ସିବିଏସ୍ଇ ଦଶମ, ଦ୍ବାଦଶ ପରୀକ୍ଷାଫଳ: ଦେଶରେ ବଢ଼ିଲା, ଓଡ଼ିଶାରେ କମିଲା – Kalinga News

[ad_1]
ଓଡ଼ିଶାରେ ଦଶମରେ ୯୧.୫୩%, ଦ୍ବାଦଶରେ ୮୦.୮୫%
ଭୁବନେଶ୍ବର: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍ଇ) ଦ୍ବାରା ପରିଚାଳିତ ଦଶମ ଓ ଦ୍ବାଦଶ ଶ୍ରେଣୀ ପରୀକ୍ଷାଫଳ ସୋମବାର ପ୍ରକାଶ ପାଇଛି। ପୂର୍ବାହ୍ନରେ ଦ୍ବାଦଶ ଶ୍ରେଣୀ ଓ ଅପରାହ୍ଣରେ ଦଶମ ଶ୍ରେଣୀ ପରୀକ୍ଷାର୍ଥୀଙ୍କ ଫଳ ବାହାରିଛି। ପରୀକ୍ଷାରେ ସାରା ଦେଶର ଛାତ୍ରଛାତ୍ରୀଙ୍କ ପ୍ରଦର୍ଶନ ଗତବର୍ଷ ତୁଳନାରେ ସାମାନ୍ୟ ବୃଦ୍ଧି ପାଇଛି। ସର୍ବଭାତୀୟ ସ୍ତରରେ ଦଶମ ଶ୍ରେଣୀରେ ପାସ୍ହାର ୨୦୨୩ ତୁଳନାରେ ୦.୪୮% ଏବଂ ଦ୍ବାଦଶ ଶ୍ରେଣୀରେ ୦.୬୫% ବଢ଼ିଛି। ତେବେ ଓଡ଼ିଶାରେ ପାସ୍ ହାର ହ୍ରାସ ଘଟିଛି। ୨୦୨୩ରେ ଓଡ଼ିଶାରେ ଦଶମ ଶ୍ରେଣୀ ପାସ୍ହାର ୯୨.୭୦% ରହିଥିବା ବେଳେ ଏଥର ୯୧.୫୩%କୁ ଖସି ଆସିଛି। ସେହିପରି ଦ୍ବାଦଶ ଶ୍ରେଣୀ ପାସ୍ହାର ୮୪.୧୪%ରୁ ୮୦.୮୫%କୁ ହ୍ରାସ ପାଇଛି। ଉଭୟ ଶ୍ରେଣୀରେ ଓଡ଼ିଶାର ଛାତ୍ରଙ୍କ ତୁଳନାରେ ଛାତ୍ରୀମାନେ ଭଲ ପ୍ରଦର୍ଶନ କରିଥିବା ଜଣାପଡ଼ିଛି। ୯୦%ରୁ ଅଧିକ ମାର୍କ ରଖୁଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ବଢ଼ିଥିବା ନଜରକୁ ଆସିଛି। ଓଡ଼ିଶାରୁ ଦଶମ ଶ୍ରେଣୀରେ ପଞ୍ଜୀକରଣ କରିଥିବା ୫୪ ହଜାର ୬୦୮ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୪୯ ହଜାର ୭୨୬ଜଣ କୃତକାର୍ଯ୍ୟ ହୋଇଛନ୍ତି। ପରୀକ୍ଷା ଦେଇଥିବା ୨୯ହଜାର ୬୬୩ ଛାତ୍ରଙ୍କ ମଧ୍ୟରୁ ୨୭ହଜାର ୯୭ଜଣ ପାସ୍ କରିଛନ୍ତି ଏବଂ ପାସ୍ହାର ୯୧.୩୫% ହୋଇଛି। ସେହିପରି ୨୪ ହଜାର ୬୬୭ ଛାତ୍ରୀଙ୍କ ମଧ୍ୟରୁ ୨୨ହଜାର ୬୨୯ଜଣ କୃତକାର୍ଯ୍ୟ ହୋଇଥିବା ବେଳେ ପାସ୍ହାର ୯୧.