ରାଜ୍ୟ

ଶ୍ରୀମନ୍ଦିରରେ ମୁତୟନ ହେଲେ ଅବସରପ୍ରାପ୍ତ ସେନା କର୍ମଚାରୀ, ଜଗିବେ ଆନନ୍ଦବଜାର

ପୁରୀ: ଶ୍ରୀମନ୍ଦିର ଆନନ୍ଦ ବଜାରରେ ଆସିବ ଶୃଙ୍ଖଳା। ସେପ୍ଟେମ୍ବର ୧ ତାରିଖରୁ ଅର୍ଥାତ୍ ଆଜିଠାରୁ ଆନନ୍ଦବଜାରରେ ଲାଗୁ ହେବାକୁ ଯାଉଛି ନୂଆ ନିୟମ। ଆଜିଠୁ ଶ୍ରୀମନ୍ଦିରରେ ମୁତୟନ ହେଲେ ଅବସରପ୍ରାପ୍ତ ସେନା କର୍ମଚାରୀ। ଆନନ୍ଦବଜାର ଓ ମନ୍ଦିର ବେଢ଼େରେ ୨୦ଜଣଙ୍କୁ ନିଯୁକ୍ତି କରାଯାଇଛି।

୨ଟି ସିଫ୍ଟରେ ଆନନ୍ଦବଜାର ଜଗିବେ ସେନା କର୍ମଚାରୀ।

ଆନନ୍ଦ ବଜାର ଶୃଙ୍ଖଳା ଓ ସଂସ୍କାର ନେଇ ଏଭଳି ନିଷ୍ପତ୍ତି ନିଆଯାଇଛି। ଏକ ଆଉଟ୍ ସୋର୍ସିଂ ସଂସ୍ଥା ଅଧୀନରେ ସେମାନେ କାର୍ଯ୍ୟ କରିବେ। ପୂର୍ବତନ ସେନା କର୍ମଚାରୀଙ୍କୁ ଏଥିପାଇଁ ଟ୍ରେନିଂ ମଧ୍ୟ ଦିଆଯିବ। ଏହା ଛଡ଼ା ଆନନ୍ଦ ବଜାରରେ କ୍ଲୋଜ ସର୍କିଟ କ୍ୟାମେରା ବ୍ୟବସ୍ଥା କରାଯିବ। ଭକ୍ତଙ୍କ ସୁରକ୍ଷା ପାଇଁ ପୋଲିସ ସହାୟତା କେନ୍ଦ୍ର ଖୋଲାଯିବା ନେଇ ପ୍ରସ୍ତାବ ରହିଛି ବୋଲି କହିଛନ୍ତି ଶ୍ରୀମନ୍ଦିର ପ୍ରଶାସନ ଓଏସଡି।

ସେହିପରି ଆଜିଠାରୁ ବାସି ମହାପ୍ରସାଦ ବା ଅବଢ଼ା ବିକ୍ରି ଉପରେ ଲାଗିବ ରୋକ। ଅଣ ସେବାୟତ ବିକ୍ରି କରିପାରିବେନି ମହାପ୍ରସାଦ। ଆନନ୍ଦ ବଜାର ବ୍ୟତିତ ଶ୍ରୀମନ୍ଦିରର ଅନ୍ୟ କୌଣସି ସ୍ଥାନରେ ମହାପ୍ରସାଦ ବିକ୍ରି ପାଇଁ ଅନୁମତି ଦିଆଯିବ ନାହିଁ। ନିର୍ଦ୍ଧାରିତ ସ୍ଥାନରେ ବସି ସୁଆର ମହାସୁଆର ସେବକ ମହାପ୍ରସାଦ ବିକ୍ରି କରିବେ।

ଏଥିସହ ଶ୍ରୀମନ୍ଦିର ବାହାରେ ତିଆରି ହୋଇ ବିକ୍ରି ହେଉଥିବା ଖାଦ୍ୟ ଉପରେ ଲାଗିବ ରୋକ । ଆନନ୍ଦ ବଜାରରେ କିପରି ଶୃଙ୍ଖଳା ବଜାୟ ରଖି ହେବ, ସେ ନେଇ ମନ୍ଦିର ପ୍ରଶାସନର ବସିଥିବା ବୈଠକରେ ନିଷ୍ପତ୍ତି ନିଆଯାଇଛି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button