ଜଂଗଲରୁ ୪୦୦ କିଲୋ ଗଂଜେଇ ଜବତ – Kalinga News

[ad_1]
ମାଲକାନଗିରି: ମାଲକାନଗିରି ଜିଲ୍ଲା ଅବକାରୀ ଅଧୀକ୍ଷକ ବିମ୍ବାଧର ପଣ୍ଡାଙ୍କ ନିର୍ଦ୍ଦେଶ କ୍ରମେ ଅବକାରୀ ଉପଅଧୀକ୍ଷକ ଟଙ୍କଧର ଭୋଇ ଏବଂ ମାଲକାନଗିରି ରେଞ୍ଜ ଇନ୍ସପେକ୍ଟର ସନ୍ତୋଷ କୁମାର ବଳଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଜିଲ୍ଲା ମୋବାଇଲ୍ ୟୁନିଟର ସବ୍-ଇନ୍ସପେକ୍ଟର ଅଶେଷ କୁମାର ନାୟକ ପେପର ମେଟଲା ଥାନା ଅନ୍ତର୍ଗତ ସେରଲିମେଟା ଗ୍ରାମର ପଶ୍ଚିମ ପାର୍ଶ୍ୱ ଘଞ୍ଚ ଜଙ୍ଗଲ ଅଞ୍ଚଳରେ ଚଢ଼ଉ କରି ୪୦୦ କିଲୋଗ୍ରାମ ଗଞ୍ଜେଇ ଜବତ କରିଛନ୍ତି।

Sambad is now on WhatsApp
Join and get latest news updates delivered to you via WhatsApp
ପ୍ରକାଶ ଥାଉ କି ସେରଲିମେଟା ଗ୍ରାମର ଘଞ୍ଚ ଜଙ୍ଗଲରେ ବହୁ ପରିମାଣରେ ବେଆଇନ ଗଞ୍ଜେଇ ବାହାର ଜିଲ୍ଲାକୁ ଚାଲାଣ କରିବା ପାଇଁ ଗଚ୍ଛିତ ଅଛି ବୋଲି ଏକ ବିଶ୍ଵସ୍ତ ସୂତ୍ରରୁ ଅବକାରୀ ବିଭାଗକୁ ସୂଚନା ମିଳିଥିଲା। ଏହି ଗଞ୍ଜେଇକୁ ଜବତ କଲା ପରେ ଜିଲ୍ଲା ମୋବାଇଲ ୟୁନିଟ ମାଲକାନଗିରିରେ ଏକ ଦାବିହିନ ଏନଡିପିଏସ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଆରମ୍ଭ କରାଯାଇଛି। ଏହି ଚଢ଼ଉ ସମୟରେ ସବ୍ ଇନ୍ସପେକ୍ଟର ଅମିୟ କୁମାର ଖଞ୍ଜା, ରବୀନ୍ଦ୍ର କୁମାର ପ୍ରଧାନ, ଏଏସଆଇ ଜେମେସ ମାଲଖୋମ ସାହୁ, ପ୍ରଦୀପ କୁମାର ନାୟକ, ରାମଚନ୍ଦ୍ର ହନ୍ତାଳ, କନେଷ୍ଟବଳ ଗୋବିନ୍ଦ ବେଞ୍ଜମୀ, ଜ୍ଞାନ ରଞ୍ଜନ ସାହୁ, ପାଣ୍ଡବ ଟୁଡୁ, ବିପୁଳ ଶେଖର ଯୋଦ୍ଦର୍, ଜୁଲି ସା, ଆନନ୍ଦ ପ୍ରଧାନ, ମୁରଲୀ ରଜକ, ସୁଜାତା କୁମାରୀ ହିଆଲ ପ୍ରମୁଖ ଉପସ୍ଥିତ ଥିଲେ।
[ad_2]