ଅପରାଧ

ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ନାତିଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ ହେବାପରେ ଜେଡିଏସର ପ୍ରତିକ୍ରିୟା – Kalinga News

[ad_1]

ବେଙ୍ଗାଲୁରୁ: କର୍ଣ୍ଣାଟକରେ ଜେଡିଏସ୍ ସାଂସଦ ପ୍ରଜ୍ବଲ ରେବନ୍ନାଙ୍କୁ ନେଇ ଭାଇରାଲ ହୋଇଥିବା ଏକ ଅଶ୍ଳୀଳ ଭିଡିଓ ରାଜନୈତିକ ମହଲରେ ତୀବ୍ର ଆଲୋଡ଼ନ ସୃଷ୍ଟି କରିଛି।
ଜନତା ଦଳର ବିଧାୟକ ଶାରଙ୍ଗୋଡା କାଣ୍ଡକୁର ପ୍ରଜ୍ୱଲ ରେବନ୍ନାଙ୍କ ସହିତ ଜଡ଼ିତ ଥିବା ଏକ ଅଶ୍ଳୀଳ ଭିଡିକୁ କେନ୍ଦ୍ର କରି ତାଙ୍କୁ ନିଲମ୍ବନ କରିବାକୁ ଦାବି କରିଛନ୍ତି।

ସୋସିଆଲ ମିଡିଆ ଜରିଆରେ ସାମ୍ନାକୁ ଆସିଥିବା ଭିଡିଓରେ ସାଂସଦ ପ୍ରଜ୍ୱଲ ରେବନ୍ନା ଅନେକ ମହିଳାଙ୍କୁ ଯୌନ ନିର୍ଯାତନା ଦେଇଥିବାର ଅଭିଯୋଗ ହୋଇଛି। ଏହି ଭିଡିଓ ପ୍ରଜ୍ୱଲ ରେବନ୍ନା ନିର୍ବାଚନମଣ୍ଡଳୀରେ ଭୋଟ୍ ହେବାର ଗୋଟିଏ ଦିନ ପରେ ଭାଇରାଲ ହୋଇଥିବା କୁହାଯାଉଛି।

ସୋମବାର ସକାଳେ ଭିଡିଓ ସାର୍ବଜନୀନ ହେବାପରେ ଦୁଇ ପୃଷ୍ଠାର ଏକ ଚିଠି ଲେଖି କାଣ୍ଡକୁର ଦଳର ପୃଷ୍ଠପୋଷକ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବେଗୌଡ଼ାଙ୍କୁ କହିଛନ୍ତି ଯେ,‘ ଏହି ଭିଡିଓ କାରଣୁ ଜେଡିଏସ୍ ଲଜ୍ଜିତ ହୋଇଛି ଏବଂ ଏହା ଆପଣଙ୍କ ଦଳର ପ୍ରତିଷ୍ଠାକୁ କ୍ଷତି ପହଞ୍ଚାଇଛି।’

ପ୍ରଜ୍ୱଲ ରେବନ୍ନା ହେଉଛନ୍ତି ଦେବେଗୌଡ଼ାଙ୍କ ନାତି। ଯିଏକି ଏବେ ଦେଶରେ ନାହାନ୍ତି। ସେ ଶନିବାର ସକାଳେ ଭିଡିଓ ସାମ୍ନାକୁ ଆସିବା ପରେ ଜର୍ମାନୀ ଚାଲି ଯାଇଛନ୍ତି। ଏହାପରେ ଗତରବିବାର ସେ ଥାନାରେ ଏକ ଅଭିଯୋଗ କରି କହିଛନ୍ତି ଭାଇରାଲ ହୋଇଥିବା ଭିଡିଓ ମିଥ୍ୟା । ବିରୋଧୀମାନେ ଭିଡିଓକୁ ଏଡିଟିଂ କରି ଜନତାଙ୍କ ନିକଟରେ ପହଞ୍ଚାଇଛନ୍ତି।  ସମାଜରେ ଥିବା ମୋର ଭାବମୂର୍ତ୍ତିକୁ ଖରାପ କରିବା ସହିତ ଏମିତି ଭିଡିଓ ଦେଖାଇ ଭୋଟରଙ୍କ ମନରେ ବିଷ ଭରିବା ପାଇଁ ବିରୋଧୀମାନେ ଚେଷ୍ଟା କରୁଛନ୍ତି।

୨୦୨୪ ଲୋକସଭା ନିର୍ବାଚନ ପାଇଁ ବିଜେପି ସହ ଏକ ମେଣ୍ଟ ଗଠନ କରିଥିବା ଜେଡିଏସ୍ ପୁଙ୍ଖାନୁପୁଙ୍ଖ ତଦନ୍ତ ନହେବା ପର୍ଯ୍ୟନ୍ତ ଏ ସମ୍ପର୍କରେ କୌଣସି ମନ୍ତବ୍ୟ ଦେଇ ପାରିବ ନାହଁ ବୋଲି ସ୍ପଷ୍ଟ ଭାବେ ମନା କରି ଦେଇଛତି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button