ଅପରାଧ

ସୀମା ଓ ସଚିନଙ୍କ ବିରୋଧରେ ଅଭିଯୋଗ ଆଣିଲେ ଗୁଲାମ: ପଠାଇଲେ ୬କୋଟି ଟଙ୍କାର ନୋଟିସ – Kalinga News

[ad_1]

ନୂଆଦିଲ୍ଲୀ: ପବଜି ଗେମ ଖେଳୁ‌ଖେଳୁ ଭାରତରେ ରହୁଥିବା ସଚିନ ମିଣାଙ୍କ ପ୍ରେମରେ ପଡ଼ିଯାଇଥିଲେ ପାକିସ୍ତାନୀ ମହିଳା ସୀମା ହାଇଦର। ଏହାପରେ ସେ ନିଜର ଚାରିପିଲାଙ୍କୁ ଧରି ପାକିସ୍ତାନ ସୀମା ଡେଇଁ ଭାରତକୁ ଚାଲି ଆସିଥିଲେ। ସଚିନ ମିଣାଙ୍କ ପରିବାର ବି ସୀମାଙ୍କୁ ଆପଣାଇ ନେଇଥିଲେ। ଦୁହେଁ ବେଶ ହସଖୁସିରେ ସଂସାରକୁ ଆଗକୁ ନେଉଥିବା ବେଳେ ସୀମାଙ୍କ ସ‌ାମ୍ନାରେ ଏକ ସମସ୍ୟା ମୁଣ୍ଡ ଟେକିଛି।

ଖବର ମିଳିଛି କି, ସୀମା ହାଇଦର ଓ ସଚିନ ମିଣାଙ୍କ ପାଖକୁ ସୀମାଙ୍କ ପୂର୍ବତନ ସ୍ବାମୀ ଗୁଲାମ ହାଇଦର ଭାରତୀୟ ଓକିଲଙ୍କ ଜରିଆରେ ୩-୩କୋଟି ଟଙ୍କାର ନୋଟିସ ପଠାଇଛନ୍ତି।

ଗୁଲାମ ହାଇଦରଙ୍କ ଓକିଲ ମୋମିନ ମଲିକ କହିଛନ୍ତି, ‘ସୀମା ହାଇଦରଙ୍କୁ ଯେତେବେଳେ ପୁଲିସ ଗିରଫ କରାଯାଇଥିଲା ସେତେବେଳେ ଜବତ ହୋଇଥିବ‌ା ଦସ୍ତାବିଜରେ ସୀମାଙ୍କ ପରିଚୟ ଗୁଲାମଙ୍କ ସ୍ତ୍ରୀ ଭାବେ ହୋଇଥିଲା। ସେହିପରି ସୀମାଙ୍କୁ କୋର୍ଟରୁ ଜାମିନ ମିଳିବା ସମୟରେ ଥିବା ଦସ୍ତାବିଜରେ ବି ସୀମା ଗୁଲାମଙ୍କ ସ୍ତ୍ରୀ ବୋଲି ସୂଚିତ ଥିଲା।

ଏହାପରେ ବି ତାଙ୍କ ଓକିଲ ଏପି ସିଂହ ସୀମାଙ୍କୁ ସଚିନ ମିଣାଙ୍କ ସ୍ତ୍ରୀ ବୋଲି କହୁଛନ୍ତି। ସେ କେଉଁ ଆଧାରରେ ଗୁଲାମଙ୍କ ସ୍ତ୍ରୀଙ୍କୁ ସଚିନଙ୍କ ସ୍ତ୍ରୀ କହୁଛନ୍ତି। ଏହାକୁ ଆଧାର କରି ଗୁଲାମ ହାଇଦର ଏପି ସିଂହଙ୍କ ବିରୋଧରେ ୫କୋଟି ଟଙ୍କାର ମାନହାନୀ ନୋଟିସ ପଠାଇଛନ୍ତି। ଯାହାକି ପାକିସ୍ତାନ ମୁଦ୍ରାରେ ୧୫କୋଟି ଟଙ୍କା ହେବ।

ସେହିପରି ସୀମା ହାଇଦର ଓ ସଚିନଙ୍କୁ ପଠାଯାଇଥିବା ୩-୩କୋଟି ଟଙ୍କାର ଲିଗାଲ ନୋଟିସରେ ଗୁଲାମ ହାଇଦର କହିଛନ୍ତି, ଆଇନ ଅନୁଯାୟୀ ସୀମା ମୋ ଠାରୁ ଛାଡ଼ପତ୍ର ନେଇ ନାହାନ୍ତି। ସେ କେଉଁ ଆଧାରରେ ସଚିନଙ୍କ ନାମରେ ମଥାରେ ସିନ୍ଦୁର ଭରି ତ‌ାଙ୍କ ଘ‌ରେ ସ୍ତ୍ରୀ ଭାବେ ରହୁଛନ୍ତି। ’

 



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button