ରାଜ୍ୟ
ମାଛ ଧରିବା ବେଳେ କେନାଲରେ ଭାସିଗଲେ ମାଛ ଧରାଳି

ସାଲେପୁର, ୦୨/୧୧ : ମାଛ ଧରୁଥିବା ବେଳେ କେନାଲରେ ଭାସିଗଲେ ମାଛ ଧରାଳି। ନିଖୋଜ ଯୁବକ ଜଣଙ୍କ ସାଲେପୁର ବ୍ଲକ ଅନ୍ତର୍ଗତ ରାମେଶ୍ୱର ପଞ୍ଚାୟତର ଧକା ସାମଲ ବୋଲି ଜଣାପଡ଼ିଛି। ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।
ସୂଚନାନୁଯାୟୀ, ଧକା ସାମଲ ଶନିବାର ସକାଳୁ ପଟ୍ଟାମୁଣ୍ଡାଇ କେନାଲର ରାମେଶ୍ୱର ଲକ୍ ନିକଟରେ ଜାଲ ନେଇ ମାଛ ଧରୁଥିଲେ।
ଏହି ସମୟରେ ସେ କେନାଲରେ ଭାସି ଯାଇ ନିଖୋଜ ହୋଇଯାଇଛନ୍ତି। ସ୍ଥାନୀୟ ଲୋକେ ଦୀର୍ଘ ୨ ଘଣ୍ଟାରୁ ଉର୍ଦ୍ଧ୍ଵ ସମୟ ହେବ ଖୋଜାଖୋଜି କରିଥିଲେ ସୁଦ୍ଧା ତାଙ୍କର କୌଣସି ପତ୍ତା ମିଳିନାହିଁ। ଅଗ୍ନିଶମ ବାହିନୀ ଉଦ୍ଧାର କାର୍ଯ୍ୟ ଜାରି ରଖିଛି।