ରାଜ୍ୟ

ବଞ୍ଜାଗୋଳା ସ୍କୁଲରେ ଆତ୍ମ ସୁରକ୍ଷା ତାଲିମ ଶିବିର

ନାକଟିଦେଉଳ : ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ ଅନ୍ତର୍ଗତ ବଞ୍ଜାଗୋଳା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୧୦ ଦିନ ଧରି ଚାଲିଥିବା ରାଣୀ ଲକ୍ଷ୍ମୀବାଈ ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଶନିବାର ଦିନ ଉଦଯାପିତ ହୋଇଯାଇଛି। ଗତ ୨୦ ତାରିଖ ଦିନ ଏହି ପ୍ରଶିକ୍ଷଣ ଶିବିରକୁ ବିଦ୍ୟାଳୟର ପ୍ରଧାନଶିକ୍ଷକ ବ୍ରଜଚନ୍ଦ୍ର ସାହୁ ବିଧିବଦ୍ଧ ଭାବରେ ଉଦଘାଟନ କରିଥିଲେ।

ସହକାରୀ ଶିକ୍ଷକ ତଥା କରାଟେ ମାଷ୍ଟର ସୁଭାଷ ଚନ୍ଦ୍ର ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵବଧାନରେ ଉଷାବତୀ ସାହୁ ଓ ସ୍ନେହମୟୀ ପ୍ରଧାନ ମାଷ୍ଟର ଟ୍ରେନର ଭାବେ ଯୋଗ ଦେଇ ତାଲିମ ପ୍ରଦାନ କରିଥିଲେ। ଏହି ପ୍ରଶିକ୍ଷଣରେ ଷଷ୍ଠ, ସପ୍ତମ ଓ ଅଷ୍ଟମ ଶ୍ରେଣୀର ମୋଟ ୨୧ ଜଣ ଛାତ୍ରୀ ଅଂଶଗ୍ରହଣ କରି ପ୍ରତିପକ୍ଷର ପ୍ରତ୍ୟେକ ପ୍ରକାର ଆକ୍ରମଣକୁ ପ୍ରତିହତ କରି ନିଜକୁ ସୁରକ୍ଷିତ ରଖିବା ସହିତ ଶତ୍ରୁକୁ ଧରାଶାୟୀ କରିବାର କୌଶଳ ଶିକ୍ଷା ସମ୍ପର୍କରେ ତାଲିମ ଗ୍ରହଣ କରିଥିଲେ। ଉଦଯାପନୀ ଦିବସରେ ପ୍ରଧାନ ଶିକ୍ଷକ ବ୍ରଜଚନ୍ଦ୍ର ସାହୁ, ସହକାରୀ ଶିକ୍ଷକ ସୁଭାଷ ଚନ୍ଦ୍ର ନାୟକ, ବାବୁଲାଲ ବିଶି, ହରେକୃଷ୍ଣ ବିଶି, ଶିକ୍ଷୟିତ୍ରୀ ମହାଶ୍ୱେତା ସିଂ ଏବଂ ମାଷ୍ଟର ଟ୍ରେନର ଉଷାବତୀ ସାହୁ, ସ୍ନେହମୟୀ ପ୍ରଧାନ ସମାଜରେ ଘଟୁଥିବା ଅପରାଧ ବା ମହିଳାଙ୍କ ଉପରେ ହେଉଥିବା ଆକ୍ରମଣକୁ ସାମ୍ନା କରିବା ପାଇଁ ଶାରୀରିକ କ୍ଷମତା ବୃଦ୍ଧି କରିବା ସହିତ ମନରୁ ଭୟ ଦୂର କରି ସାହସର ସହିତ ମୁକାବିଲା କରି ନିଜର ତଥା ସମାଜର ମଙ୍ଗଳ କରାଯାଇ ପାରିବ ବୋଲି ଉଦବୋଧନ ଦେଇଥିଲେ। ସହକାରୀ ଶିକ୍ଷକ ବାବୁଲାଲ ବିଶି ଧନ୍ୟବାଦ ଅର୍ପଣ କରିଥିଲେ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button