ରାଜ୍ୟ

ଆନନ୍ଦ ବଜାରରେ ବାସି ଅବଢ଼ା ବିକ୍ରି ଉପରେ ବାରଣ, ନଜର ରଖିବେ ସ୍ବତନ୍ତ୍ର ସୁରକ୍ଷାକର୍ମୀ

ପୁରୀ : ଶୃଙ୍ଖଳିତ ହେବ ଆନନ୍ଦବଜାର । ସୂପକାର ଓ ଅଣସୂପକାରଙ୍କ ଉପରେ ନଜର ରଖିବେ ସ୍ବତନ୍ତ୍ର ସୁରକ୍ଷାକର୍ମୀ । ଏଥିପାଇଁ ନିଯୁକ୍ତ ହେବେ ୨୦ ଜଣ ଦକ୍ଷ ଅବସରପ୍ରାପ୍ତ ସେନାକର୍ମୀ । ଏନେଇ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଆରମ୍ଭ ହୋଇଛି ନିଯୁକ୍ତି ପ୍ରକ୍ରିୟା । ଆସନ୍ତା ୩୦ ତାରିଖ ସୁଦ୍ଧା ସମସ୍ତ ୨୦ଟି ପଦବୀ ପୂରଣ ହେବ । ୧ ତାରିଖରୁ ଆନନ୍ଦ ବଜାରରେ ମୁତୟନ ହେବେ ସ୍ବତନ୍ତ୍ର ସୁରକ୍ଷା କର୍ମୀ ।

ଏମାନଙ୍କ ପାଇଁ ସ୍ବତନ୍ତ୍ର ଡ୍ରେସ୍ କୋଡ ମଧ୍ୟ ଲାଗୁ କରାଯିବ । ସୁରକ୍ଷା କର୍ମୀ ନିଯୁକ୍ତି ପରେ ଆନନ୍ଦ ବଜାରରେ ବାସି ଅବଢ଼ା ବିକ୍ରି ଉପରେ ନଜର ରଖାଯିବ ।

ଅଣ ସୂପକାର ମାନଙ୍କୁ ପ୍ରସାଦ ବିକ୍ରି ବାରଣ କରାଯିବ । କେବଳ ସୁଆର ମହାସୁଆର ନିଯୋଗ ତରଫରୁ ସୂଚିତ ସୂପକାର ମାନେ ହିଁ ମହାପ୍ରସାଦ ପାଇଁ ଅଧିକୃତ ରହିବେ । ଭକ୍ତଙ୍କ ପ୍ରତି ଆଚରଣ ଓ ଉଚ୍ଚାରଣ ସଠିକ୍ ରହିବା ଦିଗରେ ଗୁରୁତ୍ବ ଦିଆଯିବ । ଆନନ୍ଦ ବଜାରରେ ନିର୍ଦ୍ଦିଷ୍ଟ ଚିହ୍ନଟ ସ୍ଥାନ ବ୍ୟତୀତ ଅନ୍ୟ ସ୍ଥାନରେ ମହାପ୍ରସାଦ ଓ ଅନ୍ୟ ଭୋଗ ବିକ୍ରି କରାଯିବ ନାହିଁ । ଆନନ୍ଦ ବଜାରରେ କେବଳ ମହାପ୍ରଭୁଙ୍କ ଭୋଗ ହେଇଥିବା ଦ୍ରବ୍ୟ ବ୍ୟତୀତ ଅନ୍ୟ ଖାଦ୍ୟ ପଦାର୍ଥ ବିକ୍ରି ହୋଇ ପାରିବ ନାହିଁ । ଦରକାର ପଡିଲେ ସୂପକାରଙ୍କୁ ପରିଚୟ ପତ୍ର ପ୍ରଦାନ କରିବେ ଶ୍ରୀମନ୍ଦିର ପ୍ରଶାସନ ।

Related Articles

Leave a Reply

Your email address will not be published. Required fields are marked *

Back to top button