ପଶ୍ଚିମବଙ୍ଗରେ ହିଂସା: ବିଜେପି ପ୍ରାର୍ଥୀ ଏବଂ ସୁରକ୍ଷାକର୍ମୀଙ୍କ ଉପରକୁ ପଥର ବର୍ଷା – Kalinga News

[ad_1]
କୋଲକାତା: ପଶ୍ଚିମବଙ୍ଗର ଝାଡ଼ଗ୍ରାମରେ ବିଜେପି ଲୋକସଭା ପ୍ରାର୍ଥୀଙ୍କ ଉପରେ ଆଜି ଟିଏମ୍ସି ସମର୍ଥକମାନେ ଆକ୍ରମଣ କରିବାରୁ ସେ ପ୍ରାଣ ବିକଳରେ ଦୌଡ଼ିଥିବା ଦେଖିବାକୁ ମିଳିଥିଲା। ଷଷ୍ଠ ପର୍ଯ୍ୟାୟ ମତଦାନ ଚାଲିଥିବାବେଳେ ବିଜେପି ସାଂସଦ ପ୍ରାର୍ଥୀ ପ୍ରଣନ୍ତ ଟୁଡ଼ୁ ଏବଂ ତାଙ୍କ ସୁରକ୍ଷାକର୍ମୀଙ୍କ ଉପରେ ଅଚାନକ ଟିଏମ୍ସି ସମର୍ଥକମାନେ ପଥର ମାଡ଼ କରିଥିଲେ। ଫଳରେ ସାଂସଦ ପ୍ରାଣ ବିକଳରେ ଦୌଡ଼ିଥିଲେ। ଏହି ଦୃଶ୍ୟର କିଛି ଭିଡିଓ ମଧ୍ୟ ଜାରି ହୋଇଛି। ଏଥିରେ ଦଖିବାକୁ ମିଳିଛି ଯେ ସାଂସଦଙ୍କୁ ସୁରକ୍ଷା ଦେବାପାଇଁ କିଛି ସୁରକ୍ଷାକର୍ମୀ ଢାଲ ଧରି ଦୌଡ଼ୁଛନ୍ତି। କିନ୍ତୁ ତାଙ୍କ ପଛରେ ଥିବା ଜଣେ ବ୍ୟକ୍ତିଙ୍କ ଦେହରେ ଏକ ବଡ଼ ପଥର ଖଣ୍ଡ ମାଡ଼ ହୋଇଛି। ସେ ଏବେ ଆହତ ଅଛନ୍ତି।

Sambad is now on WhatsApp
Join and get latest news updates delivered to you via WhatsApp
ଏଭଳି କାଣ୍ଡ ପାଇଁ ଟୁଡ଼ୁ ଟିଏମ୍ସି ଗୁଣ୍ଡାଙ୍କୁ ଦାୟୀ କରିଛନ୍ତି। ପଥର ମାଡ଼ରେ ୨ ଜଣ ସୁରକ୍ଷାକର୍ମୀଙ୍କ ମୁଣ୍ଡରେ ଆଘାତ ଲାଗିଛି ଏବଂ ସେମାନେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ବୋଲି ସେ କହିଛନ୍ତି। ଏକ୍ସରେ ଏକ ପୋଷ୍ଟ କରି ପଶ୍ଚିମବଙ୍ଗରେ ବିଜେପି ମୁଖ୍ୟ ଅମିତ ମାଲବୀୟ ମଧ୍ୟ ଟିଏମ୍ସିକୁ ଏହି ଆକ୍ରମଣ ପାଇଁ ଦାୟୀ କରିଛନ୍ତି। ବିଜେପି ଅନୁଯାୟୀ ଗାରପେଟାର କିଛି ବୁଥ୍ରେ ଦଳର ପ୍ରତିନିଧିଙ୍କୁ ପ୍ରବେଶ ଅନୁମତି ନମିଳିବା ଖବର ପାଇ ଟୁଡୁ ଏଠାକୁ ଯାଉଥିଲେ। କିନ୍ତୁ ହଠାତ ଟିଏମ୍ସି ଗୁଣ୍ଡାମାନେ ତାଙ୍କ ରାସ୍ତା ଅବରୋଧ କରି ତାଙ୍କ କାର୍ ଉପରକୁ ଇଟା ପଥର ମାଡ଼ କରିଥିଲେ। ଅନ୍ୟପକ୍ଷେ ଟିଏମ୍ସି ଅଭିଯୋଗ କରିଛି ଟୁଡ଼ୁଙ୍କ ସୁରକ୍ଷାକର୍ମୀ କିଛି ଲୋକଙ୍କୁ ଆକ୍ରମଣ ଆକ୍ରମଣ କରିବାରୁ ଏହି ଘଟଣା ଘଟିଛି।
[ad_2]