ସ୍ୱାସ୍ଥ୍ୟ

ଅଜଣା ରୋଗ ନେଉଛି ଜୀବନ ; କନ୍ଧମାଳରେ ଗଲାଣି ୧୨ ଜୀବନ

ନକ ବ୍ୟୁରୋ: ଉପାନ୍ତରେ ଅଜଣା ରୋଗ ଆତଙ୍କ। ସାମାନ୍ୟ ଜର ସାଙ୍ଗକୁ ମୁଣ୍ଡ ଓ ପେଟ ବ୍ୟଥାରେ ଗଲାଣି ୧୨ଜଣଙ୍କ ଜୀବନ। ମୃତକଙ୍କ ମଧ୍ୟରେ ରହିଛନ୍ତି ଶିଶୁ, ମହିଳା ଓ ବୃଦ୍ଧ। ରାସ୍ତା ନଥିବାରୁ ଗାଁକୁ ସ୍ୱାସ୍ଥ୍ୟ ସୁବିଧା ପହଞ୍ଚିପାରୁନଥିବା ଅଭିଯୋଗ ହୋଇଛି।

କୁଟିଆକନ୍ଧ ଆଦିମ ଜନଜାତି ସମ୍ପ୍ରଦାୟ ବସବାସ କରୁଥିବା କନ୍ଧମାଳ କୋଟଗଡ଼ ବ୍ଲକ ଦୁର୍ଗପଙ୍ଗା, ଗୋଲମପଙ୍ଗା ଓ ପୁଡୁରଙ୍ଗ ଗାଁରେ ଅଜଣା ରୋଗର ଆତଙ୍କ ଦେଖାଦେଇଛି।

ଜ୍ୱର ସାଙ୍ଗକୁ ମୁଣ୍ଡବ୍ୟଥା ଓ ପେଟବ୍ୟଥା ଯୋଗୁଁ ପ୍ରାୟ ୧୨ଜଣ ଏପର୍ୟ୍ୟନ୍ତ ମୃତ୍ୟୁବରଣ କରିଥିବା ବେଳେ ୧୫ରୁ ଉର୍ଦ୍ଧ୍ୱ ଅସୁସ୍ଥ ରହିଛନ୍ତି। ରାସ୍ତା ନଥିବାରୁ ଏହି ଅଞ୍ଚଳରେ ଆଜି ବି ସ୍ୱାସ୍ଥ୍ୟସେବା ଅପହଞ୍ଚ ହୋଇ ରହିଛି। ଅଗମ୍ୟ ଲିଡ୍ରାଙ୍ଗ, ପାଏରମାଲା, ଭଣ୍ଡରଶାଳା ଗାଁକୁ ଭଲ ରାସ୍ତା ନାହିଁ। ଫଳରେ ଗାଁକୁ ଆମ୍ବୁଲାନ୍ସଟିଏ ଯାଇପାରୁନଥିବା ବେଳେ ଅକାଳରେ ରୋଗରେ ପଡ଼ି ଆଦିମ ଜନଜାତି ସମ୍ପ୍ରଦାୟ ଲୋକଙ୍କ ମୃତ୍ୟୁ ଘଟୁଛି। ବର୍ତ୍ତମାନ ପର୍ୟ୍ୟନ୍ତ ଗାଁରେ କୌଣସି ଡାକ୍ତରୀ ଟିମ୍ ମଧ୍ୟ ପହଞ୍ଚି ନାହାଁନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button