ଖେଳ ଖବର

ବିନେଶ ଫୋଗତ ଅଯୋଗ୍ୟ ଘୋଷିତ ହେବାକୁ ନେଇ ଏମିତି କହିଲେ ଆନନ୍ଦ ମହିନ୍ଦ୍ରା

ମୁମ୍ବଇ: ପ୍ୟାରିସ୍‌ ଅଲିମ୍ପିକ୍ସ ୨୦୨୪ରେ ୫୦ କିଲୋ ମହିଳା କୁସ୍ତି ବର୍ଗରେ ଫାଇନାଲ ମୁକାବିଲା ପୂର୍ବରୁ ଭାରତର ତାରକା ମହିଳା କୁସ୍ତିଯୋଦ୍ଧା ବିନେଶ ଫୋଗତଙ୍କୁ ବଡ଼ ଝଟ୍‌କା ଲାଗିଛି। ଫାଇନାଲ ମୁକାବିଲା ପୂର୍ବରୁ ତାଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଛି। ଏହାଦ୍ଵାରା କେବଳ ବିନେଶ ନୁହେଁ ସାରାଦେଶର କ୍ରୀଡ଼ାପ୍ରେମୀ ବହୁତ ନିରାଶ ହୋଇଛନ୍ତି।

ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ମଧ୍ୟ ଟ୍ୱିଟ୍ କରି ଏହା ଉପରେ ନିରାଶା ବ୍ୟକ୍ତ କରିଛନ୍ତି।

ଫାଇନାଲରେ ଭାରତୀୟ କୁସ୍ତିଯୋଦ୍ଧା ବିନେଶ ଫୋଗତ ଅଯୋଗ୍ୟ ଘୋଷିତ ହେବାପରେ ନିରାଶା ବ୍ୟକ୍ତ କରି ଏକ ପୋଷ୍ଟରେ ଆନନ୍ଦ ମହିନ୍ଦ୍ରା ଲେଖିଛନ୍ତି, ”ଦୟାକରି ଏହାକୁ ଏକ ଦୁଃସ୍ୱପ୍ନ କରିଦିଅନ୍ତୁ।” ବୁଧବାର ଭାରତକୁ ନିରାଶ କରିଥିବା ଏହି ନିଷ୍ପତ୍ତିର କିଛି ସମୟ ପରେ ମହିନ୍ଦ୍ରା ଏହି ପୋଷ୍ଟ କରିଥିଲେ। ବିନେଶ ଫୋଗତଙ୍କ ଅଯୋଗ୍ୟତା ବିଷୟରେ ଗଣମାଧ୍ୟମରେ ପ୍ରକାଶିକ ଏକ ଖରବକୁ ଶେୟାର କରି ସେ ନିଜ ପୋଷ୍ଟରେ ଲେଖିଛନ୍ତି, ”ନା! ନା! ନା! ଦୟାକରି ଏହାକୁ ଏକ ଦୁଃସ୍ୱପ୍ନ କରିଦିଅନ୍ତୁ, ଯେଉଁଥିରୁ ମୁଁ ଉଠିଯିବି ଏବଂ ଜାଣିବି ଯେ ଏହା ସତ୍ୟ ନୁହେଁ।”

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button