ଦେଶ- ବିଦେଶ

୨୦୦୪ ସୁନାମି, ହୋଇଥିଲା ଭୟଙ୍କର ତାଣ୍ଡବ

୨୦୦୪ ଡିସେମ୍ବର ୨୬ । ୨୦ ବର୍ଷ ତଳେ ଆସିଥିବା ସୁନାମି । ୨୦ ବର୍ଷ ପୂର୍ବେ ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜରେ ଘଟିଥିବା ଭୟଙ୍କର ସୁନାମିର ସ୍ମୃତି ଲୋକମାନଙ୍କ ମନରେ ଏବେ ବି ସତେଜ ଅଛି । ଏହି ସୁନାମିରେ ୪୦୦ରୁ ଅଧିକ ଲୋକେ ପ୍ରାଣ ହରାଇଥିବାବେଳେ ୩୦୦୦ ରୁ ଅଧିକ ଲୋକ ନିଖୋଜ ହୋଇଯାଇଥିଲେ । ଆଣ୍ଡାମାନ -ନିକୋବରର କ୍ୟାମ୍ପବେଲ ବେ ଏବଂ କାର ନିକୋବରରେ ହୋଇଥିଲା ବିନାଶ । ଯାହାର ଦୃଶ୍ୟ ଆଜି ବି ଲୋକଙ୍କ ମନରେ ତାଜା ହୋଇ ରହିଛି । ସେଠାକାର ଭଙ୍ଗା ସ୍କୁଲ, ଚର୍ଚ୍ଚ ଏବଂ ସରକାରୀ ଅନୁଷ୍ଠାନକୁ ଦେଖିଲେ ଲୋକେ ଆଜି ବି ଭୟ କରନ୍ତି ।ପୋର୍ଟ ବ୍ଲେୟାର ଠାରୁ ପ୍ରାୟ ୫୩୫ କିଲୋମିଟର ଦୂରରେ ଥିବା ନିକୋବର ଜିଲ୍ଲାରେ ହୋଇଥିବା ସୁନାମି ଘଟାଇଥିଲା ସର୍ବାଧିକ ବିନାଶ । ୨୦ ବର୍ଷ ପୂର୍ବେ କାର ନିକୋବରର ତମାଲୁ ଗାଁରେ ହୋଇଥିବା ଏହି ବିନାଶର ଦୃଶ୍ୟ ଆଜି ବି ସେଦିନର କଥାକୁ ମନେ ପକାଏ । ପ୍ରତିବର୍ଷ ନିକୋବର ଆଦିବାସୀ ଗୋଷ୍ଠୀ ଏଠାରେ ଏକ ଘରେ ଏକତ୍ରିତ ହୁଅନ୍ତି ଏବଂ ସୁନାମିରେ ହଜିଯାଇଥିବା ପରିବାର, ବନ୍ଧୁ ଏବଂ ସମ୍ପର୍କୀୟଙ୍କୁ ମନେ ପକାନ୍ତି । ପରେ ପଦଯାତ୍ରା ପାଇଁ ବାହାରନ୍ତି ।

ସରକାରୀ ଆକଳନ ଅନୁଯାୟୀ ପୋର୍ଟ ବ୍ଲେୟାର ଠାରୁ ୨୭୪ କିଲୋମିଟର ଦୂରରେ ଥିବା କାର ନିକୋବରରେ ୨୬୯ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ସୁନାମି ଯୋଗୁଁ ୫୮୩ ଜଣ ନିଖୋଜ ହୋଇଥିଲେ । ଏହା ବ୍ୟତୀତ ଟେରେସା ଦ୍ୱୀପରେ ୫୪ ଜଣଙ୍କର ମୃତ୍ୟୁ ହୋଇଥିଲା ଓ ୬ ଜଣ ନିଖୋଜ ଥିଲେ । ଚୌଡାରେ ୪୧ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୭ ଜଣ ନିଖୋଜ ଥିଲେ । ସେପଟେ କ୍ୟାମ୍ପବେଲ ବେ ରେ ୨୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୨୦ ଜଣ ନିଖୋଜ ହୋଇଥିଲେ । ଏହା ବ୍ୟତୀତ ନିକୋବାଲ ଜିଲ୍ଲାର କଚଲ ଦ୍ୱୀପରେ ସର୍ବାଧିକ ୧,୬୩୫ ଜଣ ନିଖୋଜ ହୋଇଥିଲେ । କିନ୍ତୁ ଏଠାରେ ଜଣେ ମୃତ୍ୟୁବରଣ କରିଥିଲେ । ତେବେ ସେଦିନର ସେହି ଘଟଣା ଆଜି ବି ସମସ୍ତଙ୍କ ମନରେ ତାଜା ହୋଇ ରହିଛି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button