ଅପରାଧ

ମୃତ୍ୟୁଦଣ୍ଡ ପୂର୍ବରୁ କଏଦୀଙ୍କ ଶେଷ ପଦ ଓ ଖାଦ୍ୟ ଥିଲା ଏପରି – Kalinga News

[ad_1]

ନୂଆଦିଲ୍ଲୀ: ଚଳଚ୍ଚିତ୍ରରେ ଯେତେବେଳେ ଜଣେ କଏଦୀଙ୍କୁ ମୃତ୍ୟୁଦଣ୍ଡ ଦିଆଯାଏ, ତାଙ୍କୁ ତାଙ୍କର ଶେଷ ଇଚ୍ଛା ବିଷୟରେ ପଚରାଯାଇଥାଏ।

ଅନେକ ସ୍ଥାନରେ କଏଦୀଙ୍କୁ ମୃତ୍ୟୁଦଣ୍ଡ ଦେବା ପୂର୍ବରୁ ସେମାନଙ୍କୁ ସେମାନଙ୍କର ଶେଷ ଭୋଜନ ଖାଇବାକୁ ଦିଆଯିବାର ଅନୁମତି ଦିଆଯାଇଥାଏ। ସାଧାରଣତଃ ଦେଖାଦେଇଛି ବନ୍ଦୀମାନେ ମରିବା ପୂର୍ବରୁ ବିଭିନ୍ନ ପ୍ରକାରର ଖାଦ୍ୟ ଖାଇବାକୁ ପସନ୍ଦ କରନ୍ତି । ନିକଟରେ ଆମେରିକୀୟ କଏଦୀଙ୍କ କ୍ଷେତ୍ରରେ କିନ୍ତୁ ଓଲଟା ଦେଖିବାକୁ ମିଳିଥିଲା।

ପ୍ରକାଶିତ ରିପୋର୍ଟ ମୁ୍ତାବକ, ୪୧ବର୍ଷୀୟ ମାଇକେଲ ଡିୱେନ ସ୍ମିଥଙ୍କୁ ଆମେରିକାର ଓକ୍ଲାହୋମା ଠାରେ ଏପ୍ରିଲ ୪ତାରିଖ  ଦିନ ସକାଳେ ବିଷାକ୍ତ ଇଞ୍ଜେକ୍ସନ ଦେଇ ମୃତ୍ୟୁଦଣ୍ଡ ଦିଆଯାଇଥିଲା। ମାଇକେଲ ୨୦୦୨ରେ  ଦୁଇ ଜଣଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ଏହି ମାମଲାରେ ସେ ଦୋଷୀସାବ୍ୟସ୍ତ ହୋଇଥିଲେ।ମାମଲାର ଶୁଣାଣି କରି କୋର୍ଟ ତାଙ୍କୁ ୨୦ବର୍ଷ ଜେଲଦଣ୍ଡ ସହିତ ମୃତ୍ୟୁଦଣ୍ଡାଦେଶ ଦେଇଥି‌ଲେ।

 

ଆଶ୍ଚର୍ଯ୍ୟର କଥା ହେଉଛି ଯେବେ ଠାରୁ ମାଇକେଲ ଗିରଫ ହୋଇଥିଲେ ପ୍ରତିଦିନ ନିଜକୁ ନି‌ର୍ଦ୍ଦୋଷ ବୋଲି କହି ଆସୁଥିଲେ।

ଜେଲ ନିୟମ ଅନୁଯାୟୀ ମୃତ୍ୟୁଦଣ୍ଡ ପୂର୍ବରୁ ମାଇକେଲଙ୍କୁ ଏପ୍ରିଲ ୪ ତାରିଖରେ ତାଙ୍କର ପ୍ରିୟ ରାତ୍ରୀ ଭୋଜନ କରିବାର ସୁଯୋଗ ଦିଆଗଲା। ଏହି ସମୟରେ ସେ କହିଥିଲେ,‘ସକାଳେ କ୍ୟାଣ୍ଟିନରୁ ମିଳିଥିବା ଖାଦ୍ୟକୁ ସଞ୍ଚୟ କରି ରଖିଛି। ଏହାକୁ ଖାଇ ଶେଷ କରିବାକୁ ଚାହୁଁଛି।’

ମୃତ୍ୟୁପୂର୍ବରୁ ପୁଲିସ ଅଧିକାରୀମାନେ ମାଇକେଲଙ୍କୁ କହିଥିଲେ କ’ଣ କହିବାକୁ ଚାହିଁବ। ଏହାର ଉତ୍ତରରେ କଏଦୀ ମାଇକେଲ କହିଥିଲେ, ‘ନା, ମୁଁ ଏମିତି ହିଁ ଠିକ ଅଛି।’



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button