ଦେଶ- ବିଦେଶ

ନିମ୍ବ ପତ୍ରର ଉପକାରୀ ଗୁଣ , ମାରାତ୍ମକ ରୋଗରୁ ଦେଇଥାଏ ମୁକ୍ତି

ନିମ୍ବ ଗଛର ଫଳ, ଫୁଲ, ଛେଲି ଆଦି ଅତି ଉପକାରୀ । ଏହା ଏକ ଔଷଧିକ ଗଛ । ଯାହା ଶରୀର ପାଇଁ ଅତି ଲାଭଦାୟକ। ନିମ୍ବ ପିତା ସତ କିନ୍ତୁ ଏହା ଶରୀର ପାଇଁ ବହୁତ ହିତକର । ଏହାକୁ ନିତିଦିନ ଖାଦ୍ୟରେ ସାମିଲ କଲେ ବିଭିନ୍ନ ମାରାତ୍ମକ ରୋଗରୁ ମୁକ୍ତି ମିଳିଥାଏ ।

ତେବେ ଆସନ୍ତୁ ଜାଣିବା ନିମ୍ବ ପତ୍ରର ଲାଭଦାୟକ ଗୁଣ :

neem4– ନିମ୍ବ ପତ୍ର ଓ ଫୁଲରେ ପ୍ରଚୁର ମାତ୍ରାରେ ପ୍ରୋଟିନ୍, ଫ୍ୟାଟ୍, କ୍ୟାଲସିୟମ୍ ଏବଂ ଆମିନୋଏସିଡ୍ ରହିଛି, ଯାହା ଶରୀରରେ ପାଚନ ପ୍ରକ୍ରିୟାକୁ ନିୟନ୍ତ୍ରଣ କରେ। ତେଣୁ ନିମ୍ବ ପତ୍ରକୁ ନିଜ ଖାଦ୍ୟରେ ସାମିଲ କରନ୍ତୁ।

neem।– ନିମ୍ବ ଫଳରେ ଭିଟାମିନ୍ ଇ’ ଓ ଫ୍ୟାଟି ଏସିଡ୍ ଭରପୁର ରହିଥାଏ। ଫଳରେ ଏହା ଶୁଷ୍କ ତ୍ୱଚାରେ ସୁଧାର ଆଣିଥାଏ। ଏହାସହ ନିମ ତେଲ ଶରୀରରେ ଏକ୍‌ଜିମାର ଲକ୍ଷଣ ଦୂର କରିଥାଏ।

neem3– ନିମ୍ବ ପତ୍ରରେ ଡାଇବେଟିସ୍ ଭଲ କରିବାର କ୍ଷମତା ରହିଛି। ନିମ୍ବ ଗଛର କଅଁଳ ପତ୍ରର ରସ କିମ୍ବା ପତ୍ରକୁ ସକାଳୁ ଖାଲି ପେଟରେ ଚୋବାଇ ଖାଇଲେ, ବ୍ଲଡ଼ ସୁଗାର ନିୟନ୍ତ୍ରଣରେ ରହିଥାଏ। କଅଁଳ ନିମ୍ବ ପତ୍ର କିମ୍ବା ଫୁଲକୁ ଚୋବାଇ ଖାଇଲେ, ପେଟର କୃମି ମଧ୍ୟ ଦୂର ହୁଏ।

nm– ଯଦି ଆପଣଙ୍କ ମୁଣ୍ଡରେ ଉକୁଣି ହୋଇଛି ଓ ଯେତେ ଉପାୟ କଲେ ବି ସଫା ହେଉନାହିଁ, ତେବେ ନିମ୍ବ ଛେଲିକୁ ବାଟି ଲଗାନ୍ତୁ ।

– ଯଦି କାଛୁ, କୁଣ୍ଡିଆ ଓ ବଥ ପରି କିଛି ଚର୍ମ ରୋଗ ହୋଇଥାଏ, ତେବେ ନିମ୍ବ ପତ୍ରକୁ ବାଟି ଦେହରେ ଲଗାନ୍ତୁ । ଏହାସହ କଞ୍ଚା ହଳଦୀ ମଧ୍ୟ ବାଟି ଲଗାଇ ପାରିବେ। ଦେଖିବେ, ଏହାଦ୍ୱାରା ସବୁପ୍ରକାରର ଚର୍ମ ରୋଗ ଦୂର ହୋଇଯିବ।

Neem2– ଏକ ମୁଠା ନିମ୍ବ ଫୁଲକୁ ପାଣିରେ ଫୁଟାଇ ସେଥିରେ ଅଳ୍ପ ଲେମ୍ବୁ ରସ ଓ ମହୁ ମିଶାଇ ଖାଇଲେ, ଏହା ଶରୀରରେ ଜମିଥିବା ଅତ୍ୟଧିକ ଚର୍ବିକୁ ନଷ୍ଟ କରିଥାଏ। ଫଳରେ ଶରୀରର ମୋଟାପଣ କମିଯାଏ।

nmmmn– ନିମ୍ବ ତେଲରେ ଆଣ୍ଟିଫଙ୍ଗଲ ଏଜେଣ୍ଟ ଥାଏ। ତେଣୁ ଏହା ଫଙ୍ଗଲ୍ ଇନ୍‌ଫେକ୍ସନ୍‌ରୁ ଶରୀରକୁ ଶୀଘ୍ର ମୁକ୍ତି ଦେଇଥାଏ।

Neem plan – ନିମ୍ବ ପତ୍ରକୁ ପାଣିରେ ଫୁଟାଇ ସେହି ପାଣିରେ ମୁଣ୍ଡ ଧୋଇଲେ, ରୂପି କମିବା ସହ କେଶ ଝଡ଼ିବା ମଧ୍ୟ ବନ୍ଦ ହୋଇଯାଏ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button