୭୪% ହୋଇଛି। ଦ୍ବାଦଶ ଶ୍ରେଣୀରେ ପରୀକ୍ଷା ଦେବାକୁ ୩୭ ହଜାର ୪୯୭ଜଣ ପଞ୍ଜୀକରଣ କରିଥିବା ବେଳେ ୩୦ ହଜାର ୧୮ଜଣ ପାସ୍ କରିଛନ୍ତି। ପରୀକ୍ଷା ଦେଇଥିବା ୨୦ ହଜାର ୧୭ଜଣ ଛାତ୍ରଙ୍କ ମଧ୍ୟରୁ ୧୬ହଜାର ୧୨୬ଜଣ ପାସ୍ କରିଥିବା ବେଳେ ୧୭ହଜାର ୧୦୯ ଛାତ୍ରୀଙ୍କ ମଧ୍ୟରୁ ୧୩ହଜାର ୮୯୨ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ଛାତ୍ରଙ୍କ ପାସ୍ହାର ୮୦.୫୬% ଓ ଛାତ୍ରୀଙ୍କ ପାସ୍ହାର ୮୧.୨୦% ହୋଇଛି।

Sambad is now on WhatsApp
Join and get latest news updates delivered to you via WhatsApp
ଓଡ଼ିଶାରେ ଦଶମରେ ୯୧.୫୩%, ଦ୍ବାଦଶରେ ୮୦.୮୫%
ଛାତ୍ରୀ ଆଗରେ, ତିରୁଅନନ୍ତପୁରମ୍ ପାସ୍ହାର ସର୍ବାଧିକ
ସିବିଏସ୍ଇ ପକ୍ଷରୁ ଏଥର ମଧ୍ୟ କୌଣସି ଟପର୍ ତାଲିକା ପ୍ରକାଶ କରାଯାଇନାହିଁ। ଦ୍ବାଦଶ ଶ୍ରେଣୀରେ ଓଡ଼ିଶାର ସରକାରୀ ବିଦ୍ୟାଳୟର ପାସ୍ହାର ୬୩.୮୩%, ଜେଏନ୍ଭିର ୯୮.୪୬%, କେନ୍ଦ୍ରୀୟ ବିଦ୍ୟାଳୟର ୯୭.୪୪%, ଘରୋଇ ପିଲାଙ୍କ ପାସ୍ହାର ୮୫.୭୫% ହୋଇଛି। ଦଶମ ଶ୍ରେଣୀରେ ସରକାରୀ ବିଦ୍ୟାଳୟର ପାସ୍ହାର ୮୩.୬୧%, ଜେଏନ୍ଭିର ୯୯.୫୫%, କେନ୍ଦ୍ରୀୟ ବିଦ୍ୟାଳୟର ୯୮.୮୩%, ଘରୋଇ ପିଲାଙ୍କ ପାସ୍ହାର ୯୪.୩୭% ଓ ସିଟିଏସ୍ଏ ପାସ୍ହାର ୭୧.୪୩% ରହିଛି। ଓଡ଼ିଶା ସମେତ ଛତିଶଗଡ଼ ଓ ପଶ୍ଚିମବଙ୍ଗକୁ ନେଇ ଗଠିତ ଭୁବନେଶ୍ବର ଜୋନ୍ର ଦଶମ ଶ୍ରେଣୀ ପାସ୍ହାର ୯୨.୦୩% ହୋଇଛି। ଜୋନ୍ରେ ମୋଟ ୧୬୦୩ ବିଦ୍ୟାଳୟର ୧ ଲକ୍ଷ ୨୯ ହଜାର ୬୨୩ଜଣ ପଞ୍ଜୀକରଣ କରିଥିଲେ। ସେମାନଙ୍କ ମଧ୍ୟରୁ ୧ ଲକ୍ଷ ୧୮ ହଜାର ୬୮୨ଜଣ ପାସ୍ କରିଛନ୍ତି। ୯,୪୪୮ଜଣ କମ୍ପାଟମେଣ୍ଟ ଦେବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଜଣେ କପି କରି ଧରାପଡ଼ିଛନ୍ତି। ସେହିପରି ଦ୍ବାଦଶ ଶ୍ରେଣୀରେ ୧୨୩୭ ବିଦ୍ୟାଳୟର ୧ ଲକ୍ଷ ୯ହଜାର ୧୮୪ଜଣ ପଞ୍ଜୀକରଣ କରିଥିବା ବେଳେ ୯୦ ହଜାର ୬୨ଜଣ ପାସ୍ କରିଛନ୍ତି। ୯୬୨୦ଜଣ କମ୍ପାଟମେଣ୍ଟାଲ ପାଇଁ ରହିଛନ୍ତି।
ଯଦି ଦେଶ କଥା ଦେଖିବା, ଦଶମ ଶ୍ରେଣୀରେ ୨୨ ଲକ୍ଷ ୫୧ ହଜାର ୮୧୨ ଛାତ୍ରଛାତ୍ରୀ ଦଶମ ପରୀକ୍ଷା ଲାଗି ପଞ୍ଜୀକରଣ କରିଥିଲେ। ସେମାନଙ୍କ ମଧ୍ୟରୁ ୨୨ ଲକ୍ଷ ୩୮ହଜାର ୮୨୭ ଜଣ ପରୀକ୍ଷା ଦେଇଥିବା ବେଳେ ୨୦ ଲକ୍ଷ ୯୫ ହଜାର ୪୬୭ ଜଣ ପାସ୍ କରିଛନ୍ତି ଏବଂ ପାସ୍ହାର ୯୩.୬୦% ହୋଇଛି।
ତିରୁବନନ୍ତପୁରମ୍ର ପାସ୍ହାର ସର୍ବାଧିକ ୯୯.୭୫% ହୋଇଛି। ଛାତ୍ରଙ୍କ ପାସ୍ହାର ୯୨.୭୧% ଓ ଛାତ୍ରୀଙ୍କ ପାସ୍ହାର ୯୪.୭୫% ରହିଛି। ଛାତ୍ରଙ୍କ ପାସ୍ହାରଠାରୁ ଛାତ୍ରୀମାନେ ୨.୦୪% ଆଗରେ ରହିଛନ୍ତି। ଜେଏନ୍ଭି ଓ କେଭିର ପାସ୍ହାର ସର୍ବାଧିକ ୯୯.୦୯% ହୋଇଛି। ୨ ଲକ୍ଷ ୧୨ ହଜାର ୩୮୪ଜଣ ପରୀକ୍ଷାର୍ଥୀ ୯୦%ରୁ ଅଧିକ ନମ୍ବର ରଖିଛନ୍ତି। ୪୭ ହଜାର ୯୮୩ଜଣ ୯୫%ରୁ ଅଧିକ ନମ୍ବର ପାଇଛନ୍ତି। ଦ୍ବାଦଶ ଶ୍ରେଣୀରେ ପରୀକ୍ଷା ଦେଇଥିବା ୧୬ ଲକ୍ଷ ୩୩ ହଜାର ୭୩୦ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧୪ ଲକ୍ଷ ୨୬ ହଜାର ୪୨୦ ଜଣ ପାସ୍ କରିଛନ୍ତି। ପାସ୍ହାର ୮୭.୯୮% ହୋଇଛି। ଗତବର୍ଷ ତୁଳନାରେ ୦.୬୫% ବୃଦ୍ଧି ହୋଇଛି। ତିରୁବନନ୍ତପୁରମ୍ ସର୍ବାଧିକ ୯୯.୯୧% ପରୀକ୍ଷାର୍ଥୀ ପାସ୍ କରିଛନ୍ତି। ଛାତ୍ରୀଙ୍କ ପାସ୍ହାର ୯୧.୫୨% ଓ ଛାତ୍ରଙ୍କ ପାସ୍ହାର ୮୫.୧୨% ରହିଛି। ସିଟିଏସ୍ଏରେ ସର୍ବାଧିକ ୯୯.୨୩% ପରୀକ୍ଷାର୍ଥୀ ପାସ୍ କରିଥିବା ବେଳେ ଜେଏନ୍ଭିରେ ୯୮.୯୦%, କେଭିରେ ୯୮.୮୧%, ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ୯୧.୪୨%, ସରକାରୀ ବିଦ୍ୟାଳୟରେ ୮୮.୨୩% ଓ ଘରୋଇ ବିଦ୍ୟାଳୟରେ ୮୭.୭୦% ହୋଇଛି। ୧ ଲକ୍ଷ ୧୬ ହଜାର ୧୪୫ ଜଣ ପରୀକ୍ଷାର୍ଥୀ ୯୦%ରୁ ଅଧିକ ଓ ୨୪ ହଜାର ୬୮ ଜଣ ୯୫%ରୁ ଅଧିକ ନମ୍ବର ରଖିବାରେ ସମର୍ଥ ହୋଇଛନ୍ତି।
[ad_2]