ଦେଶ- ବିଦେଶ

ଲୋକଙ୍କ ମନର କଥା ଜାଣିବା କୁ ଚାହାଁନ୍ତି ତ ଏହାକୁ ନିଶ୍ଚୟ ଦେଖନ୍ତୁ !!

ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ଏ ଦୁନିଆ ରେ ଶାସ୍ତ୍ର ର ବହୁତ ମହତ୍ତ୍ୱ ରହିଛି । ଶାସ୍ତ୍ର କୁ ବିଶ୍ଵ ର ପ୍ରାୟ ସମସ୍ତ ଲୋକ ବିଶ୍ୱାସ କରିଥାନ୍ତି । ଶାସ୍ତ୍ର ରେ ଲେଖା ହୋଇଥିବା ସମସ୍ତ କଥା ସତ୍ୟ ହୋଇଥାଏ ବୋଲି ଆମେ ମାନେ ବିଶ୍ୱାସ କରିଥାଉ ଏବଂ ଏହା ପ୍ରମାଣିତ ମଧ୍ୟ ହୋଇଛି । ଶାସ୍ତ୍ର ରେ ଅନେକ ଉପକାରୀ ଜିନିଷ ସମ୍ପର୍କରେ ଲେଖା ହୋଇଥାଏ । ଶାସ୍ତ୍ର ରେ ଏପରି କିଛି ଲେଖା ହୋଇଥାଏ ବେଳେବେଳେ ଆମେ ଏହାକୁ ଦେଖିଲେ ଆଶ୍ଚର୍ଯ୍ୟ ମଧ୍ୟ ହୋଇଯାଇଥାଉ ।

ଶାସ୍ତ୍ର ରେ ଲେଖା ହୋଇଛି ଯେ ଯଦି ଆପଣ କୌଣସି ବ୍ୟକ୍ତି ର ମନ ରେ କଣ ଚାଲିଛି ଜାଣିବାକୁ ଚାହୁଁଛନ୍ତି ତେବେ ନିଶ୍ଚୟ ଜାଣିପାରିବେ । ଶାସ୍ତ୍ର ରେ ଏହି ସମ୍ପର୍କରେ ସମ୍ପୂର୍ଣ୍ଣ ଭାବରେ ଅବଗତ କରାଯାଇଛି ।

ଶାସ୍ତ୍ର ଅନୁସାରେ ଆପଣ ଯେତେବେଳେ ବି ଚାହିଁବେ ଅନ୍ୟର ମନ କଥା କୁ ଜାଣିପାରିବେ । ଜ୍ୟୋତିଷ ଶାସ୍ତ୍ର ରେ ମଧ୍ୟ ଏହା ବର୍ଣ୍ଣିତ ହୋଇଛି । ଯେତେବେଳେ ଆପଣ କୌଣସି ଜ୍ୟୋତିଷ ଙ୍କ ପାଖକୁ ଆପଣଙ୍କ ର ଜାତକ ନେଇ କରି ଯାଇଥାନ୍ତି ସେତେବେଳେ ସେ ଆପଣଙ୍କ ଜାତକ କୁ ଅଳ୍ପ ସମୟ ପାଇଁ ଦେଖିଥାନ୍ତି କିନ୍ତୁ ଆପଣଙ୍କ ମୁହଁ କୁ ଚାହିଁ କରି ସବୁ କଥା କହିଦେଇ ପାରିଥାନ୍ତି । ଆପଣ ମଧ୍ୟ ତାଙ୍କ ଭଳି ଅନ୍ୟ ର ଚେହେରା କୁ ଦେଖି କରି ସମସ୍ତ ମନ କଥା ଜାଣିପାରିବେ ।

ଆପଣ ଯଦି ଅନ୍ୟ ର ମନ କଥା ଜାଣିବାକୁ ଚାହୁଁଛନ୍ତି ତେବେ ଧ୍ୟାନ ରଖିବେ ଆପଣଙ୍କ ମନ ଯେପରି ବହୁତ ଶାନ୍ତ ଥିବ । ଜଣେ ଫକୀର ଥିଲେ । ତାଙ୍କ ପାଖକୁ ଯିଏ ବି ଶିକ୍ଷା ଲାଭ କରିବାକୁ ଆସୁଥିଲେ ସେ ତାଙ୍କୁ ପ୍ରଥମେ କହୁଥିଲେ ମଣିଷର ଶବ୍ଦ ରୁ ଅଧିକ ତାର ଭାବନା କୁ ବୁଝିବାକୁ ଚେଷ୍ଟା କର । ତେବେ ଯାଇ ତୁମେ ସଫଳ ହୋଇପାରିବ । କାରଣ ଆମର ମନ ର ଭାବନା ହିଁ ସବୁକିଛି ହୋଇଥାଏ । ବନ୍ଧୁଗଣ ବେଳେବେଳେ ଏପରି ହୋଇଥାଏ କି ଆମେ କୌଣସି ଏକ ବ୍ୟକ୍ତି ଙ୍କ ଵିଷୟ ରେ ଚିନ୍ତା କରିଥାଉ ।

ସେହି ସମୟ ରେ ସେହି ବ୍ୟକ୍ତି ଆମ ସମ୍ମୁଖ କୁ ଚାଲି ଆସିଥାନ୍ତି କିମ୍ବା ତାଙ୍କର ଫୋନ ଆସିଥାଏ । କେବେ ଆପଣ ଭାବିଛନ୍ତି ଏହା କିପରି ହେଉଛି । ତେବେ ଜାଣି ରଖନ୍ତୁ ଯେ ଆପଣଙ୍କ ଶବ୍ଦ ଠାରୁ ଆପଣଙ୍କ ଭାବନା ର ବଳ ଖୁବ ଅଧିକ ହୋଇଥାଏ । ଯେତେବେଳେ ଆପଣ କୌଣସି ବ୍ୟକ୍ତି ଙ୍କ ଵିଷୟ ରେ ଅଧିକ ଭାବିଥାନ୍ତି ତେବେ ସେହି ବ୍ୟକ୍ତି ଙ୍କୁ ଆପଣଙ୍କ ର ମନ ର ଭାଷା ଶୁଣା ଯାଇଥାଏ ।

ସେହି ଜୈନ ଫକୀର ଜଣଙ୍କ ନିଜର ଶିଷ୍ୟ ମାନଙ୍କୁ ନିଜର ମନ କୁ ଶାନ୍ତ କରିବା ପାଇଁ ତପସ୍ୟା କରିବାକୁ କହୁଥିଲେ ଏବଂ ଏହାପରେ ପକୀର ନିଜ ମନ ରେ କିଛି ଶବ୍ଦ କହୁଥିଲେ କିନ୍ତୁ ସେହି ଶବ୍ଦ ଟି ଯେ ପର୍ଯ୍ୟନ୍ତ ଶିଷ୍ୟ ମାନଙ୍କ ନିକଟ ରେ ନ ପହଞ୍ଚି ପାରିଛି ସେ ପର୍ଯ୍ୟନ୍ତ ସେ ଏହାକୁ ଜାରି ରଖିଥିଲେ । ଏହା ପରେ ଧୀରେ ଧୀରେ ଏହା ଶିଷ୍ୟ ମାନଙ୍କ ନିକଟ ରେ ପହଞ୍ଚିବାକୁ ଲାଗୁଥିଲା । କାରଣ ବର୍ତ୍ତମାନ ତାଙ୍କର ମସ୍ତିଷ୍କ ସମ୍ପୂର୍ଣ୍ଣ ଭାବରେ ଶାନ୍ତ ହୋଇଯାଇଥିଲା ଓ ସେ ଫକୀର ଙ୍କ ମନ କଥା କୁ ଶୁଣି ପାରୁଥିଲେ ।

ତେଣୁ ବନ୍ଧୁଗଣ ସବୁବେଳେ ମନେ ରଖିବେ ଯେ ଯେତେବେଳେ ଆପଣ ନିଜ ମନ କୁ ଶାନ୍ତ କରିପାରିବେ । ସେତେବେଳେ ହିଁ ଆପଣ ସାମ୍ନା ରେ ଠିଆ ହୋଇଥିବା ବ୍ୟକ୍ତି ର ମନ ରେ କଣ ଚାଲୁଛି ତାହା ଜାଣିପାରିବେ । ତେଣୁ ବନ୍ଧୁଗଣ ସବୁବେଳେ ନିଜର ମନ କୁ ଓ ମସ୍ତିଷ୍କ କୁ ଶାନ୍ତ ରଖନ୍ତୁ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button