ରାଜ୍ୟ

ଏସସିବିରେ ରୋଗୀଙ୍କୁ ଡାକ୍ତରଙ୍କ ଅସଦାଚରଣ ଘଟଣା : ଡାକ୍ତର ଗିରଫ, ତଦନ୍ତ ପାଇଁ କମିଟି ଗଠନ

ଏସସିବି ମେଡିକାଲରେ ରୋଗୀଙ୍କୁ ଅସଦାଚରଣ ଘଟଣାରେ ମଙ୍ଗଳାବାଗ ପୋଲିସ ଜଣେ ଡାକ୍ତରଙ୍କୁ ଗିରଫ କରିଛି। ହୃଦରୋଗ ବିଭାଗର ସମ୍ପୃକ୍ତ ଡାକ୍ତରଙ୍କୁ ଗିରଫ କରାଯାଇଛି। ଅନ୍ୟପକ୍ଷରେ ଏହି ଘଟଣାର ତଦନ୍ତ ପାଇଁ ଏକ କମିଟି ସ୍ବାସ୍ଥ୍ୟ ବିଭାଗ ଗଠନ କରିଛି। କମିଟିରେ ୩ ଜଣ ସଦସ୍ୟ ରହିଛନ୍ତି। କମିଟିରେ ଡିଏମଇଟି ସନ୍ତୋଷ ମିଶ୍ର, ଏସସିବି ଅଧୀକ୍ଷକ ସୁଧାଂଶୁ ମିଶ୍ର , ଯୁଗ୍ମ ଡିଏମଇଟି ରୋମା ରତନ ରହିଛନ୍ତି।

ଗତ ୧୧ ତାରିଖରେ ମହିଳା ଜଣକ କାର୍ଡିଓଲୋଜି ବିଭାଗକୁ ଇକୋ କରିବାକୁ ଆସିଥିଲେ। ଏହି ସମୟରେ ମହିଳାଙ୍କୁ ଜଣେ ଜୁନିୟର ଡାକ୍ତର ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା। ଉକ୍ତ ଡାକ୍ତରଙ୍କ ନାଁରେ ରୋଗୀ ସମ୍ପର୍କୀୟ ମଙ୍ଗଳାବାଗ ଥାନାରେ ଏତଲା ଦେଇଥିଲେ । ଏତଲା ଆଧାରରେ ମଙ୍ଗଳାବାଗ ପୋଲିସ ମାମଲା ରୁଜୁ କରିଥିଲା । ଏହା ସହ ପୋଲିସ ପୀଡ଼ିତାଙ୍କ ବୟାନକୁ ମଧ୍ୟ ରେକର୍ଡ କରିଥିଲା।

ଅନ୍ୟପଟେ ପୀଡ଼ିତାଙ୍କ ସମ୍ପର୍କୀୟଙ୍କ ଆକ୍ରମଣରେ ଉକ୍ତ ଡାକ୍ତର ଗୁରୁତର ଆହତ ହୋଇଥିଲା। ଏ ନେଇ ଡାକ୍ତରଙ୍କ ପରିବାର ଲୋକ ମଧ୍ୟ ମଙ୍ଗଳାବାଗ ଥାନାରେ ଏକ ଏତଲା ଦାଏର କରିଛନ୍ତି। ପୋଲିସ ୨ ଟି ଯାକ ମାମଲାକୁ ନେଇ ତଦନ୍ତ କରୁଛି।

Related Articles

Leave a Reply

Your email address will not be published. Required fields are marked *

Back to top button