ରାଜ୍ୟ

ଏଆଇ କ୍ୟାମେରା ବଞ୍ଚାଇଲା ହାତୀପଲଙ୍କ ଜୀବନ

ରାଉରକେଲା: କୃତ୍ରିମ ବୁଦ୍ଧିମତା (ଏଆଇ) କ୍ୟାମେରା ବଞ୍ଚାଇ ଦେଇଛି ହାତୀପଲଙ୍କ ଜୀବନ। ରାଉରକେଲା ବନ୍ଧମୁଣ୍ଡା ଅଞ୍ଚଳରେ ଏମିତି ଘଟଣା ଦେଖିବାକୁ ମିଳିଛି। ରେଳବାଇ ଧାରଣା ପାଖରେ ବୁଲୁଥିବା ହାତୀପଲଙ୍କ ଗତିବିଧି ସମ୍ପର୍କରେ ରାଉରକେଲା ବନଖଣ୍ଡ ଅଫିସ୍‌କୁ ଏଆଇ କ୍ୟାମେରା ସତର୍କ ସୂଚନା ଦେଇଥିଲା। ସୂଚନା ଆଧାରରେ ବନଖଣ୍ଡ ଅଧିକାରୀ ରେଳବାଇକୁ ଟ୍ରେନ୍‌ ଗତି ଧୀର କରିବାକୁ କହିଥିଲେ। ଏଥିସହ ବନ କର୍ମଚାରୀ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ହାତୀପଲଙ୍କୁ ସୁରକ୍ଷିତ ସ୍ଥାନକୁ ଘଉଡ଼ାଇ ଦେଇଥିଲେ।

ସୂଚନା ଅନୁଯାୟୀ ଗତକାଲି ମଧ୍ୟ ରାତିରେ ହାୱଡା-ମୁମ୍ବାଇ ରେଳଲାଇନ୍‌ ନିକଟ ଜଙ୍ଗଲରେ ହାତୀପଲ ବୁଲୁଥିବାର ଚିତ୍ର ଏଆଇ କ୍ୟାମେରାରେ ଉତ୍ତୋଳିତ ହୋଇଥିଲା। ଏ ସମ୍ପର୍କିତ ସତର୍କ ସୂଚନା ତୁରନ୍ତ ରାଉରକେଲା ବନଖଣ୍ଡ କାର୍ଯ୍ୟାଳୟକୁ ଆସିଥିଲା। ରାଉରକେଲା ବନଖଣ୍ଡରେ ୪ଟି ଅତ୍ୟାଧୁନିକ ଏଆଇ କ୍ୟାମେରା ଟାୱାର ଲାଗିଥିବା ବେଳେ ୫ କିମି ଦୂରରୁ ଏହା ହାତୀଙ୍କ ଗତିବିଧି ଉପରେ ଅହୋରାତ୍ର ନଜର ରଖିଛି। ପୂର୍ବରୁ ହାୱଡା-ମୁମ୍ବାଇ ରେଳଲାଇନ୍‌ରେ ଟ୍ରେନ୍‌ ଧକ୍କାରେ ୪ରୁ ଅଧିକ ହାତୀଙ୍କ ଜୀବନ ଯାଇଛି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button