ଉତ୍କଳ ହସ୍ପିଟାଲରେ ଅଙ୍ଗଦାନ ଦିବସ ପାଳିତ

: ଭୁବନେଶ୍ୱର ନୀଳାଦ୍ରି ବିହାର ସ୍ଥିତ ରାଜ୍ୟର ପ୍ରମୁଖ ସୁପର ମଲ୍ଟି ସ୍ପେଶିଆାଲଟି ଉତ୍କଳ ହସ୍ପିଟାଲରେ ଅଙ୍ଗଦlନ ଦିବସ ପାଳନ ହୋଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କମିଶନରେଟ ପୋଲିସ କମିଶନର ସଞ୍ଜୀବ ପଣ୍ଡା, ସମ୍ମାନୀତ ଅତିଥି ଭାବେ ରାଜ୍ୟ ଅଙ୍ଗଦାନ ସଂସ୍ଥାର(SOTTO) ଡାଇରେକ୍ଟର ପ୍ରଫେସର ଡ.
ଉମାକାନ୍ତ ଶତପଥୀ, ଉତ୍କଳ ହସ୍ପିଟାଲର ପରିଚାଳନା ନିର୍ଦ୍ଦେଶକ ଡ ପ୍ରଜ୍ଞାନ ରଞ୍ଜନ ଘଡେଇ, ଡିନ ଏବଂ ଡାଇରେକ୍ଟର ଆାକାଡେମିକ ଡ. ପ୍ରଫୁଲ କୁମାର ଦାସ, ଡାଇରେକ୍ଟର ମେଡିକାଲ ସର୍ଭିସେସ ଡ.ରଞ୍ଜନ କୁମାର ମହାପାତ୍ର, ଡ. ସତ୍ୟପ୍ରକାଶ ରାୟ ଚୌଧୁରୀ, ବରିଷ୍ଠ ନେଫୋଲୋଜି ଡ. ଲଳାଟ ବରୁଣ ପାତ୍ର, ଡ. ଉମାକାନ୍ତ ରଞ୍ଜନ ପଣ୍ଡା, ବରିଷ୍ଟ ୟୁରୋଲୋଜି ଡ. କାଳୀପ୍ରସାଦ ମିଶ୍ର, ଡ. ପବିତ୍ର କୁମାର ମିଶ୍ର, ହାଇଦ୍ରାବାଦ ସ୍ଥିତ ଏଆଇଜି ହସ୍ପିଟାଲ ଭାଇସ ପ୍ରେସିଡେଣ୍ଟ ସନ୍ତୋଷ କୁମାର ସାହୁ ପ୍ରମୁଖ ଯୋଗ ଦେଇଥିଲେ।
ଅଙ୍ଗଦାନ ଏକ ମହତ କାର୍ଯ୍ୟ, ମାନବ ସମାଜ ଅନ୍ୟର ଜୀବନ ରକ୍ଷା କରିବା ପାଇଁ ଅଙ୍ଗଦlନ କରିବାରେ ଦ୍ୱିଧା ବୋଧ୍ କରୁନାହିଁ l ଜଣେ ଅଙ୍ଗଦlନକରି ୮ ଟି ଜୀବନ ବଞ୍ଚାଇ ପାରିବ l ବିଶ୍ୱରେ ସ୍ପେନ,ଚାଇନା ଏବଂ ୟୁଏସଏ ଅଙ୍ଗଦlନ ଦିଗରେ ଆଗୁଆ ଅଛନ୍ତି ,ଆମଦେଶରେ ପ୍ରାୟ ୧୭ ଲକ୍ଷ ଜନ ସାଧାରଣ ଅଙ୍ଗଦlନ କରିବା ପାଈଁ ପଞ୍ଜିକୃତ ହୋଇଛନ୍ତି l ଏହାକୁ ଆଖିଆଗରେ ରଖି ରାଜ୍ୟର ପ୍ରମୁଖ ସୁପର ମଲ୍ଟି ସ୍ପେଶିଆାଲଟି ଅଙ୍ଗ ପ୍ରତିରୋପଣ କେନ୍ଦ୍ର ଉତ୍କଳ ହସ୍ପିଟାଲରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ପୂର୍ବରୁ ଅଙ୍ଗଦlନ କରିଥିବା ସେମାନଙ୍କର ପରିବାର ସଦସ୍ୟ ଏବଂ ସ୍କୁଲ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ହୋଇଥିବା ଚିତ୍ରାଙ୍କନ ପ୍ରତିଯୋଗିତାର ବିଜେତାମାନଙ୍କୁ ଅତିଥି ମାନେ ସମ୍ମାନୀତ କରିଥିଲେ l ଆମେରିକାରେ କାର୍ଯ୍ୟରତ ତଥା ଉତ୍କଳ ହସ୍ପିଟାଲର ଚେୟାରମ୍ୟାନ, ଡ ଆଦିତ୍ୟ ସାମଲ ଏହି କାର୍ଯକ୍ରମ ପାଇଁ ପ୍ରେରଣା ଦେଇଥିଲେ l ସୂଚନାଯୋଗ୍ୟ ଯେ ୨୦୨୪ରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅଙ୍ଗଦlନ ଜନ ଜାଗୃତ ଅଭିଯାନ ଚାଲୁଅଛି l