ଖେଳ ଖବର

ଇଟାଲିରେ ଛୁଟି କାଟୁଛନ୍ତି ଆୟର୍‌ – Kalinga News

[ad_1]

ମିଲାନ: କୋଲକାତା ନାଇଟ୍ ରାଇଡର୍ସ (କେକେଆର୍‌) ଅଧିନାୟକ ତଥା ଭାରତୀୟ ଯୁବ କ୍ରିକେଟର୍‌ ଶ୍ରେୟସ୍ ଆୟର ସଂପ୍ରତି ଇଟାଲିରେ ଛୁଟି କାଟୁଛନ୍ତି। ଅପରୂପ ‌ପ୍ରାକୃତିକ ସୌନ୍ଦର୍ଯ୍ୟଭରା ଇଟାଲିର ‌ପୋର୍ତ୍ତୋଫିନୋ ସହରର କୌଣସି ସ୍ଥାନରେ ସେ ଖରା ପୋଇଁବାର ଫଟୋ ସାମାଜିକ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ପ୍ରଶଂସକ ଏହାକୁ ବେଶ୍ ପସନ୍ଦ କରିଛନ୍ତି।

ଫଟୋରେ ୨୯ ବର୍ଷୀୟ ଆୟର୍ ଏକ ବିଶାଳ ପାଣି ଜାହାଜ ଉପରେ ଥିଲା ବେଳେ ପଛପଟେ କାଚ କେନ୍ଦୁ ଭଳି ପାଣି ଏବଂ ଆକର୍ଷଣୀୟ ସବୁଜ ବନାନୀ ଓ ପାହାଡ଼ ପର୍ବତ ରହିଛି। ଯାହା ଏକ ସୁନ୍ଦର କାନ୍‌ଭାସ୍‌ର ଭ୍ରମ ସୃଷ୍ଟି କରୁଛି। କେକେଆର୍‌କୁ ଚଳିତବର୍ଷର ଆଇପିଏଲ୍ ବିଜେତା କରିବା ପରେ ଆୟରଙ୍କ ପାଇଁ ଏହି ଅବସର ସମୟ ବେଶ୍ ସ୍ମରଣୀୟ ହେବାକୁ ଯାଉଛି। ତେବେ ବିଶୃଙ୍ଖଳିତ ଆଚରଣ ପାଇଁ ବିସିସିଆଇ ବାର୍ଷିକ ଚୁକ୍ତି ତଥା ଜାତୀୟ ଦଳରୁ ବାଦ ପଡ଼ିବା ତାଙ୍କ ପାଇଁ ଚିନ୍ତାର କାରଣ ହୋଇଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button