ଆତ୍ମାକୁ ଜନ୍ମ ଓ ମୃତ୍ୟୁ ସମୟରେ କଣ ଅନୁଭବ ହୁଏ ?
ନମସ୍କାର ବନ୍ଧୁଗଣ, ମଣିଷର ଜନ୍ମ ହୋଇଛି ମାନେ ସୃଷ୍ଟିର ନିୟମ ଅନୁଯାୟୀ ମୃତ୍ୟୁ ସୁନିଶ୍ଚିନ୍ତ । ତଥାପି ଲୋକ ମୃତ୍ୟୁ ନାଁ ଶୁଣିଲେ ଡରନ୍ତି । ମୃତ୍ୟୁ ସମୟରେ ମଣିଷକୁ କେମିତି ଅନୁଭବ ହୋଇଥାଏ ଏହାର ସତ୍ୟ ସେହି ମୃତ ବ୍ୟକ୍ତି ସହ ହିଁ ଚାଲିଯାଇଥାଏ । ଯାହାଫଳରେ ଆମେ ତାହା ଜାଣି ପାରିନଥାଉ । ଏବଂ ସବୁବେଳେ ଆମ ମନରେ ଗୋଟିଏ ବଡ ପ୍ରଶ୍ନ ରହିଥାଏ କି ଜନ୍ମ ଆଉ ମୃତ୍ୟୁ ସମୟରେ ମଣିଷକୁ କିଭଳି ଅଣୁଭା ହୋଇଥାଏ । ଯାହାର ଉତ୍ତର ଆଜି ଆପଣ ମାନେ ଆମର ଏହି ପୋଷ୍ଟ ମାଧ୍ୟମରେ ଜାଣିବା ପାଇଁ ପାଇବେ ।
ଯେଉଁ ମଣିଷ ଜୀବନରେ ଭଲ କର୍ମ କରିଥାଏ ତାହାର ଆତ୍ମାକୁ ଖୁବ ଶୀଘ୍ର ମୁକ୍ତି ମିଳିଯାଏ । ଆଉ ଖରାପ କର୍ମ କରିଥିବା ଆତ୍ମାକୁ ବହୁତ କଷ୍ଟ ସହିବାକୁ ପଡିଥାଏ । ଆମେ ବସ୍ତ୍ର ବଦଳାଉ ଥିବା ଭଳି ଆତ୍ମା ମଧ୍ୟ ଶରୀର ବଦଳାଇ ଥାଏ । ଏହି ପ୍ରକ୍ରିୟା ସେବେ ଯାଏ ଚାଲିଥାଏ ଯେବେ ଯାଏ ଜୀବ ଆତ୍ମାକୁ ମୋକ୍ଷ ପ୍ରାପ୍ତି ମିଳିନଥାଏ । ମାତା ଗର୍ଭରେ ଶିଶୁ ଥିବା ସମୟରେ ତିନି ମାସରେ ଆତ୍ମାର ଶରୀରରେ ପ୍ରବେଶ ହୋଇଥାଏ ।
ଯଦି ଆତ୍ମା ନିଜ ଜୀବନରେ ଭଲ କର୍ମ କରିଥାଏ ତେବେ ତାହାକୁ ଗର୍ଭରେ ପ୍ରବେଶ କରିବା ସମୟରେ କୌଣସି କଷ୍ଟ ଅନୁଭୂତ ହୋଇନଥାଏ । ଆଉ ଜନ୍ମ ସମୟ ପର୍ଯ୍ୟନ୍ତ ମଧ୍ୟ ତାଙ୍କୁ କୌଣସି କଷ୍ଟ ଅନୁଭବ ହୋଇନଥାଏ । ଆଉ ଯେଉଁ ମଣିଷ ଖରାପ କର୍ମ କରିଥାଏ ତାହାର ଆତ୍ମା ଗର୍ଭକୁ ପ୍ରବେଶ କରିବା ସମୟରେ ବହୁତ କଷ୍ଟ ପାଇଥାଏ ।
ଗର୍ଭରେ 6 ମାସ ସମୟରେ ଶିଶୁ ଭୋକ ଶୋଷ ଜାଣିପାରେ ଆଉ ସ୍ଥାନ ବଦଳାଇ ପାରେ । ସେହି ସମୟରେ ଶିଶୁ ଗର୍ଭ ଭିତରେ ମଧ୍ୟ କଷ୍ଟ ପାଇଥାଏ । ସେହିଭଳି ମଣିଷ ଶରୀରରୁ ମୃତ୍ୟୁ ସମୟରେ ଯେତେବେଳେ ଆତ୍ମା ବାହାରକୁ ବାହାରେ ତାକୁ କିଛି ସମୟ ପାଇଁ ଜଣା ପଡିନଥାଏ କି ସେ ଶରୀରରୁ ଅଲଗା ହୋଇଯାଇଛି । କିଛି ଲୋକଙ୍କ ପ୍ରାଣ ଆଖି ବାଟ ଦେଇ ବାହାରିଥାଏ ।
ଆଉ କିଛି ଲୋକଙ୍କ ଆତ୍ମା ପାଟି ବାଟ ଦେଇ ବାହାରକୁ ବାହାରି ଥାଏ । ସ୍ଵାର୍ଥପର ଏବଂ କାମ ବାସନାରେ ବୁଡି ରହୁଥିବା ଲୋକଙ୍କୁ ପାପୀ ବୋଲି ବିବେଚିତ କରାଯାଏ । ଏହି ଲୋକ ନିଜ ମୃତ୍ୟୁ ସମୟରେ ଯମ ଦୁତଙ୍କୁ ଦେଖି ଡରି ଯାଇଥାନ୍ତି । ଏଭଳି ଲୋକଙ୍କ ପ୍ରାଣ ବାୟୁ ତଳ ବାଟ ଦେଇ ବାହାରେ । ଏହାପରେ ସେହି ଆତ୍ମାକୁ ଯମ ଦୁତ ମାଥେ ତା ବେକରେ ଫାଶ ପକାଇ ଯମଲୋକ ନେଇ ଯାଆନ୍ତି ।
ପାପୀ ଲୋକଙ୍କ ମୃତ୍ୟୁ ସମୟରେ ତାଙ୍କ ଆଖି କାନ ନାକ ସବୁ କାମ କରିବା ବନ୍ଦ କରିଦିଏ । ମୁହଁ ଆଡୁ ପ୍ରାଣ ବାହାରିବାକୁ ଶୁଭ ମନାଯାଏ । ଯେଉଁ ଲୋକ ଭଲ କର୍ମ କରିଥାନ୍ତି ନିଜ ଜୀବନରେ ତାଙ୍କ ପ୍ରାଣ ମୁହଁ ପଟେ ବାହାରେ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭାଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଭୁଲିବେନି ।