଇଁ ପଚାରି ନଥିଲି କାରଣ ତାହାର ରୋଜା ଚାଲିଥିଲା ।

କିନ୍ତୁ କିଛି ସମୟ ପରେ ଅହମଦ ନିଜେ ଆସି ବ୍ଲଡ ଦେବା ପାଇଁ କହିଥିଲା । ଏବଂ ବ୍ଲଡ ଖାଲି ପେଟରେ ଦେଲେ ବ୍ୟକ୍ତି ଅସୁସ୍ଥ ହୋଇପାରେ ସେଥିପାଇଁ ବାଧ୍ୟ ହୋଇ ଅହମଦ ନିଜର ରୋଜା ଭାଙ୍ଗିଥିଲା । ଯଦି ସମସ୍ତେ ଧର୍ମ ପୂର୍ବରୁ ମଣିଷତ୍ଵକୁ ପ୍ରାଥମିକତା ଦେବାକୁ ଲାଗନ୍ତି ତେବେ ଏହି ଦୁନିଆ ସ୍ଵର୍ଗ ହୋଇଯିବ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button