ରାଜ୍ୟ

କୋଟିପତି କନିଷ୍ଠ କିରାଣୀ ପ୍ରଦୀପ ଦାସଙ୍କୁ ଗିରଫ କଲା ଭିଜିଲାନ୍ସ

ମାଜ ଡିଜିଟାଲ ଡେସ୍କ: ବାଲେଶ୍ୱର ଜିଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର କନିଷ୍ଠ କିରାଣୀ ପ୍ରଦୀପ କୁମାର ଦାସଙ୍କୁ ଗିରଫ କରିଛି ଭିଜିଲାନ୍ସ। ଆୟ ବହିର୍ଭୂତ୍ତ ସମ୍ପତ୍ତି ଠୁଳ ଅଭିଯୋଗରେ ଶୁକ୍ରବାର ତାଙ୍କ ଘରେ ଭିଜିଲାନ୍ସ ଚଢାଉ କରିବା ପରେ ଆଜି ତାଙ୍କୁ ଗିରଫ କରିଛି। ଆୟଠାରୁ ଅଧିକ ସମ୍ପତ୍ତି ଠୁଳ କରିଥିବା ନେଇ ଭିଜିଲାନ୍ସ ପକ୍ଷରୁ କୁହାଯାଇଛି।

ଗତକାଲି ପ୍ରଦୀପଙ୍କର ବାଲେଶ୍ୱର ପୈତୃକ ଓ ସମ୍ପର୍କୀୟଙ୍କ ଘର ସହ ଏକକାଳୀନ ୬ଟି ସ୍ଥାନରେ ଚଢାଉ ହୋଇଥିଲା। ପ୍ରଦୀପଙ୍କୁ ଦୁଇ ମହଲା ବିଶିଷ୍ଟ ମାର୍କେଟ କମ୍ପେ୍ଲକ୍ସ ଠାବ କରାଯାଇଥିଲା। ଏହାସହିତ ୬ଟି ପ୍ଲଟ, ବ୍ୟାଙ୍କ, ବୀମା, ପୋଷ୍ଟାଲ ଜମା ଓ ୨ଟି ଦୁଇ ଚକିଆ ଯାନ ଠାବ ହୋଇଥିଲା। ଏହାପରେ ପ୍ରଦୀପଙ୍କୁ ଏସମ୍ପର୍କରେ ପଚରାଉଚରା କରାଯାଇ ଥିବାବେଳେ ସେ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ। ଆଜି ଭିଜିଲାନ୍ସ ତାଙ୍କୁ ଗିରଫ କରିଥିବା ସୂଚନା ମିଳିଛି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button