ଅପରାଧ

ବର୍ଷେ ହେଲାଣି ପ୍ରେମ ସମ୍ପର୍କ ଥିଲା, ସାମାନ୍ୟ ଝଗଡ଼ା ପାଇଁ ପ୍ରେମିକାର ତଣ୍ଟି କାଟିଲା ପ୍ରେମିକ – Kalinga News

[ad_1]

ନୋଏଡା: ସାମାନ୍ୟ ଝଗଡ଼ା ପାଇଁ ପ୍ରେମିକାର ତଣ୍ଟି କାଟିଲା ପ୍ରେମିକ। ନୋଏଡାଠାରେ ଜଣେ ୨୨ବର୍ଷୀୟା ମହିଳାଙ୍କୁ ଗଳା କାଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ପ୍ରେମିକାକୁ ହତ୍ୟା କରିବା ପରେ ଅଭିଯୁକ୍ତ ନିଜେ ମଧ୍ୟ ଗଳା କାଟି ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିବା ଜଣାପଡ଼ିଛି।

ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି ଯେ ୪୨ବର୍ଷୀୟ ଅଭିଯୁକ୍ତଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରାଯାଇ ତାଙ୍କୁ ଗିରଫ କରାଯାଇଛି। ସେ ବର୍ତ୍ତମାନ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ସେଣ୍ଟ୍ରାଲ ନୋଏଡାର ଅତିରିକ୍ତ ଡିସିପି କହିଛନ୍ତି ଯେ ବୁଧବାର ରାତି ପ୍ରାୟ ୧୦ଟା ସମୟରେ ଛିଜର୍ସି ଗ୍ରାମରେ ଘଟିଥିବା ଘଟଣା ସମ୍ପର୍କରେ ସେକ୍ଟର ୬୩ପୁଲିସ ଷ୍ଟେସନକୁ ସୂଚନା ଦିଆଯାଇଥିଲା। ସୂଚନା ପାଇ ସେଠାରେ ପହଞ୍ଚିବା ପରେ ତ‌ଳେ ଉଭୟ ଅଭିଯୁକ୍ତ ଓ ପୀଡ଼ିତା ରକ୍ତ ଜୁଡ଼ୁବୁଡୁ ହୋଇ ଛଟପଟ ହେଉଥିଲେ। ତୁରନ୍ତ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲେ ବି ପୀଡ଼ିତାଙ୍କର ସେଠାରେ ମୃତ୍ୟୁ ଘଟିଥିଲା।

ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ବର୍ଷେ ହେଲାଣି ଦୁହେଁ ପ୍ରେମ ସମ୍ପର୍କରେ ଥିଲେ। ଘଟଣା ଦିନ ପୀଡ଼ିତା ଅଭିଯୁକ୍ତର ଘରକୁ ଆସିଥିବା ବେଳେ କୌଣସି କଥାକୁ ନେଇ ଦୁହିଁଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏହା ପରେ ଅଭିଯୁକ୍ତ ନିଜ ପ୍ରେମିକାକୁ ଆକ୍ରମଣ କରିଥିଲେ। ଝଗଡ଼ା କେଉଁ କାରଣରୁ ହୋଇଥିଲା, ତାହା ଜାଣିବା ପାଇଁ ପୁଲିସ ତଦନ୍ତ କରୁଛି।

 



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button