ଭାରତର ବିଜୟ ଅଭିଯାନ: ଆୟର୍ଲାଣ୍ଡ ୮ ୱିକେଟ୍ରେ ପରାସ୍ତ – Kalinga News
[ad_1]
ନ୍ୟୁୟର୍କ: ବିଶ୍ବକପ୍ରେ ଭାରତୀୟ ଦଳର ପ୍ରଥମ ଅଭିଯାନ ବୋଲରଙ୍କ ନାମରେ ଯାଇଛି। ନସାଉ କାଉଣ୍ଟି ଆନ୍ତର୍ଜାତିକ କ୍ରିକେଟ୍ ଷ୍ଟାଡିୟମ୍ରେ ଭାରତ ୮ୱିକେଟ୍ରେ ଆୟର୍ଲାଣ୍ଡକୁ ପରାସ୍ତ କରି ଖାତା ଖୋଲିଛି। ପ୍ରଥମେ ବୋଲରମାନେ ଆୟର୍ଲାଣ୍ଡକୁ ୯୬ ରନ୍ରେ ଅଲ୍ଆଉଟ୍ କରି ଦେଇଥିଲେ। ପରେ ରୋହିତ ଶର୍ମା (୫୨) ଓ ଋଷଭ ପନ୍ତ୍ (୩୬*) ଭାରତକୁ ୧୨.୨ ଓଭରରେ ଜିତାଇଥିଲେ। ଆହତ ଅବସର ହେବା ପୂର୍ବରୁ ରୋହିତ ଦ୍ରୁତ ଅର୍ଦ୍ଧଶତକ ହାସଲ କରି ନେଇଥିଲେ। ଭାରତ ପରବର୍ତ୍ତୀ ମ୍ୟାଚ୍ ୯ ତାରିଖରେ ପାକିସ୍ତାନ ସହିତ ଖେଳିବ। ବିଶ୍ବକପ୍ର ପ୍ରଥମ ମ୍ୟାଚ୍ରେ ଖୁବ୍ କମ୍ ରନ୍କୁ ହାସଲ କରିବା ପାଇଁ ଅଧିନାୟକ ରୋହିତ ଶର୍ମାଙ୍କ ସହ ବିରାଟ କୋହଲି ବ୍ୟାଟିଂ ଆରମ୍ଭ କରିବାକୁ ଆସିଥିଲେ। କିନ୍ତୁ କୋହଲିଙ୍କ ପ୍ରଥମ ପାଳି ଆରମ୍ଭ ଅଭିଜ୍ଞତା ନୈରାଶ୍ୟଜନ ରହିଥିଲା। ମାତ୍ର ୧ ରନ୍ରେ ସେ ଆଉଟ୍ ହେବାରୁ ରୋହିତ-ପନ୍ତ୍ ଦଳକୁ ବିଜୟ ପଥରେ ଆଗେଇ ନେଇଥିଲେ। ଉଭୟଙ୍କ ମଧ୍ୟରେ ଦ୍ବିତୀୟ ୱିକେଟ୍ରେ ୪୪ ବଲ୍ରୁ ୫୪* ରନ୍ ଆସିଥିଲା। କିନ୍ତୁ ଦଳ ବିଜୟଠୁ ଆଉ ୨୧ ରନ୍ ଦୂରରେ ଥିବା ବେଳେ ରୋହିତଙ୍କ କାନ୍ଧରେ ଯନ୍ତ୍ରଣା ହେବାରୁ ସେ ରିଟାୟର୍ଡ ହର୍ଟ (ଆହତ ଅବସର) ହୋଇଯାଇଥିଲେ। ଦେଢ଼ ବର୍ଷ ପରେ ଆନ୍ତର୍ଜାତିକ କ୍ରିକେଟ୍କୁ ଫେରିଥିବା ପନ୍ତ୍ କିନ୍ତୁ ଶେଷ ପର୍ଯ୍ୟନ୍ତ ଖେଳି ଭାରତକୁ ଜିତାଇଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ପୂର୍ବରୁ ନୂଆ ପରିବେଶ ଓ ନୂଆ ପିଚ୍ରେ ରୋହିତ ଶର୍ମା ଟସ୍ ଜିତି କ୍ଷେତ୍ରରକ୍ଷଣ ବାଛିଥିଲା ବେଳେ ପ୍ରତିପକ୍ଷ ଆୟର୍ଲାଣ୍ଡକୁ ୯୬ ରନ୍ରେ ଅଲ୍ଆଉଟ୍ କରିଥିଲା ଭାରତ। ୩ ଦ୍ରୁତ ବୋଲର ଅର୍ଶଦୀପ ସିଂହ (୨/୩୫), ମହମ୍ମଦ ସିରାଜ (୧/୧୩) ଓ ଯଶପ୍ରୀତ୍ ବୁମ୍ରା (୨/୬)ଙ୍କ ସହିତ ଅଲ୍ରାଉଣ୍ଡର ହାର୍ଦିକ ପାଣ୍ଡ୍ୟା (୩/୨୭) ଆୟର୍ଲାଣ୍ଡ୍ର ସର୍ବାଧିକ କ୍ଷତି କରିଥିଲେ। ତୃତୀୟ ଓଭର ପ୍ରଥମ ବଲ୍ରେ ପଲ୍ ଷ୍ଟିର୍ଲିଂ (୨) ଓ ଶେଷ ବଲ୍ରେ ଆଣ୍ଡି ବଲ୍ବିରିନ୍ (୫)ଙ୍କୁ ଅର୍ଶଦୀପ ଆଉଟ୍ କରି ୱିକେଟ୍ ଝଡ଼ାଇବା ଧାରା ଆରମ୍ଭ କରିଥିଲେ। ଏହାପରଠୁ ୩ ଓଭର ପର୍ଯ୍ୟନ୍ତ ଭାରତ ୱିକେଟ୍ ପାଇ ନଥିଲେ ମଧ୍ୟ ବ୍ୟାଟର୍ଙ୍କୁ ହାତ ଖୋଲିବାକୁ ଦେଇ ନଥିଲେ ବୋଲର। ପଞ୍ଚମ ଓଭରରେ ଅର୍ଶଦୀପ ସିଂହ ଦିଶାହୀନ ବୋଲିଂ କରିବାରୁ ୧୩ ରନ୍ ବ୍ୟୟ କରିଥିଲେ। ଯାହାମଧ୍ୟରେ କେବଳ ୪ଟି ୱାଇଡ୍ ବଲ୍ ସାମିଲ ଥିଲା। କିନ୍ତୁ ସପ୍ତମ ଓଭରରୁ ପୁଣି ଥରେ ୱିକେଟ୍ ଝଡ଼ିବା ଆରମ୍ଭ ହୋଇଥିଲା। ପ୍ରତ୍ୟେକ ଓଭରରେ ଗୋଟିଏ ଲେଖାଏଁ ୱିକେଟ୍ ଆସିବା ଧାରା ଚାଲିଥିଲା। ଦ୍ବାଦଶ ଓଭରରେ ସ୍ପିନର୍ ଭାବେ ଅକ୍ଷର ପଟେଲ୍ ବୋଲିଂକୁ ଆସିଥିଲା ବେଳେ ସେ ମଧ୍ୟ ଦ୍ବିତୀୟ ବଲ୍ରେ ବାରି ମ୍ୟାକ୍କାର୍ଥିଙ୍କୁ ଖାତା ଖୋଲିବା ଆଗରୁ ଆଉଟ୍ କରି ଟ୍ବେଣ୍ଟି-୨୦ରେ ୱିକେଟ୍ ଅର୍ଦ୍ଧଶତକ ପୂରଣ କରିଥିଲେ। ମଧ୍ୟକ୍ରମ ବ୍ୟାଟର୍ ଗାରେଥ୍ ଡେଲାନି କିଛି ସମୟ ପାଇଁ ଭାରତୀୟ ବୋଲରଙ୍କୁ ହଇରାଣ କରିଥିଲେ। ୧୪ ବଲ୍ରୁ ୨ଟି ଲେଖାଏଁ ଚୌକା, ଛକା ସହାୟତାରେ ଡେଲାନି ଦଳ ପାଇଁ ସର୍ବାଧିକ ୨୬ ରନ୍ କରିଥିଲା ବେଳେ ଷୋଡ଼ଶ ଓଭରର ଶେଷ ବଲ୍ରେ ଷ୍ଟ୍ରାଇକ୍କୁ ଯିବା ପାଇଁ ତରବରିଆ ହେବାରୁ ରନ୍ଆଉଟ୍ ହୋଇଥିଲେ। ଫଳରେ ଆୟର୍ଲାଣ୍ଡ ପାଳି ସେହିଠାରେ ଶେଷ ହୋଇଯାଇଥିଲା। ଆଇପିଏଲ୍ରେ ନିରାଶ କରିଥିବା ପାଣ୍ଡ୍ୟାଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ଥିଲା ବେଳେ ସେ କିନ୍ତୁ ଏହି ମ୍ୟାଚ୍ରେ ସବୁଠୁ ଅଧିକ ୱିକେଟ୍ ଅକ୍ତିଆର କରିଥିଲେ।
ପିଚ୍କୁ ଭନ୍ ଓ ଜାଫର୍ଙ୍କ ସମାଲୋଚନା
ନ୍ୟୁୟର୍କ: ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍ରେ ଉପଯୋଗ ହେଉଥିବା ପିଚ୍କୁ ଇଂଲଣ୍ଡର ପୂର୍ବତନ କ୍ରିକେଟର୍ ମାଇକେଲ୍ ଭନ୍ ତୀବ୍ର ସମାଲୋଚନା କରିଛନ୍ତି। ପୂର୍ବତନ ଭାରତୀୟ କ୍ରିକେଟର୍ ୱାସିମ ଜାଫର୍ ମଧ୍ୟ ତାଙ୍କ ସହ ଏକମତ ହୋଇଛନ୍ତି। ବୁଧବାର ମ୍ୟାଚ୍ରେ ଭାରତୀୟ ବୋଲର ଆୟର୍ଲାଣ୍ଡକୁ ମାତ୍ର ୯୨ ରନ୍ରେ ଅଲଆଉଟ୍ କରିବା ପରେ ଭନ୍ ‘ଏକ୍ସ’ରେ ଲେଖିଛନ୍ତି ଆଶ୍ଚର୍ଯ୍ୟଜନକ ପିଚ୍। ଜାଫର୍ ଲେଖିଛନ୍ତି ଟ୍ବେଣ୍ଟି-୨୦ ମ୍ୟାଚ୍ ଲାଗି ଟେଷ୍ଟ୍ ପିଚ୍ ପ୍ରସ୍ତୁତ କରି ଆମେରିକୀୟ ପ୍ରଶଂସକଙ୍କୁ ଆକୃଷ୍ଟ କରିବାର ବୃଥା ପ୍ରୟାସ ଚାଲିଛି। ଦକ୍ଷିଣ ଆଫ୍ରିକାର ପୂର୍ବତନ କ୍ରିକେଟର୍, ଭାଷ୍ୟକର ତଥା ପ୍ରଶିକ୍ଷକ ମିକି ଆର୍ଥର ମଧ୍ୟ ନ୍ୟୁୟର୍କର ନାସାଉ ଅନ୍ତର୍ଜାତୀୟ କାଉଣ୍ଟି ଷ୍ଟାଡିୟମ୍ ପିଚ୍କୁ ‘ଅତି ଖରାପ’ ଆଖ୍ୟା ଦେଇଛନ୍ତି।
[ad_2]