ଗାନ୍ଧାରୀଙ୍କ କେଉଁ କର୍ମ ପାଇଁ ଭୋଗିବାକୁ ପଡିଥିଲା ଶହେ ପୁତ୍ରଙ୍କ ମୃତ୍ୟୁ ପୀଡା
ନମସ୍କାର ବନ୍ଧୁଗଣ, ଏହି ଜନ୍ମରେ ଆମେ ପାଉଥିବା କଷ୍ଟକୁ ଆମେ ସର୍ବଦା ପୂର୍ବଜନ୍ମର ଫଳ ବୋଲି ଭାବିଥାଉ । କିନ୍ତୁ ନିଜେ ନିଜେ କରିଥିବା କର୍ମର ଫଳ ସର୍ବଦା ଆମକୁ ଏହି ଜନ୍ମରେ ହିଁ ମିଳିଥାଏ । କଥା ହେଉଛି ଏତିକି ଆମେ ଯେଉଁ କର୍ମ କରିଥାଉ ଅଜାଣତରେ ତାହା ଭୁଲି ଯାଇଥାଉ ଆଉ କହିଥାଉ ମୁଁ ତ କିଛି ଭୁଲ କରିନି ତଥାପି କାହିଁକି କଷ୍ଟ ପାଇଲି । ଏହି କଥା ଟିକୁ ବୁଝିବା ପାଇଁ ଆମେ ଆଜି ଆପଣ ମାନଙ୍କୁ ଭଗବାନ ଶ୍ରୀକୃଷ୍ଣ କହିଥିବା ଗାନ୍ଧାରୀଙ୍କ କର୍ମ ଫଳ ସମ୍ପର୍କରେ ଜଣାଇବା ପାଇଁ ଯାଉଛୁ ।
ମହାଭାରତ ଯୁଦ୍ଧ ସବୁଠାରୁ ବଡ ଯୁଦ୍ଧ ଥିଲା । ଆଉ ଯାହାର ଆରମ୍ଭ କର୍ତ୍ତା ଥିଲେ ସ୍ଵୟଂ ଭଗବାନ ଶ୍ରୀକୃଷ୍ଣ । ଏ କଥା ସମସ୍ତଙ୍କୁ ଜଣା ଥିଲା । କୌରବ ଏବଂ ପାଣ୍ଡବ ମାନଙ୍କ ମଧ୍ୟରେ ଭିବିଷିକା ମାୟା ଯୁଦ୍ଧ ହୋଇଥିଲେ । ଆଉ ଏହି ଯୁଦ୍ଧରେ ଗାନ୍ଧାରୀଙ୍କ ଏକ ଶହ ପୁତ୍ର ନିଜର ପ୍ରାଣ ହରାଇ ଥିଲେ । ଗାନ୍ଧାରୀ ସିନା ଆଖିରେ କେହିନଥିଲେ କାରଣ ସେ ଅନ୍ଧ ପୁଟୁଳି ଆଖିରେ ବାନ୍ଧିଥିଲେ । କିନ୍ତୁ ପ୍ରତ୍ୟକ ଦିନ ତାଙ୍କ ପାଖକୁ ଖବର ଆସୁଥିଲା ଆଜି ମାତା ତମର ଏତିକି ପୁତ୍ର ପ୍ରାଣ ହରାଇଲେ ।
ଯାହା ତାଙ୍କ ଛାତିକୁ ଥରାଇ ଦେଉଥିଲେ । ଗୋଟେ ନୁହେଁ ଦୁଇଟି ନୁହେଁ ବରଂ ଏକ ଶହ ପୁତ୍ରଙ୍କୁ ହରାଇ ଥିଲେ ଗାନ୍ଧାରୀ । ଏହିସବୁର କାରଣ ଶ୍ରୀକୃଷ୍ଣ ବୋଲି ସେ ଯେ ଜାଣିଥିଲେ କିନ୍ତୁ କେବେ ପଚାରିନଥିଲେ । ଦିନେ ତାଙ୍କ ପଟି ଭିଡା ହୋଇଥିବା ଆଖିରୁ ଦୁଇ ଠୋପା ଲୁହ ଗଡାଇ ପଚାରିଲେ । ତୁମେ କାହିଁକି ଏତେ ବଡ କଷ୍ଟ ମତେ ଦେଲ । କାହିଁକି ମୋ ଆଖି ସାମ୍ନାରେ ମୋ ଏକ ଶହ ପୁତ୍ରଙ୍କ ପ୍ରାଣ ନେଲ ।
ଗାନ୍ଧାରୀ କହିଲେ ମୋ ଜାଣିବାରେ ମୁଁ ତ ଏମିତି କିଛି ପାପ କରିନି ଯେଉଁଥି ପାଇଁ ମତେ ଏତେ ବଡ ଦଣ୍ଡ ମିଳିବ । ଏହାଶୁଣି ଶ୍ରୀକୃଷ୍ଣ ସ୍ମିତ ହାସ୍ୟ ଦେଇ କହିଲେ ମା ତୁମେ ଏକ ସତକୁ ଆଜି ଯାଏ ଲୁଚାଇ ରଖିଛ କେବେ କାହା ସମ୍ମୁଖରେ ମଧ୍ୟ କହିନାହଁ । ଗାନ୍ଧାରୀ କହିଲେ କେଉଁ ସତ । ଏହାପରେ ଶ୍ରୀକୃଷ୍ଣ କହିଲେ ମା ତୁମେ ଦଶ ବର୍ଷ ବୟସରେ ଖୁସିରେ ନଈ କୁଳ ଆଡକୁ ଭ୍ରମଣ କରିବା ପାଇଁ ଯାଇଥିଲ ।
ଆଉ ଭୁଲରେ ତୁମ ପାଦ କଇଁଛର ଗୋଟିଏ ଅଣ୍ଡା ଉପରେ ପଡିଲା ଆଉ ତାହା ଫାଟିଗଲା । ସେହି ଫାଟିବାର ଶବ୍ଦ ତୁମକୁ ଭଲ ଲାଗିଲା । ତେଣୁ ତୁମେ ସେ ନଈ ପଠାରେ ଥିବା ସମସ୍ତ ଅଣ୍ଡାକୁ ଡେଇଁ ଡେଇଁ ଫଟାଇବାକୁ ଲାଗିଲ । ଏହିସବୁ କୁ ଦୂରରେ ମାଆ କଇଁଛ ଦେଖୁଥାଏ ଆଉ ନାଚାର ହୋଇ ଆଖିରୁ ଲୁହ ଗଡାଉ ଥିଲା ।
ସେହି ମାଆ କଇଁଛର ଆଖିର ଲୁହ ଆଜି ତୁମ ଉପରେ ପଡିଛି ମାଆ । ତୁମେ ଆଖିରେ ପଟି ଭିଡିଛ ତୁମ ମୃତ ପୁତ୍ରଙ୍କୁ ତୁମେ ଦେଖିନାହଁ । ହେଲେ ସେହି ମାଆ କଇଁଛ ତ ସବୁ ଆଖି ସାମ୍ନାରେ ଦେଖୁଥିଲା । ଯଦି ଆପଣ ମାନଙ୍କୁ ଆମର ଏହି ସୁନ୍ଦର କଥା ଟି ଭଲ ଲାଗିଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଭୁଲିବେନି ।