ଖେଳ ଖବର

ବୁମ୍‌ରାଙ୍କୁ ପ୍ରଶଂସାରେ ପୋତିଲେ କପିଳ: ‘ମୋଠାରୁ ହଜାରେ ଗୁଣ ଭଲ’ – Kalinga News

[ad_1]

ନୂଆଦିଲ୍ଲୀ: ଭାରତୀୟ ଦଳର ତାରକା ବୋଲର ଯଶପ୍ରୀତ ବୁମ୍‌ରାଙ୍କୁ ବିଶ୍ବବିଜୟୀ ଅଧିନାୟକ ତଥା ନିଜ ସମୟର ଅନ୍ୟତମ ଦୁର୍ଦ୍ଧର୍ଷ ଦ୍ରୁତ ବୋଲର କପିଳ ଦେବ ଭୂୟସୀ ପ୍ରଶଂସା କରିଛନ୍ତି। ଏପରିକି ବୁମ୍‌ରା ତାଙ୍କଠାରୁ ହଜାରେ ଗୁଣ ଭଲ ବୋଲି ଏକ ସାକ୍ଷାତକାରରେ କହିଛନ୍ତି।
‘‘ ବୁମ୍‌ରା ମୋଠାରୁ ହଜାରେ ଗୁଣ ଭଲ ବୋଲର। ଏହି ଯୁବ ତାରକାମାନେ ଆମମାନଙ୍କଠାରୁ ଢେର ପ୍ରତିଭାବାନ। ଆମ ପାଖରେ ଅଧିକ ଅଭିଜ୍ଞତା ଥିଲା। ହେଲେ ତୁଳନାତ୍ମକ ଭାବେ ସେମାନେ ଆମଠାରୁ ଅଧିକ ପ୍ରତିଭାଶାଳୀ’’ ବୋଲି କପିଳ ମତ ଦେଇଛନ୍ତି। ସାମ୍ପ୍ରତିକ ସମୟର ଶ୍ରେଷ୍ଠ ଦ୍ରୁତ ବୋଲର ଆଖ୍ୟା ପାଇଥିବା ବୁମ୍‌ରା ୨୬ ଟେଷ୍ଟ୍ ଖେଳି ୧୫୯ ୱିକେଟ୍ ନେଇଥିଲା ବେଳେ ତାଙ୍କ ରନ୍ ବ୍ୟୟ ହାର ୩ ତଳେ ରହିଛି।

ସେହିଭଳି ୮୯ ଦିନିକିଆରୁ ଅଣପାରମ୍ପରିକ ବୋଲିଂ ଶୈଳୀ ପାଇଁ ଚର୍ଚ୍ଚିତ ବୁମ୍‌ରା ୧୪୯ ୱିକେଟ୍ କରାୟତ୍ତ କରିଛନ୍ତି। ଅନ୍ୟପକ୍ଷରେ କପିଳଙ୍କୁ ଅନେକ ସର୍ବକାଳୀନ ଶ୍ରେଷ୍ଠ ଅଲ୍‌ରାଉଣ୍ଡର୍‌ର ମାନ୍ୟତା ଦେଇଥା’ନ୍ତି। ଟେଷ୍ଟ୍ କ୍ରିକେଟ୍‌ରେ ସେ ୪୩୪ ଓ ଦିନିକିଆରେ ୨୫୩ ୱିକେଟ୍ ଅକ୍ତିଆର କରିଛନ୍ତି। ୬୫ ବର୍ଷୀୟ କପିଳଙ୍କ ନେତୃତ୍ବରେ ଭାରତ ପ୍ରଥମ ଥର ପାଇଁ ୧୯୮୩ ମସିହାରେ ଏକଦିବସୀୟ ବିଶ୍ବକପ୍ ଜିତିଥିଲା।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button