ଦେଶ- ବିଦେଶ

ବାଂଲାଦେଶ ସଙ୍କଟ: ଉପକୃତ ହେବ ବୟନ ଶିଳ୍ପ

ନୂଆଦିଲ୍ଲୀ: ପଡ଼ୋଶୀ ଦେଶ ବାଂଲାଦେଶରେ ଦେଖାଦେଇଥିବା ରାଜନୈତିକ ହିଂସା ଓ ସଙ୍କଟ ଭାରତୀୟ ବୟନ ଶିଳ୍ପ ଲାଗି ଏକ ବଡ଼ ସୁଯୋଗ ଆଣିଦେଇଛି। ବିଦେଶରୁ ଯେଉଁମାନେ ବାଂଲାଦେଶରୁ ପୋଷାକ ଓ ବୟନ ସାମଗ୍ରୀ ମଗାଉଥିଲେ ସେମାନେ ଭାରତ ମୁହାଁ ହେବେ ବୋଲି ଆଶା କରାଯାଉଛି। ଯଦି ତାହା ହେବ ତେବେ ଭାରତୀୟ ବୟନ ଶିଳ୍ପ ବିଶେଷ ଭାବେ ଉପକୃତ ହେବ।

 

ତିରୁପୁର ରପ୍ତାନି ସଂଘର ସଭାପତି କେ ଏମ୍ ସୁବ୍ରମଣ୍ୟମ କହିଛନ୍ତି ଯେ ବାଂଲାଦେଶର ୧୦ ପ୍ରତିଶତ ବରାଦ ଭାରତକୁ ଆସିବା ସମ୍ଭାବନା ରହିଛି। ଯଦି ସେଭଳି ହେବ ତେବେ ଭାରତୀୟ ବୟନ କମ୍ପାନିଗୁଡ଼ିକୁ ପ୍ରତି ମାସରେ ୩୫୦୦ କୋଟି ଟଙ୍କାର ବରାଦ ମିଳିବ। ବାଂଲା‌ଦେଶ ହେଉଛି ବିଶ୍ବର ଦ୍ବିତୀୟ ବୃହତ ବୟନ ସାମଗ୍ରୀ ରପ୍ତାନିକାରୀ। ଏହା ମାସକୁ ୩୦ ହଜାର କୋଟି ଟଙ୍କାର କପଡ଼ା ରପ୍ତାନି କରୁଛି। ୧୨,୫୦୦ କୋଟି ଟଙ୍କା ରପ୍ତାନି ସହ ଏହି ତାଲିକାରେ ଭାରତ ଚତୁର୍ଥ ସ୍ଥାନରେ ରହିଛି। ବ୍ରିଟେନ୍‌ ଓ ୟୁରୋପକୁ ହେଉଥିବା ବୟନ ସାମଗ୍ରୀ ରପ୍ତାନିରେ ବାଂଲାଦେଶର ଭାଗ ୧୦ ପ୍ରତିଶତ ରହିଛି। ବାଂଲାଦେଶରେ ଥିବା ୨୫ ପ୍ରତିଶତ ବୟନ ଶିଳ୍ପକୁ ଭାରତୀୟ ବ୍ୟବସାୟୀମାନେ ସ୍ଥାପନ କରିଛନ୍ତି। ଯଦି କୌଣସି ଅପ୍ରୀତିକର ପରିସ୍ଥିତ‌ିରେ ସେହି ୟୁନିଟ୍‌ଗୁଡ଼ିକୁ ବନ୍ଦ କରିବାକୁ ପଡ଼େ ତେବେ ସେହି ଉଦ୍ୟୋଗୀମାନେ ନିଜ ୟୁନିଟ୍‌କୁ ଭାରତ ଆଣିବା ଉପରେ ବିଚାର କରିବେ। ସାହି ଏକ୍ସପୋର୍ଟସ୍, ହାଉସ୍‌ ଅଫ୍‌ ପର୍ଲ ଫେସନ୍, ଜଜ ଜୟ ମିଲ୍ସ, ଟିସିଏନ୍ଏସ୍‌, ଗୋଲକଦାସ ଇମେଜେସ୍‌ ଭଳି ଭାରତୀୟ କମ୍ପାନିର ବୟନ କାରଖାନା ବାଂଲାଦେଶରେ ରହିଛି। ବାଂଲାଦେଶ ସଙ୍କଟର ବଡ଼ ପ୍ରଭାବ ରାଜସ୍ଥାନର ଭିଲୱାଡ଼ାରେ ପଡ଼ିଛି। ସେଠାରେ ୫ କୋଟି ମିଟର କପଡ଼ାର ବରାଦ ଅଟକି ଯାଇଛି। ଫଳରେ ୨୦ ହଜାର ଲୋକଙ୍କ ଜୀବିକା ପ୍ରତି ବିପଦ ସୃଷ୍ଟି

Related Articles

Leave a Reply

Your email address will not be published. Required fields are marked *

Back to top button