ସ୍କୁଟର ଚଲାଇବା ପାଇଁ ଡ୍ରାଇଭର ରଖିଥିଲେ ଭାରତୀୟ ଟିମର ଏହି ଖେଳାଳି, କେବେ ବି ଶିଖିନାହାନ୍ତି ଡ୍ରାଇଭିଂ

ଭାରତରେ କ୍ରିକେଟ ଟ୍ୟାଲେଣ୍ଟର ଖଣି ରହିଛି । ଅନେକ ଖେଳାଳିଙ୍କ ଭାଗ୍ୟ କ୍ରିକେଟରେ ପରିବର୍ତ୍ତନ ହୋଇଯାଇଛି । କିନ୍ତୁ କିଛି ଖେଳାଳିଙ୍କ ଏଭଳି ଭାଗ୍ୟ ରହିଛି, ଯେଉଁମାନଙ୍କ ଟ୍ୟାଲେଣ୍ଟ କିଛି କାମରେ ଆସିନଥାଏ । ଏମିତି ଜଣେ ହେଉଛନ୍ତି ଭାରତୀୟ ଟିମର ପୂର୍ବତନ ଖେଳାଳି ଜ୍ଞାନେନ୍ଦ୍ର ପାଣ୍ଡେ । ଯାହାଙ୍କ ବିଷୟରେ ଜାଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।
ଜ୍ଞାନେନ୍ଦ୍ର ରାହୁଲ ଦ୍ରାବିଡ ଏବଂ ସୌରଭ ଗାଙ୍ଗୁଲିଙ୍କ ସହିତ ମ୍ୟାଚ ଖେଳିଛନ୍ତି । କିନ୍ତୁ ତାଙ୍କ ବିଷୟରେ ଅନେକ ରୋଚକ ତଥ୍ୟ ରହିଛି ।
ଜ୍ଞାନେନ୍ଦ୍ର ପାଣ୍ଡେ ୧୯୯୯ରେ ପାକିସ୍ତାନ ବିପକ୍ଷରେ ଡେବ୍ୟୁ କରିଥିଲେ । ଘରୋଇ କ୍ରିକେଟରେ ବଢିଆ ପ୍ରଦର୍ଶନ କରିଥିବା ଯୋଗୁଁ ତାଙ୍କୁ ଭାରତୀୟ ଟିମରେ ସ୍ଥାନ ମିଳିଥିଲା । କିନ୍ତୁ ମାତ୍ର ମାସକ ମଧ୍ୟରେ ତାଙ୍କ କ୍ୟାରିଅର ଶେଷ ହୋଇଯାଇଥିଲା । ସେ ଖେଳରେ ଅଲରାଉଣ୍ଡର ପ୍ରଦର୍ଶନ କରିଥିଲେ । କିନ୍ତୁ ୨ଟି ମ୍ୟାରେ ବେଶ କିଛି କମାଲ କରିପାରିନଥିଲେ ।
ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ତାଙ୍କୁ ସ୍ଥାନ ମିଳିଥିଲା । କିନ୍ତୁ ପରେ ତାଙ୍କୁ ନଜରଅନ୍ଦାଜ କରାଯାଇଥିଲା । ହେଲେ ଏବେ ୨୪ ବର୍ଷ ପରେ ତାଙ୍କ ରାଜ୍ ସମସ୍ତଙ୍କ ସାମ୍ନାକୁ ଆସିଛି ।
କ୍ରିକେଟରୁ ଦୂରେଇବା ପରେ ଜ୍ଞାନେନ୍ଦ୍ର ପାଣ୍ଡେ ଏସବିଆଇରେ ପିଆର ଏଜେଣ୍ଟ ଭାବେ କାମ କରରୁଥିଲେ । ଆଉ ସବୁଠାରୁ ଆଶ୍ଚର୍ଯ୍ୟ କଥା ଯେ, କିଏ କାର କିମ୍ବା ଅନ୍ୟ ବଡ ଗାଡି ଚଲାଇବା ପାଇଁ ଡ୍ରାଇଭର ରଖେ । କିନ୍ତୁ ଜ୍ଞାନେନ୍ଦ୍ର ନିଜ ସ୍କୁଟର ଚଲାଇବା ପାଇଁ ଡ୍ରାଇଭର ରଖିଥିଲେ ।
ଏହାକୁ ନେଇ ଜ୍ଞାନେନ୍ଦ୍ର ପ୍ରତିକ୍ରିୟା ଦେଇ କହିଥିଲେ, ହଁ ମୁଁ ଡ୍ରାଇଭର ରଖିଛି । କିନ୍ତୁ ସେ ମୋ ଅନ୍ତରଙ୍ଗ ବନ୍ଧୁ । ମୋତେ ଥରେ ସଚିନ ତେନ୍ଦୁଲକର ଏଭଳି କଥା ପଚାରିଥିଲେ । ମୁଁ ସ୍କୁଟି ଚଲାଉଛି, କିନ୍ତୁ କେବେ ଡ୍ରାଇଭିଂ ଶିଖିବାର ଇଚ୍ଛା ହୋଇନି ।