ରାଜ୍ୟ

ବଢୁଛି ଡେଙ୍ଗୁ: ଦିନକେ ୫୦ ପାର୍, ରାଜଧାନୀରେ ରୋଗୀ ସଂଖ୍ୟା ୧୦୦୬

ଭୁବନେଶ୍ୱର: ରାଜଧାନୀକୁ ଡରାଇଲାଣି ଡେଙ୍ଗୁ। ଦିନକରେ ୫୧ ଡେଙ୍ଗୁ ରୋଗୀ ଚିହ୍ନଟ ହେବା ପରେ ଭୟଭୀତ ରାଜଧାନୀବାସୀ। ପ୍ରତି ଗଳିକନ୍ଦିରେ ଡେଙ୍ଗୁ ମଶାର ରାଜୁତି ବଢିଚାଲିଛି। ମଶା କାମୁଡାରେ ପଟିଆଠାରୁ ଆରମ୍ଭ କରି ଖଣ୍ଡଗିରି ଏବଂ ନୟାପଲ୍ଲୀଠାରୁ ସହିଦନଗର ସବୁଠି ଲୋକେ କଲବଲ। ସେହିପରି ହସ୍ପିଟାଲରେ ରୋଗୀଙ୍କ ଲମ୍ବା ଲାଇନ ଲାଗୁଛି।

ଡେଙ୍ଗୁ ଜ୍ୱରରେ ଥରୁଛନ୍ତି ରୋଗୀ।

ଖୋର୍ଦ୍ଧା ଜିଲ୍ଲାରେ ଏବେ ସୁଦ୍ଧା ୧୩୦୭ ଜଣ ରୋଗୀ ଚିହ୍ନଟ ହେଲେଣି। ସେଥିରୁ କେବଳ ରାଜଧାନୀରେ ରୋଗୀ ସଂଖ୍ୟା ୧୦୦୬ ରହିଛି। ଜୁଲାଇ ମାସରେ ୩୧୪ ରୋଗୀ ଚିହ୍ନଟ ହୋଇଥିବା ବେଳେ ଅଗଷ୍ଟରେ ୭୮୮ ରହିଛି। ପଟିଆ ଅଞ୍ଚଳ ଡେଙ୍ଗୁ ହଟସ୍ପଟ୍ ପାଲଟିଛି। ସେଠାରେ ଏବେ ସୁଦ୍ଧା ସର୍ବାଧିକ ୫୯ ଜଣ ରୋଗୀ ଚିହ୍ନଟ ହୋଇ ସାରିଲେଣି। ରୋଗୀ ସଂଖ୍ୟା ଖଣ୍ଡଗିରିରେ ୩୬ ରହିଥିଲା ବେଳେ ନୟାପଲ୍ଲୀରେ ୩୪ ରହିଛି।

ଅନ୍ୟପକ୍ଷରେ କ୍ୟାପିଟାଲ ହସ୍ପିଟାଲରେ ରୋଗୀଙ୍କ ଭିଡ଼ ଜମୁଛି। ଆଜି ଶନିବାର ଗୋଟିଏ ଦିନରେ ହସ୍ପିଟାଲରେ ୩୭୨ଟି ଡେଙ୍ଗୁ ପରୀତ୍ରାରୁ ୩୭ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି। ହସ୍ପିଟାଲରେ ୧୮ ରୋଗୀ ଚିକିତ୍ସାଧିନ ହେଉଥିବା ବେଳେ ଆଜି ୬ ଜଣ ରୋଗୀ ଭର୍ତ୍ତି ହୋଇଛନ୍ତି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button