ସାନଖେମୁଣ୍ଡି ନିର୍ବାଚନମଣ୍ଡଳୀ: କିଏ ହେବେ ରମେଶଙ୍କ ପ୍ରତିଦ୍ବନ୍ଦ୍ବୀ – Kalinga News

[ad_1]
ବିଜେଡି, ବିଜେପିରୁ ଏକାଧିକ ଆଶାୟୀ
ବ୍ରହ୍ମପୁର/ପାଟପୁର: ଗଞ୍ଜାମ ଜିଲ୍ଲାରେ ସାନଖେମୁଣ୍ଡି ନିର୍ବାଚନମଣ୍ଡଳୀ ବର୍ତ୍ତମାନ ଭିନ୍ନ କାରଣରୁ ଚର୍ଚ୍ଚାରେ ରହିଛି। ଜିଲ୍ଲାର ଏକମାତ୍ର ଏହି ନିର୍ବାଚନମଣ୍ଡଳୀ କଂଗ୍ରେସ ଦଖଲରେ ରହିଛି। ବର୍ତ୍ତମାନର ବିଧାୟକ ରମେଶ ଜେନା ପୁଣିଥରେ କଂଗ୍ରେସରୁ ପ୍ରାର୍ଥୀ ହେବାର ସମ୍ଭାବନା ରହିଥିବା ବେଳେ ତାଙ୍କ ବିପକ୍ଷରେ ବିଜେଡି ଓ ବିଜେପିରୁ କିଏ ପ୍ରାର୍ଥୀହେବେ ତାହା ଉପରେ ସମସ୍ତଙ୍କ ନଜର ରହିଛି। ବିଜେଡିରେ ୬ରୁ ଅଧିକ ପ୍ରମୁଖ ଆଶାୟୀ ରହିଥିବା ବେଳେ ବିଜେପିରେ ପ୍ରମୁଖ ଆଶାୟୀଙ୍କ ସଂଖ୍ୟା ୩ରୁ ଅଧିକ ବୋଲି ଜଣାପଡ଼ିଛି।
Sambad is now on WhatsApp
Join and get latest news updates delivered to you via WhatsApp
ମିଳିଥିବା ସୂଚନା ଅନୁସାରେ, ଏହି ନିର୍ବାଚନମଣ୍ଡଳୀରେ ପ୍ରାର୍ଥିତ୍ବକୁ ନେଇ କନ୍ଦଳ ରହିଛି। ବିଜେଡିର ପୂର୍ବତନ ବିଧାୟିକା ରାଣୀ ନନ୍ଦିନୀ ଦେବୀଙ୍କ ବଦଳରେ ଜଣେ ନୂଆମୁହଁକୁ ନିର୍ବାଚନ ମଇଦାନକୁ ଓହ୍ଲାଇବା ପାଇଁ ଅସନ୍ତୁଷ୍ଟ ଗୋଷ୍ଠୀ ଦାବି କରି ଆସୁଥିଲେ। କିଛିଦିନ ଦିନ ତଳେ ସାନଖେମୁଣ୍ଡି ବ୍ଲକ୍ର ନୂଆଗଡ଼ ଶିବ ମନ୍ଦିରରେ ଅସନ୍ତୁଷ୍ଟ ଗୋଷ୍ଠୀଙ୍କ ମେଳି ହୋଇଥିଲା। ରାଣୀ ନନ୍ଦିନୀଙ୍କ ନେତୃତ୍ବକୁ ପ୍ରବଳ ବିରୋଧ କରି ଆଗାମୀ ନିର୍ବାଚନ ପାଇଁ ବିଜେଡିରୁ ଜଣେ ଯୋଗ୍ୟ ତଥା ଯୁବନେତାଙ୍କୁ ଟିକଟ ଦେବାକୁ ପ୍ରସ୍ତାବ ଉପରେ ଆଲୋଚନା କରାଯାଇଥିଲା। ଏପରିକି ଏହି ଦାବି ନେଇ ଗତ ୨୭ତାରିଖରେ ଅସନ୍ତୁଷ୍ଟ ବିଜେଡି ଗୋଷ୍ଠୀର ଏକ ପ୍ରତିନିଧି ଦଳ ଭୁବନେଶ୍ବର ସ୍ଥିତ ଶଙ୍ଖ ଭବନ ଯାଇ ବରିଷ୍ଠ କର୍ମକର୍ତ୍ତାଙ୍କ ସହିତ ଆଲୋଚନା କରିଥିଲେ। ଏ ସମ୍ପର୍କରେ ଜିଲ୍ଲା ବିଜେଡି ସଭାପତି ଡା.ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକଙ୍କ ପ୍ରତିକ୍ରିୟା ନେବାରୁ ସେ କହିଛନ୍ତି, ସାନଖେମୁଣ୍ଡି ନିର୍ବାଚନମଣ୍ଡଳୀରେ ବିଜେଡି ସଂଗଠନ ସୁଦୃଢ଼ ରହିଛି। ଯେଉଁମାନେ ଶଙ୍ଖ ଭବନ ଯାଇଥିଲେ ସେମାନଙ୍କର କିଛି ଗୁରୁତ୍ବ ନାହିଁ। ଦଳର ସଂଗଠନ ଉପରେ ଏହାର କୌଣସି ପ୍ରଭାବ ପଡ଼ିବ ନାହିଁ ବୋଲି ସେ କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ବିଜେଡିରୁ ପୂର୍ବତନ ବିଧାୟିକା ନନ୍ଦିନୀ ଦେବୀ, ଓସ୍କାର୍ଡ ବ୍ୟାଙ୍କର ପୂର୍ବତନ ସଭାପତି ଯୋଗେନ୍ଦ୍ର ସ୍ବାଇଁ, ଶୁଭକାମନା ଟ୍ରଷ୍ଟର ଅଧ୍ୟକ୍ଷ ମନୋଜ ରଥ, ଜିଲ୍ଲା ପରିଷଦ ସଭ୍ୟା ସୁଲତାରାଣୀ ସ୍ବାଇଁ, ଗୌତମୀ ସମିତି ସଭ୍ୟ ଦନାର୍ଦ୍ଦନ ପଲେଇ ଓ ରାଣୀ ନନ୍ଦିନୀଙ୍କ ଝିଅ ଧରାକୋଟ ବ୍ଲକ୍ ଅଧ୍ୟକ୍ଷା ସୁଲକ୍ଷଣା ଗୀତାଞ୍ଜଳି ଆଶାୟୀ ତାଲିକାରେ ରହିଛନ୍ତି। ସେହିପରି ବିଜେପିରୁ ୨୦୧୯ରେ ବିଧାୟକ ପ୍ରାର୍ଥୀ ହୋଇଥିବା ବିଜୟ ସ୍ବାଇଁଙ୍କ ସମେତ ବିଜେପି ନେତା ଇଂ.ପ୍ରଦୀପ ପତ୍ରୀ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଗଦାଧର ସ୍ବାଇଁ ଆଶାୟୀ ରହିଛନ୍ତି।
[ad_2]




