୫ ବନ୍ଧୁକ, ୧୦ ଗ୍ରେନେଡ୍, ବୁଲେଟ୍ପ୍ରୁଫ୍ ଜ୍ୟାକେଟ୍ ଓ ଆହୁରି ଅନେକ.; ମଣିପୁରରେ ଜବତ ହେଲା ବିପୁଳ ଅସ୍ତ୍ରଶସ୍ତ୍ର

ମଣିପୁରର ପୂର୍ବ ଇମ୍ଫାଲ ଜିଲ୍ଲାର ସକେତା ଅୱାଙ୍ଗ ଲେଇକାଇ ଅଞ୍ଚଳରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଏବଂ ଗୁଳି ଜବତ ହୋଇଛି । ଏଠାରେ ସର୍ଚ୍ଚ ଅପରେସନ ବେଳେ ତିନୋଟି INSAS ରାଇଫଲ, ଦୁଇଟି AK-56 ରାଇଫଲ, ମାଗାଜିନ୍, ଗୋଳାବାରୁଦ ସହ ସୈନ୍ୟ ବର୍ଦ୍ଦି ଏବଂ କେତେକ ଅନ୍ୟାନ୍ୟ ଜିନିଷ ଜବତ କରାଯାଇଛି । ଇମ୍ଫାଲ ପଶ୍ଚିମ ଜିଲ୍ଲାର ଲେଇକିନ୍ଥାବି ଅଞ୍ଚଳରେ କିଛି ବନ୍ଧୁକଧାରୀ ପୋଲିସ କର୍ମଚାରୀଙ୍କଠାରୁ ତିନୋଟି ରାଇଫଲ ଏବଂ ଗୁଳି ଛଡ଼ାଇ ନେଇଥିଲେ ।
ପୋଲିସଠାରୁ ଅସ୍ତ୍ରଶସ୍ତ୍ର ଛଡ଼ାଇ ନେବା ଘଟଣା ପରେ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଥିଲା । ଏହି ଘଟଣାରେ ୫ ଜଣଙ୍କୁ ଗିରଫ କରାଯାଇଛି । କୋର୍ଟ ସେମାନଙ୍କୁ ୧୦ ଦିନିଆ ପୋଲିସ ହେପାଜତକୁ ପଠାଇଛନ୍ତି । ଏକ ବୟାନରେ କୁହାଯାଇଛି ଯେ ସୁରକ୍ଷା ବାହିନୀ ମଣିପୁରର ପାହାଡ ଏବଂ ଘାଟି ଜିଲ୍ଲାର ସୀମାନ୍ତ ତଥା ସମ୍ବେଦନଶୀଳ ଅଞ୍ଚଳରେ ସର୍ଚ୍ଚ ଅପରେସନ ଚଳାଇଥିଲା । କାକଚିଙ୍ଗ୍ର ୱାବାଗଇ ନତେଖୋଙ୍ଗରୁ ଅସ୍ତ୍ରଶସ୍ତ୍ର ଏବଂ ଗୁଳି ଜବତ କରାଯାଇଛି ।
ଅସ୍ତ୍ରଶସ୍ତ୍ର ଉଦ୍ଧାର ପରେ ଆସାମ ରାଇଫଲ୍ସ ସମଗ୍ର ଘଟଣା ବିଷୟରେ ସୂଚନା ଦେଇଛି । ଭାରତୀୟ ସେନା, ବିଏସ୍ଏଫ୍ ଏବଂ ମଣିପୁର ପୋଲିସ ସହ ମିଶି ଆସାମ ରାଇଫଲ୍ସ ଅଗଷ୍ଟ ୨୮ରେ ସର୍ଚ୍ଚ ଅପରେସନ ଚଳାଇଥିଲା । ମଣିପୁରର କାକଚିଙ୍ଗ୍ ଜିଲ୍ଲା ସେକମାଇଜିନ୍ ଅଞ୍ଚଳରୁ ଗୋଟିଏ ଷ୍ଟେନ୍ ମେସିନ ବନ୍ଧୁକ, ଦୁଇଟି ୯ ଏମ୍ଏମ୍ ପିସ୍ତଲ, ଦୁଇଟି ସିଙ୍ଗଲ ବ୍ୟାରେଲ୍ ବନ୍ଧୁକ, ୧୦ଟିି ଗ୍ରେନେଡ୍, ଗୁଳି ଏବଂ ଯୁଦ୍ଧ ସାମଗ୍ରୀ ଜବତ କରାଯାଇଛି ।