କଣ ସକାଳୁ ଉଠିବା ମାତ୍ରେ ଆପଣଙ୍କ ହେଉଛି ଗୋଇଠି ଦରଜ ତ ଏହାକୁ ଥରେ ନିଶ୍ଚୟ ଦେଖନ୍ତୁ
ନମସ୍କାର ବନ୍ଧୁଗଣ, ଆପଣଙ୍କ ଦେହ ସମ୍ପୂର୍ଣ ସୁସ୍ଥ ଥିବ କିନ୍ତୁ ବେଳେ ବେଳେ ଆପଣଙ୍କୁ ସକାଳୁ ଉଠିବା ପରେ ଆପଣଙ୍କ ଗୋଇଠିରେ କଷ୍ଟ ଅନୁଭବ ହେବାକୁ ଲାଗିଥାଏ । ତେବେ ଏହା ହେବାର କାରଣ କଣ ? ଶରୀରର ଅଧିକ ଓଜନ ଏହାର କାରଣ ନା ଶରୀରରେ ଠିକ ଭାବରେ ରକ୍ତ ପ୍ରବାହ ନ ହେବା ପାଇଁ ଏହା ହୋଇଥାଏ ? କିମ୍ବା ଏହା ଡାଇବେଟିସ ପାଇଁ ହୋଇଥାଏ କାହିଁକି ହୋଇଥାଏ ଗୋଇଠିରେ କଷ୍ଟ । ଗୋଇଠିରେ କଷ୍ଟ ହେବା ପଛର ପ୍ରକୃତ କାରଣ କଣ ରହିଛି ତାହା ସମ୍ପର୍କରେ ଆଜି ଆମେ ଆପଣମାନଙ୍କୁ ଜଣାଇବା ପାଇଁ ଯାଉଛୁ ।
ଯଦି ଆପଣଙ୍କ ନର୍ଭ ସିଷ୍ଟମ ଠିକ ନଥାଏ, ଯଦି ଆପଣଙ୍କ ହାତ ଗୋଡ ଶୂନ୍ୟ ହେବାକୁ ଲାଗୁଥାଏ ତେବେ ଏହା ମଧ୍ୟ କାରଣ ହୋଇପାରେ ଆପଣଙ୍କ ଗୋଇଠିରେ କଷ୍ଟ ହେବାର । ଯଦି ଆପଣଙ୍କ ଗୋଇଠି ସକାଳୁ ଉଠିବା ପରେ ଭିଡି ହେଉଛି ଚାଲିବା ପରେ କିମ୍ବା ଦରଜ ହେଉଛି ତେବେ ଆପଣ ନିଜର ଖାଦ୍ୟ ଉପରେ ଧ୍ୟାନ ଦେବା ଦରକାର । ତେଲ ଜାତୀୟ ଖାଦ୍ୟ ଖାଇବା ଠାରୁ ଦୂରେଇ ରହିବା ଦରକାର ।
ତେଲ ଜିନିଷ ଖାଇବା ଦ୍ଵାରା ଆପଣଙ୍କ ନର୍ଭ ସିଷ୍ଟମ ଖରାପ ହୋଇଥାଏ । ଦିନକୁ ତିନି ରୁ ଚାରି ଥର ଆପଣ ୫ ମିନିଟ ପାଇଁ ଥଣ୍ଡା ପାଣିରେ ଏବଂ ୪ ମିନିଟ ପାଇଁ ଗରମ ପାଣିରେ ଆପଣଙ୍କ ଗୋଡ ରଖିବା ଦରକାର । ଯଦି ଆପଣ ଏହା କରନ୍ତି ତେବେ ଆପଣଙ୍କ ଗୋଇଠିର ଦରଜ ବହୁତ ଶୀଘ୍ର ଶେଷ ହୋଇଥାଏ । ଏହା ଆପଣଙ୍କ ନର୍ଭକୁ ଠିକ କରିଥାଏ । ଯାହାଫଳରେ ରକ୍ତ ପ୍ରବାହ ଭଲରେ ହୋଇଥାଏ ।
ଆପଣ ନିଜର ଗୋଇଠି କଷ୍ଟକୁ ଦୂରେଇବା ପାଇଁ ଉପଚାର ଭାବରେ ଅଶ୍ଵଗନ୍ଧା ପାଉଡର ବ୍ୟବହାର କରିବା ଉଚିତ । ଏକ ଗ୍ଳାସ କ୍ଷୀରରେ ଆପଣ ଅଧ ଚାମଚ ଅଶ୍ଵଗନ୍ଧା ପାଉଡର ମିଶାନ୍ତୁ । ଏବଂ ଏହି କ୍ଷୀରକୁ ଆପଣ ଖାଲି ପେଟରେ ପିଇବା ଆବଶ୍ୟକ । ଚାହିଁଲେ ଆପଣ ରାତିରେ ଖାଇ ସାରିବାର ଅଧ ଘଣ୍ଟା ପରେ ଏହି ପାଉଡର ମିଶା କ୍ଷୀରକୁ ପିଇପାରିବେ ।
ଗୋଟିଏ ସପ୍ତାହ ପର୍ଯ୍ୟନ୍ତ ଆପଣ ଏହା କରିବା ଫଳରେ ଆପଣଙ୍କ ଗୋଇଠିର କଷ୍ଟ ସମ୍ପୂର୍ଣ ଭାବରେ ଭଲ ହୋଇଯିବ । ଅନ୍ୟ ଉପାୟରେ ମଧ୍ୟ ଆପଣ ଏହାର ନିରାକରଣ କରିପାରିବେ । ଏଥିପାଇଁ ଆପଣଙ୍କୁ ଆପଣଙ୍କ ପାଦ ଉପରକୁ ଆଙ୍ଗୁଠିରେ ଚାପି ମାଲିସ କରିବା ଦରକାର । ଆପଣ ଏହି ମାଲିସ ପାଇଁ ଯେକୌଣସି ତେଲ ମଧ୍ୟ ବ୍ୟବହାର କରିପାରିବେ ।
ଏହିଭଳି ଭାବରେ ଆପଣ ଆପଣଙ୍କ ପାଦକୁ ମାଲିସ କରିବା ଦ୍ଵାରା ରକ୍ତ ପ୍ରବାହ ଭଲ ଭାବରେ ହୋଇଥାଏ କାହାଦ୍ୱାରା ଆପଣଙ୍କ ଗୋଇଠି କଷ୍ଟ ଧୀରେ ଧୀରେ କମିବାକୁ ଲାଗିଥାଏ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି । ଆଶା କରୁଛୁ ଏହା ଆପଣଙ୍କ ପାଇଁ ଫଳପ୍ରଦ ହେବ ।