ଅପରାଧ

ନବବଧୂଙ୍କ ହତ୍ୟା ଅଭିଯୋଗ ,ମେଡିକାଲରେ ହୋହାଲା

ପାଦରୁ ଲିଭିନି ଅଳତା । ହାତରୁ ଛାଡି ନାହିଁ ମେହେନ୍ଦି । ଜୀବନକୁ ବୁଝିବା ଆଗରୁ ଦୁନିଆ ଛାଡି ଚାଲିଗଲେ । ଗତକାଲି ରାତିରେ ସନ୍ଦେହ ଜନକ ଭାବରେ ନବବଧୂଙ୍କର ମୄତ୍ୟୁ ଘଟିଛି। ରଶି ଲଗାଇ ଆତ୍ମହତ୍ୟା କରିଛି  ବିବାହିତା ବୋହୂ । ସ୍ୱାମୀ କହୁଥିବା ବେଳେ ବାପଘର ଲୋକ ହତ୍ୟା ବୋଲି ଅଭିଯୋଗ କରି ମେଡିକାଲରେ ହୋହଲା କରିଛନ୍ତି । ଏମିତି ଘଟଣା ଘଟିଛି  ଭଦ୍ରକ ଜିଲ୍ଲାର ବାସୁଦେବପୁର ବ୍ଲକର ଇରମ ପଞ୍ଚାୟତର  ରଥପଦା  ଗ୍ରାମର । ରାଜଘରପୋରୀ ପଞ୍ଚାୟତର ସଦର ସାହିର ନକୁଳ ମହାନ୍ତିଙ୍କ  ଝିଅ ମାନସୀ  ସହିତ ଇରମ ପଞ୍ଚାୟତର ରଥପଦାର ନାଥବୈରାଗୀ  ଦାସବେହେରାଙ୍କ ପୁଅ ବିରୁପାକ୍ଷଙ୍କ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ପରିବାର ପକ୍ଷରୁ ମାନସୀର ବିବାହ କରିବା ପାଇଁ  ବରପାତ୍ର ଦେଖି  ର୍ନିବନ୍ଧ ସରିବା ପରେ ଖବର ପାଇ ବିରୁପାକ୍ଷ  ପ୍ରେମିକାକୁ ଉଠାଇ ନେଇଥିଲେ ।

ବିରୁପାକ୍ଷ କୋଲକାତାର ଏକ ହୋଟେଲରେ କାମ କରୁଥିବାରୁ ପ୍ରେମିକ ଓ ପ୍ରେମିକା ଲିଭିଙ୍ଗ୍ ରିଲେସନସିପରେ  ଏକ ବର୍ଷରୁ ଊର୍ଦ୍ଧ୍ବ କାଳ ରହିଥିଲେ । ଗତ ମଇ ମାସ ଗାଁକୁ ଆସି ବିବାହ କରିବାକୁ ସ୍ଥିର କରିବା ପରେ ମାନସୀଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ ବିରୁପାକ୍ଷ ପରିବାର ଲୋକ।ଏଥିରେ ମାନସୀଙ୍କ ପରିବାର ଲୋକ କେହି ସହମତି ପ୍ରକାଶ କରିନଥିଲେ। ମଇ ମାସ  ୧୦ ତାରିଖରେ ବୈଦିକ ରୀତିରେ ବିବାହ ସମ୍ପନ୍ନ ହେଲା ।ପରବର୍ତ୍ତୀ ସମୟରେ ଯୌତୁକ ବାବଦକୁ ୫ଲକ୍ଷ ଟଙ୍କା ଦାବୀ କରିଥିଲେ ମାନସୀଙ୍କ ଶଶୁର ଘର ଲୋକ।ମାନସୀଙ୍କ ବାପଘର ଅବସ୍ଥା ଶୋଚନୀୟ ଥିବାରୁ ୩ଲକ୍ଷ ଦେଈଥିବା ବେଳେ ବାକି ୨ଲକ୍ଷ ଦାବି କରୁଥିଲେ।ବିରୁପାକ୍ଷ କୋଲକାତାର କାମକୁ ଫେରିଗଲା । ଗତ ଦୁଇ ତିନିଦିନ ଧରି ବିରୁପାକ୍ଷ ଓ  ପତ୍ନୀଙ୍କ ମଧ୍ଯରେ ଫୋନରେ କଥା କଟାକଟି ଲାଗି କଥା ହେଉ ନଥିଲେ । ଗତକାଲି ଖାଇ ପିଇ ସାରି ସମସ୍ତେ ଶୋଇଥିଲେ  । ଶଦ୍ଦ ଶୁଣି ସଂଜ୍ଞାହୀନ ଅବସ୍ଥାରେ ଉଦ୍ଧାର କରି ବାସୁଦେବପୁର ଡାକ୍ତରଖାନାର ଭର୍ତ୍ତି କରିଥିଲେ । ଡାକ୍ତର ମୃତ ଘୋଷଣା କରିଥିଲା । ଖବର ପାଇ ମାନସୀ ପରିବାର ପହଞ୍ଚି ପାଟିତୁଣ୍ଡ କରିଥିଲେ । କିଛି ସମୟ ଉତ୍ତେଜନାପୂର୍ଣ୍ଣ ହୋଇ ପଡିଥିଲା । ଝିଅ କୁ ମାରି ଦେଇଥିବାର ଅଭିଯୋଗ କରିଛନ୍ତି ଝିଅର ମାଆ  ।ଘଟଣସ୍ଥଳରେ ବାସୁଦେବପୁର ପୋଲିସ ପହଁଚି ତଦନ୍ତ ଚଳାଇଛି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button