ଦେଶ- ବିଦେଶ

୨ ମିନିଟରେ ଦାନ୍ତବିନ୍ଧା ଭଲ ହୋଇଯିବ, ଦାନ୍ତର ପୋକ (Cavity) ବାହାରି ଯିବ, କେବଳ କରନ୍ତୁ ଏହି ଉପାୟ

। ସୂଚନା ଅନୁସାରେ ଆମ ମୁଖମଣ୍ଡଳର ଦାନ୍ତ ହେଉଛି ଏକ ଅଂଶ । ବେଳେବେଳେ କୌଣସି କାରଣ ବଶତଃ ଦାନ୍ତରେ ଅତ୍ୟଧିକ ଯନ୍ତ୍ରଣା ହୋଇଥାଏ । ଦାନ୍ତ ବିନ୍ଧିବା ସହିତ ବ୍ୟାକେଟେରିଆ ଥିବା ଯୋଗୁ ଦାନ୍ତ ଓ ମାଢି ମଧ୍ୟ ଫୁଲିଯାଇଥାଏ । ଦାନ୍ତ ବିନ୍ଧିବା ସମୟରେ କୌଣସି କାର୍ଯ୍ୟରେ ମନ ଲାଗିନଥାଏ । ତେବେ ସେହି ଦାନ୍ତ ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ନିଶ୍ଚୟ ଏହି ଉପାୟ କରନ୍ତୁ ।

 

ଏହି ରେମିଡିକୁ ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଦୁଇ କୋଲା ରଶୁଣକୁ ଛେଚି ଏକ ପାତ୍ରରେ ରଖନ୍ତୁ । ଦିତୀୟ ସାମଗ୍ରୀ ହେଉଛି ଲବଙ୍ଗ, ଲବଙ୍ଗ ଆମ ଦାନ୍ତ ପାଇଁ ବହୁତ ଭଲ ହୋଇଥାଏ । ଦାନ୍ତ ବିନ୍ଧା ସମସ୍ଯା ଦୂର କରିବାରେ ଲବଙ୍ଗ ପ୍ରମୁଖ ଭୂମିକା ନେଇଥାଏ । ଆପଣ ରଶୁଣ ରଖିଥିବା ପାତ୍ରରେ ଦୁଇ ଚୁମୁଟା ଲବଙ୍ଗ ଗୁଣ୍ଡ ପକାନ୍ତୁ । ତୃତୀୟରେ ଦୁଇ ଚିମୁଟା ହଳଦୀ ସେଥିରେ ମିଶାନ୍ତୁ ।

ହଳଦୀ ମଧ୍ୟ ଦାନ୍ତ ବିନ୍ଧା ପାଇଁ, ମାଢି ପାଇଁ ଏବଂ ବ୍ୟକେଟେରିଆ ପାଇଁ ବହୁତ ଅଧିକ ଲାଭଦାୟକ ହୋଇଥାଏ । ତାପରେ ସେହି ପାତ୍ରରେ ଅଳ୍ପ ଟିକେ ପାଣି ମିଶାଇ ତାକୁ ଗୋଳାନ୍ତୁ, ଦେଖିବେ ଯେପରି ତାହା ପାଣିଆ ନହୁଏ । ତାପରେ ସେଥିରେ ଅଧ ଚାମଚ ସୋରିଷ ତେଲ ମିଶାଇ ତାକୁ ଭଲ ଭାବରେ ଗୋଳାଇ ଦିଅନ୍ତୁ । ତାପରେ ଏକ ଗ୍ଲାସ ପାଣି ଆଣି ଗରମ କରନ୍ତୁ । ସେଥିରେ ୪  ରୁ ୫ଟି ଲବଙ୍ଗ ମିଶାନ୍ତୁ ।

 

ତାପରେ ସେହି ପାଣିରେ ୨ ରୁ ୩ଟି ପିଜୁଳୀ ପତ୍ର ପକାନ୍ତୁ । ପିଜୁଳୀ ପତ୍ର ଦାନ୍ତ ବିନ୍ଧା ଭଲ ପାଇଁ ରାମବାଣ ହୋଇଥାଏ । ୫ ମିନିଟ ଏହି ପାଣିକୁ ଗରମ କରନ୍ତୁ । ତାପରେ ସେହି ପାଣିକୁ ଅନ୍ୟ ଏକ ପାତ୍ରକୁ ଛାଣି ନେଇ ଆସନ୍ତୁ । ତାପରେ ନଖ ଉଷୁମ ପାଣି ଗରମ ଥିବାବେଳେ ସେଥିରେ ୨ ରୁ ୩ ଚିମୁଟା ଲୁଣ ମିଶାନ୍ତୁ । ତାପରେ ସେହି ପାଣିକୁ ଅଳ୍ପ ଅଳ୍ପ କରି ଯେଉଁ ପଟରେ ଦାନ୍ତ ବିନ୍ଧୁଥିବ ସେହି ପଟରେ ୧ ମିନିଟ ପର୍ଯ୍ୟନ୍ତ କୂଳୀ କରନ୍ତୁ ।

ତାପରେ ଯେଉଁ ଜାଗାରେ ପୋକ ହୋଇ ଦାନ୍ତ କଣା ହେଇଯାଇଥିବ ବା ବିନ୍ଧୁଥିବା ସ୍ଥାନରେ ପ୍ରସ୍ତୁତ କରି ରଖିଥିବା ମିଶ୍ରଣରୁ ଏକ ଚାମଚ ତୁଳା ଉପରେ ଥୋଇ ସେହି ଜାଗାରେ ରଖି ଉପର ଦାନ୍ତର ସାହାଜ୍ଯରେ ମାଡି ରଖନ୍ତୁ । ଏକ ଘଣ୍ଟା ପର୍ଯ୍ୟନ୍ତ ସେହି ଜାଗାରେ ସେହି ସାମଗ୍ରୀକୁ ଧରି ରଖିବା ଦ୍ଵାରା ଆପଣଙ୍କର ଦାନ୍ତ ବିନ୍ଧା ସଂପୂର୍ଣ୍ଣ ଭଲ ହୋଇଯିବ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button