ରାଜ୍ୟ

ବେଆଇନ ବାଣ ତିଆରି ବେଳେ ଅଘଟଣ, ବିସ୍ଫୋରଣରେ ଜଣେ ଗୁରୁତର

ଣ୍ଡପଡ଼ା, ୨୬/୧୦: ବେଆଇନ ଭାବରେ ବାଣ ପ୍ରସ୍ତୁତ କରୁଥିବାବେଳେ ହେଲା ବିସ୍ଫୋରଣ । ବାଣ ପ୍ରସ୍ତୁତ କରୁଥିବା ବ୍ୟକ୍ତି ଗୁରୁତର । ଗୁରୁତର ହୋଇଥିବା ବ୍ୟକ୍ତି ଧନେଶ୍ୱର ଦଳେଇ ବୋଲି ଜଣାପଡ଼ିଛି । ତାଙ୍କ ଶରୀରର ପ୍ରାୟ ୬୦ ପ୍ରତିଶତ ପୋଡ଼ିଯାଇଛି । ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ତରବାଲୋ ଗ୍ରାମରେ ଏଭଳି ଘଟଣା ଘଟିଛି ।

ସୂଚନା ମୁତାବକ, ତରବାଲୋ ଗ୍ରାମରେ ବେଆଇନ ଭାବରେ ବାଣ ପ୍ରସ୍ତୁତ କରୁଥିଲେ ଧନେଶ୍ୱର ଦଳେଇ ।

ବାଣ ତିଆରି କରିବା ବେଳେ ହଠାତ୍ ବିସ୍ଫୋରଣ ହୋଇଥିଲା । ଏହି ବାଣ ବିସ୍ଫୋରଣରେ ତାଙ୍କର ଘର ଛିନ୍ଛତ୍ର ହୋଇଯାଇଥିବା ବେଳେ ତାଙ୍କ ଶରୀରର ପ୍ରାୟ ୬୦ ପ୍ରତିଶତ ପୋଡ଼ି ଯାଇଥିଲା । ସେ ଯନ୍ତ୍ରଣାରେ ଚିତ୍କାର କରିଥିଲେ । ଧନେଶ୍ୱରଙ୍କ ଚିତ୍କାର ଶୁଣି ତାଙ୍କ ପରିବାର ଲୋକେ ତୁରନ୍ତ ତାଙ୍କୁ ଗୁରୁତର ଅବସ୍ଥାରେ ଭାପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ନେଇଥିଲେ । ପରେ ଏହି ଘଟଣା ସମ୍ୱନ୍ଧରେ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରି ସମସ୍ତ ବାଣ ଜବତ କରିଛି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button