ଅପରାଧ

କଲେଜ ଅଧ୍ୟକ୍ଷଙ୍କୁ ମାଡ଼ମାରିବା ନେଇ ଅଧ୍ୟାପକ-ସଭାପତିଙ୍କ ନାମରେ ଅଭିଯୋଗ – Kalinga News

[ad_1]

ଖୋର୍ଦ୍ଧା: କଲେଜ ଅଧ୍ୟକ୍ଷଙ୍କୁ ଜଣେ ଅଧ୍ୟାପକ ମାଡ଼ ମାରିଥିବା ନେଇ ଅଭିଯୋଗ ହୋଇଛି। ଖୋର୍ଦ୍ଧା ଜିଲ୍ଲା ହଳଦିଆ କଲେଜରେ ଅଧକ୍ଷଙ୍କୁ ମାଡ଼ ମରାଯାଇ ଶିଳ୍ପାଞ୍ଚଳ ଥାନାରେ ବୁଧବାର ଅଭିଯୋଗ ହୋଇଛି।

ପୁଲିସରେ କରିଥିବା ଅଭି‌ଯୋଗରେ ହଳଦିଆ କଲେଜର ଅଧ୍ୟକ୍ଷ ପ୍ରଫେସର ଉମାକାନ୍ତ ପାତ୍ର କହିଛନ୍ତି, ଆଜି ସକାଳ ପ୍ରାୟ ୮ଟାରେ ବ୍ଲକ ଗ୍ରାଣ୍ଟ ଇତିହାସ ଅଧ୍ୟାପକ ବିଜୟ କୁମାର ଭଂଜଦେଓ, ହଳିଦିଆ କଲେଜର ସଭାପତି ରଂଜନ କୁମାର ଭଂଜ ସେମାନଙ୍କର ୪ ଜଣ ସ୍ଥାନୀୟ ସମର୍ଥକ ରବିନାରାୟଣ ଭଂଜ ସାମନ୍ତ ଓରଫ ରବି, ପ୍ରଦୀପ୍ତ କୁମାର ଭଂଜ ଓଫର ନିର, ଭବାନୀ ପ୍ରସାଦ ପଟ୍ଟନାୟକ (ଶିବୁନୁ) ଓ ଶ୍ରୀକାନ୍ତ କୁମାର ଭଂଜ ବିନା ଅନୁମତିରେ ପ୍ରବେଶ କରିଥିଲେ। ଅଧ୍ୟକ୍ଷ ଚୌକି ଛାଡ଼ି କଲେଜ ଛାଡ଼ିକି ଚାଲିଯିବା ପାଇଁ କହିଥିଲେ। ଏହାକୁ ଯେତେବେଳେ ବିରୋଧୀ କଲି ସେମାନେ ମାଡ଼ ମାରିଥିଲେ। ବିଜୟ କୁମାର ଭଂଜଦେଓ ମୋର ଗଳାକୁ ଧରିପକାଇଥିଲେ ଏବଂ ଚାମ୍ବର ବାହାରକୁ ନେଇଯିବା ପାଇଁ ଉଦ୍ୟମ କରୁଥିଲେ। ସେହିପରି ଆକ୍ରମଣରେ ଅଧ୍ୟାପକଙ୍କୁ ପ୍ରଦୀପ କୁମାର ଭଂଜ ସ‌ହଯୋଗ କରିଥିଲେ। ମୋ ବେକରେ କିଛି ଆଘାତ ଲାଗିଛି। ଘଟଣା ସମୟରେ କଲେଜର ପିଅନ ନିରଞ୍ଜନ ମହାପାତ୍ର ଓ ସୁରକ୍ଷାକର୍ମୀ ବିଭୂତି ଭୂଷଣ ସାହୁ ଉପସ୍ଥିତ ଥାଇ ସବୁ ଦେଖିଥିଲେ। ଏହି ଘଟଣା ପରେ ମୁଁ ନିଜକୁ ଅସୁରକ୍ଷିତ ମନେ କରୁଛି। ତେଣୁ ଘଟଣାର ତଦନ୍ତ କରି ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ।

ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଦେଇଛି। କଲେଜରେ ଅଧ୍ୟକ୍ଷଙ୍କ ଚାମ୍ବରରେ ପଶି ମାଡ଼ ମାରିବାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। ତେବେ ଅଭିଯୋଗ ନେଇ ସଭାପତି କିମ୍ବା ଅଧ୍ୟାପକଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button