ରାଜନୀତି

ତୃତୀୟ ପର୍ଯ୍ୟାୟ ମତଦାନ ଆଜି: ୯୪ ଲୋକସଭା ଆସନ, ୧୩୫୧ ପ୍ରାର୍ଥୀ – Kalinga News

[ad_1]

ନୂଆଦିଲ୍ଲୀ: ଅଷ୍ଟାଦଶ ଲୋକସଭା ପାଇଁ ହେଉଥିବା ୭ ପର୍ଯ୍ୟାୟ ବିଶିଷ୍ଟ ନିର୍ବାଚନର ତୃତୀୟ ପର୍ଯ୍ୟାୟ ଆସନ୍ତାକାଲି ହେବ। ୧୨ଟି ରାଜ୍ୟର ୯୪ଟି ଲୋକସଭା ଆସନରେ ୧୩୫୧ଜଣ ପ୍ରାର୍ଥୀଙ୍କୁ ମତଦାତାମାନେ ନିର୍ବାଚିତ କରିବେ। ନିର୍ବାଚନ ଆୟୁକ୍ତଙ୍କ ପକ୍ଷରୁ ମିଳିଥିବା ସୂଚନାନୁସାରେ, ୩ୟ ପର୍ଯ୍ୟାୟରେ ୯୫ ଆସନରେ ମତଦାନ ଅନୁଷ୍ଠିତ ହେବା ଧାର୍ଯ୍ୟ ହୋଇଥିଲା, ତେବେ ସୁରତ ଆସନରୁ ବିଜେପି ପ୍ରାର୍ଥୀ ନିର୍ଦ୍ବନ୍ଦ୍ବରେ ଜିତିବା ପରେ ବଳକା ୯୪ ଆସନରେ ମତଦାନ ଅନୁଷ୍ଠିତ ହେବ। ଆସନ୍ତାକାଲି ଗୋଟିଏ ଦିନରେ ଗୁଜରାଟ, ଗୋଆ, ଦାଦ୍ରା ଓ ନଗର ହାବେଳୀ, ଦାମନ ଓ ଡିଉର ସମସ୍ତ ଆସନରେ ମତଦାନ ହେବ। ଏହାସହ ଆସାମର ୪, ବିହାରର ୫, ଛତିଶଗଡ଼ର ୭, ମଧ୍ୟପ୍ରଦେଶର ୮, ମହାରାଷ୍ଟ୍ରର ୧୧, ଉତ୍ତରପ୍ରଦେଶର ୧୦ ଓ ପଶ୍ଚିମବଙ୍ଗର ୪ ଆସନରେ ମତଦାନ ହେବ।

ଏହି ଆସନଗୁଡ଼ିକ ମଧ୍ୟରେ ଗୁଜରାଟର ଗାନ୍ଧୀନଗରରେ ଗୃହମନ୍ତ୍ରୀ ଅମିତ ଶାହ କଂଗ୍ରେସର ସୋନାଲ୍‌ ରମଣଭାଇ ପଟେଲ୍‌ଙ୍କ ସହ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି। ମହାରାଷ୍ଟ୍ରର ବାରାମତୀ ଆସନରେ ଶରଦ ପାୱାରଙ୍କ ଝିଅ ସୁପ୍ରିୟା ସୁଲେ ଓ ତାଙ୍କ ଭାଉଜ ତଥା ଅଜିତ ପାୱାରଙ୍କ ପତ୍ନୀ ସୁନୀତ୍ରା ପାୱାର ନିର୍ବାଚନ ମୈଦାନରେ ଅଛନ୍ତି। ସେହିଭଳି, ବିଦିଶାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ କଂଗ୍ରେସ ପ୍ରାର୍ଥୀ ଭାନୁ ପ୍ରତାପ ଶର୍ମାଙ୍କ ବିପକ୍ଷରେ ନିର୍ବାଚନ ଲଢ଼ୁଛନ୍ତି। କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଗୁନା ଆସନରେ କଂଗ୍ରେସର ରାଓ ଯାଦବେନ୍ଦ୍ର ସିଂହଙ୍କ ବିପକ୍ଷରେ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି। କର୍ଣ୍ଣାଟକ ହାବେରିରେ ବସଭରାଜ ବୋମାଇ ଓ କଂଗ୍ରେସର ଆନନ୍ଦସ୍ବାମୀ ଗଦ୍ଦାଦେବରମଥଙ୍କ ମଧ୍ୟରେ ଲଢ଼େଇ ହେଉଛି। ସେହିଭଳି ଉତ୍ତରପ୍ରଦେଶ ମୈନପୁରୀରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କ ପତ୍ନୀ ଡିମ୍ପଲ ବିଜେପିର ରାଜ୍ୟମନ୍ତ୍ରୀ ଠାକୁର ଜୟବୀର ସିଂହଙ୍କ ବିପକ୍ଷରେ ଲଢ଼ୁଛନ୍ତି। ମଧ୍ୟପ୍ରଦେଶ ରାଜଗଡ଼ରୁ କଂଗ୍ରେସର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗ୍‌ବିଜୟ ସିଂହ ନିଜର ପ୍ରତିପକ୍ଷ ବିଜେପିର ରୋଡମାଲ ନାଗରଙ୍କ ବିରୋଧରେ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button