ଖେଳ ଖବର

ସୋଏବଙ୍କଠାରୁ ଅଲଗା ହେବା ପରେ ସାନିଆଙ୍କ ପ୍ରଥମ ପୋଷ୍ଟ୍‌; ଲେଖିଲେ ବାସ୍‌ ଗୋଟାଏ ଶବ୍ଦ – Kalinga News

[ad_1]

ଇସ୍‌ଲାମ୍‌ବ‌ାଦ୍‌: ଭାରତୀୟ ଟେନିସ୍ ତାରକା ସାନିଆ ମିର୍ଜା ଓ ପାକିସ୍ତାନୀ କ୍ରିକେଟର୍‌ ସୋଏବ ମଲିକଙ୍କ ମଧ୍ୟରେ ଛାଡ଼ପତ୍ର ହୋଇଯାଇଛି। ସୋସିଆଲ୍‌ ମିଡିଆରେ ଏବେ ସାନିଆ ଓ ସୋଏବଙ୍କୁ ନେଇ ବିଭିନ୍ନ ପ୍ରକାରର ଚର୍ଚ୍ଚା ହେଉଛି।

ଅଲଗା ହେବା ପରେ ସାନିଆ ସୋସିଆଲ୍‌ ମିଡିଆରେ ତାଙ୍କର ପ୍ରଥମ ଫଟୋ ସେୟାର୍‌ କରିଛନ୍ତି। ଯେଉଁଥିରେ ସାନିଆ ଦର୍ପଣ ସାମ୍ନାରେ ଠିଆ ହୋଇଛନ୍ତି। ଏହି ଫଟୋ ସେୟାର୍‌ କରି ସେ କ୍ୟାପ୍‌ସନ୍‌ ଲେଖିଛନ୍ତି, ‘‘ପ୍ରତିଫଳନ’’।

 

ପାକିସ୍ତାନର କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ସୋଏବ ମଲିକଙ୍କ ସହ ଛାଡ଼ପତ୍ର ପରେ ସାନିଆ ମିର୍ଜାଙ୍କର ଏହା ହେଉଛି ପ୍ରଥମ ଇନଷ୍ଟାଗ୍ରାମ ପୋଷ୍ଟ।
ସୋଏବ ମଲିକ ପାକିସ୍ତାନୀ ଅଭିନେତ୍ରୀ ସନା ଜାଭେଦଙ୍କ ସହ ତୃତୀୟ ବିବାହ କରିଛନ୍ତି। ସୋଏବ ମଲିକ ତାଙ୍କ ବିବାହର ଫଟୋ ସେୟାର କରି ସଭିଙ୍କୁ ଚକିତ କରାଇ ଦେଇଥିଲେ। କିଛିଦିନ ତଳେ ସୋଏବ ଏବଂ ସାନିଆଙ୍କ ମଧ୍ୟରେ ଛାଡପତ୍ର ବିଷୟରେ ଗୁଜବ ଶୁଣିବାକୁ ମିଳିଥିଲା।
ସୋଏବ ମଲିକ ତାଙ୍କର ତୃତୀୟ ବିବାହ ବିଷୟରେ ସୂଚନା ସାର୍ବଜନୀନ କରିବା ପରେ ସାନିଆ ମିର୍ଜାଙ୍କ ପରିବାର ସୋସିଆଲ ମିଡିଆରେ ନିଶ୍ଚିତ କରିଥିଲେ ଯେ ସେ ଏବଂ ସୋଏବ କିଛି ମାସ ପୂର୍ବରୁ ଅଲଗା ହୋଇ ସାରିଛନ୍ତି ବୋଲି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button