ଅପରାଧ

ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ଆମରଣ ଅନଶନ ଭଙ୍ଗ କଲେ ଦିଲ୍ଲୀ ଜଳ ମନ୍ତ୍ରୀ ଅତିଶୀ – Kalinga News

[ad_1]

ନୂଆଦିଲ୍ଲୀ:  ଜାତୀୟ ରାଜଧାନୀରେ ଜଳ ସଙ୍କଟ ସୃଷ୍ଟି ହୋଇଥିବାରୁ ହରିଆଣା ସରକାରଙ୍କ ବିରୋଧରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଆମରଣ ଅନଶନ କରି ହସ୍ପିଟାଲ୍‌ରେ ଭର୍ତ୍ତି ହେବା ପରେ ଏବେ ଅନଶନ ତ୍ୟାଗ କରିଛନ୍ତି ବରିଷ୍ଠ ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌) ନେତ୍ରୀ ଅତିଶୀ ମାର୍ଲେନା।

ସେ ହରିଆଣା ସରକାରଙ୍କ ବିରୋଧରେ ଗତ ୪ ଦିନ ହେବ ଆମରଣ ଅନଶନ କରି ଆସୁଥିଲେ। ଦିନକୁ ହରିଆଣା ସରାକାର ୧୦୦ ମିଲିୟନ୍‌ ଗାଲନ୍ସ ପାଣି ଛାଡ଼ିବାକୁ ଦାବି କରି ଦେ ଏହି ଅନଶନ କରୁଥିଲେ। ଅତିଶୀଙ୍କୁ ଅନଶନକୁ ଶେଷ ବୋଲି ଘୋଷଣା କରିବା ସହ ଆପ୍‌ର ବରିଷ୍ଠ ନେତା ସଞ୍ଜୟ ରାଉତ ସୂଚନା ଦେଇଛନ୍ତି ଯେ ଏହି ଜଳ ସଙ୍କଟ ସଂପର୍କରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅବଗତ କରାଇବେ ଓ ସାଂସଦରେ ବି ଏହି ପ୍ରସଂଗ ଉଠା‌ଇବେ।

ଜାତୀୟ ରାଜଧାନୀରେ ଜଳ ସଙ୍କଟ ସୃଷ୍ଟି ହୋଇଥିବାରୁ ହରିଆଣା ସରକାରଙ୍କ ବିରୋଧରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଆମରଣ ଅନଶନ କରି ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଛନ୍ତି ବରିଷ୍ଠ ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌) ନେତ୍ରୀ ଅତିଶୀ ମାର୍ଲେନା। ସ୍ୱାସ୍ଥ୍ୟ ଅବନତି ହେତୁ ଅତିଶୀଙ୍କୁ ମଙ୍ଗଳବାର ସକାଳେ ଲୋକ ନାୟକ ଜୟ ପ୍ରକାଶ (ଏଲ୍‌ଏନ୍‌ଜେପି) ଡାକ୍ତରଖାନାକୁ ନିଆଯାଇଥିଲା।
ମଙ୍ଗଳବାର ଆମରଣ ଅନଶନର ପଞ୍ଚମ ଦିନରେ ହରିଆଣା ଦିଲ୍ଲୀର ଜଳ ଅଂଶ ଛାଡିବାକୁ ଦାବି କରି ଅତିଶୀ ଦାବି କରିଥିଲେ। ସୋମବାର ଦିନ ଏଲ୍‌ଏନ୍‌ଜେପି ହସ୍ପିଟାଲର ଡାକ୍ତରମାନେ ଅତିଶୀଙ୍କୁ ଯାଞ୍ଚ କରିଥିଲେ ଏବଂ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଅନଶନ ହେତୁ ସ୍ୱାସ୍ଥ୍ୟ ଉପରେ ପ୍ରତିକୂଳ ପ୍ରଭାବ ପକାଇଛି। ଯେଉଁଥିପାଇଁ ତାଙ୍କୁ ହସ୍ପିଟାଲ୍‌ରେ ଆଡମିଶନ କରିବାକୁ ପରାମର୍ଶ ଦେଇଥିଲେ। ଅତିଶୀ କିନ୍ତୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଅନଶନ ଜାରି ରଖିବାକୁ ଦୃଢ଼ ପ୍ରତିଜ୍ଞାବଦ୍ଧ ଥି‌ଲେ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button