ରାଜ୍ୟ

ମୁକୁନ୍ଦପ୍ରସାଦ ହତ୍ୟା ଘଟଣା: ବଳବତ୍ତର ୧୬୩ ଧାରା, ଗିରଫଦାରୀ ୧୧ ଛୁଇଁଲା

ଖୋର୍ଦ୍ଧା: ଖୋର୍ଦ୍ଧା ମୁକୁନ୍ଦପ୍ରସାଦ ହତ୍ୟାକୁ ୮ ଦିନ ବିତିଯାଇଥିଲେ ବି ଏବେ ମଧ୍ୟ ସଂପୃକ୍ତ ଅଞ୍ଚଳରେ ଜାରି ରହିଛି ୧୬୩ ଧାରା । ମୁତୟନ ହୋଇଛନ୍ତି ପୋଲିସ ଫୋର୍ସ । ଅନ୍ୟପଟରେ ଗୋଷ୍ଠୀ ସଂଘର୍ଷ ନେଇ ବିଭିନ୍ନ ସ୍ଥାନରେ ପୋଲିସର ଚଢାଉ କରି ଏଯାବତ ମୋଟ ୧୧ ଜଣଙ୍କୁ ଗିରଫ କରିଛି । ୪ଟି ଅଭିଯୋଗକୁ ଆଧାର କରି ପୋଲିସ୍ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ଏଥିସହିତ ହତ୍ୟାକାଣ୍ଡରେ ଗିରଫ ହୋଇଥିବା ୩ ଜଣଙ୍କୁ ପୋଲିସ୍ ରିମାଣ୍ଡରେ ନେଇ କ୍ରାଇମସିନ୍ ରିକ୍ରିଏଟ କରିବା ପରେ ପୁଣି ଥାନାକୁ ପଠାଇଛି ।

ସୂଚନାଯୋଗ୍ୟ, ଗତ ଅଗଷ୍ଟ ୨୫ ତାରିଖରେ ଖୋର୍ଦ୍ଧା ଟାଉନ ଥାନା ଅଞ୍ଚଳ ବଜାରରେ ମହମ୍ମଦ ସାଜିଦ ନାମକ ଜଣେ ଯୁବକକୁ ବିଚ୍ ରାସ୍ତାରେ ହାଣି ଅତି ନିର୍ମମ ଭାବରେ ହତ୍ୟା କରିଥିଲେ କିଛି ଦୁର୍ବୃତ୍ତ। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ କରାଯାଇଥିବା ସୂଚନା ମିଳିଥିଲା । ଉକ୍ତ ଘଟଣା ପରେ ମୁକୁନ୍ଦପ୍ରସାଦରେ ଡିଜିପି ଓ ଗୁଇନ୍ଦା ନିର୍ଦ୍ଦେଶକ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ଘଟଣାପରେ ଅଞ୍ଚଳରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ ଲୋକଙ୍କୁ ଅପିଲ୍ କରିଥିଲେ ଡିଜିପି । ଆଇନକୁ ହାତକୁ ନେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ ଡିଜିପି । ଅନ୍ୟପଟେ ସ୍ଥିତିକୁ ଦେଖି ଡିଜିପି ଓ ଗୁଇନ୍ଦା ନିର୍ଦ୍ଦେଶକ ଉକ୍ତ ଅଞ୍ଚଳରେ ଭାରତୀୟ ନାଗରିକ ସୁରକ୍ଷା ସଂହିତା (ବିଏନସିସି) ଧାରା ୧୬୩ ଲାଗୁ କରିଥିଲେ । ମୁକୁନ୍ଦପ୍ରସାଦର ୨, ୨୧ ଓ ୨୨ ନଂ ୱାର୍ଡରେ ୧୬୩ ଲାଗୁ ହୋଇଥିଲା। ସେହିପରି ୧ ନମ୍ବର, ୩ ନମ୍ବର ୱାର୍ଡର କିଛି ଅଞ୍ଚଳରେ ମଧ୍ୟ ୧୬୩ ଲାଗୁ ହୋଇଥିଲା । ଯାହା ଏବେ ବି ବଳବତ୍ତର ରହିଛି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button