ଓଡ଼ିଶାର ରାଜନୀତିରେ ଏଥର ନୂଆ ଦେଖିବାକୁ ମିଳିବ: ପ୍ରଧାନମନ୍ତ୍ରୀ – Kalinga News

[ad_1]
କେନ୍ଦ୍ରାପଡ଼ା/ଭୁବନେଶ୍ବର: ଓଡ଼ିଶାରେ ପ୍ରଚୁର ପରିମାଣରେ ପାଣି ଅଛି। କିନ୍ତୁ ଚାଷୀଙ୍କ ଜମିକୁ ଏହି ପାଣି ପହଞ୍ଚିପାରୁ ନାହିଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ନିର୍ବାଚନ ପ୍ରଚାର ବେଳେ ବୁଧବାର ଦିନ ଏହା କହିଛନ୍ତି। କେନ୍ଦ୍ରାପଡ଼ାରେ ଭାରତୀୟ ଜନତା ପାର୍ଟି (ବିଜେପି) ଦ୍ବାରା ଆୟୋଜିତ ବିଜୟ ସଂକଳ୍ପ ସମାବେଶକୁ ସମ୍ବୋଧିତ କରି ମୋଦୀ କହିଛନ୍ତି ଏଥର ନିର୍ବାଚନରେ ଏହି ପରିସ୍ଥିତିରୁ ବର୍ତ୍ତିବା ପାଇଁ ଓଡ଼ିଶାର ଜନତା ମତଦାନ କରିଛନ୍ତି। ସେ ଆହୁରି କହିଛନ୍ତି ଓଡ଼ିଶାର ସବୁ ଲୋକଙ୍କୁ ଟ୍ୟାପ୍ରୁ ପାଣି ମିଳୁନାହିଁ। ତେଣୁ ଓଡ଼ିଶାର ଜନତା ଏଥର ନିଷ୍ପତ୍ତି ନେଇଛନ୍ତି, ଗୋଟିଏ ପଦ୍ମ ଦିଲ୍ଲୀ ପାଇଁ ଓ ଆଉ ଗୋଟିଏ ଭୁବନେଶ୍ବର। ଓଡ଼ିଶାରେ ଦୁଇଥର ପଦ୍ମ, ଦୁଇଗୁଣା ବିକାଶ। ମୋତେ ଯାହା କରିବାର ଅଛି, ଆପଣଙ୍କର ପାଇଁ। ଆପଣ ଯେତିକି ବିଧାୟକଙ୍କୁ ଜିତାଇବେ, ସେତିକି ବଳ ମୋଦୀଙ୍କୁ ଦେବେ।
Sambad is now on WhatsApp
Join and get latest news updates delivered to you via WhatsApp
ପ୍ରଧାନମନ୍ତ୍ରୀ ଦୃଢ଼ତାର ସହିତ କହିଛନ୍ତି, ଓଡ଼ିଶାର ରାଜନୀତିରେ ମଧ୍ୟ ଏଥର ନୂଆ ଦେଖିବାକୁ ମିଳିବ। ଚଳିତ ସାଧାରଣ ନିର୍ବାଚନରେ ଓଡ଼ିଶାର ମତଦାତା ପ୍ରତ୍ୟେକ ପର୍ଯ୍ୟାୟରେ ବିଜେପି ସାଂସଦ ଓ ବିଧାୟକଙ୍କ ପ୍ରାର୍ଥୀଙ୍କୁ ମତଦାନ କରିଛନ୍ତି। ଦାଦନ ଶାସନ ହଟାଇବା ପାଇଁ ଓ ବିକଶିତ ଓଡ଼ିଶା ଗଠନ କରିବା ପାଇଁ ଲୋକେ ମତଦାନ କରିଛନ୍ତି। ଭ୍ରଷ୍ଟାଚାର ହଟାଇବା ପାଇଁ, ରତ୍ନଭଣ୍ଡାରକୁ ନେଇ ଯେଉଁ ଆଶଙ୍କା ରହିଛି, ତାକୁ ହଟାଇବା ପାଇଁ ମତଦାନ କରିଛନ୍ତି। ବିଜେପି ଆସିବ ଓ ମହାପ୍ରଭୁଙ୍କ ୪ଦ୍ବାର ଭକ୍ତଙ୍କ ପାଇଁ ଖୋଲାଯିବ। ଓଡ଼ିଶାର ବିକାଶ ମୋର ଗ୍ୟାରେଣ୍ଟି। ଆପଣଙ୍କର ଆଶା ପୂରା ହେଉ, ଏହା ମୋଦୀଙ୍କ ସଂକଳ୍ପ। ମୋତେ ଖୁସି ଲାଗୁଛି ଓଡ଼ିଶା ବିଜେପି ନୂଆ ଇତିହାସ ରଚିବାକୁ ଯାଉଛି। ବିଜେପି ଚାଷୀଙ୍କ ପାଇଁ ଧାନ କୁଇଣ୍ଟାଲ ପିଛା ୩୧୦୦ ଟଙ୍କା କରିବାକୁ ନିଷ୍ପତ୍ତି ନେଇଛି।

ଜନସଭାକୁ ସମ୍ବୋଧିକ କରିବା ପୂର୍ବରୁ ପ୍ରଧାନମନ୍ତ୍ରୀ କହିଥିଲେ, କଳା ପ୍ରତି ମୋର ସମ୍ମାନ ରହିଛି। ନୂଆପିଢ଼ିର ଏହି କଳା ପାଇଁ ମୁଁ ଉତ୍ସାହିତ। ଆପଣମାନେ କଳା ଭାବନା ନେଇ ଆଗକୁ ବଢ଼ନ୍ତୁ। ଅପାଣମାନେ ଦେଇଥିବା ଉପହାର ଏହା ମୋ ପାଇଁ ଛୋଟ ନୁହେଁ। ମୁଁ ଯେତେବେଳେ ରାତିରେ ଯିବି, ଗୋଟିଗୋଟି କରି ଦେଖିବି। ଭଲପାଇବା ମୋର ଜୀବନରେ ବହୁତ ମୂଲ୍ୟବାନ। ଏହାକୁ ମୁଁ କେବେ ଭୁଲିପାରିବି ନାହିଁ। ୨୦୨୪ ନିର୍ବାଚନର ପ୍ରଚାର ପାଇଁ ଆସନ୍ତାକାଲି ଶେଷ ଦିନ। ଜୁନ ୪ ପରେ ଓଡ଼ିଶା ବିକାଶ ଦିଗରେ ଅଗ୍ରସର ହେବ। ଆପଣଙ୍କ ଠାରୁ ଆଶୀର୍ବାଦ ନେବା ପାଇଁ ଆସିଛି। ଜୁନ୍ ୧୦ର ନିମନ୍ତ୍ରଣ ଦେବାକୁ ଆସିଛି। ଓଡ଼ିଶାର ମୁଖ୍ୟମନ୍ତ୍ରୀ ଓଡ଼ିଆ ପୁଅ ବା ଝିଅ ହେବେ। ଓଡ଼ିଶାର ଲେକେ ଭାବିଛନ୍ତି, ରାଜ୍ୟରେ ଡବଲ ଇଂଜିନ ସରକାର। ପୂରା ଦେଶରେ ତୃତୀୟ ଥର ଏକ ମଜବୁତ ସରକାର ଉପରେ ମୋହର ଲଗାଇଛନ୍ତି।
ଦେଶ କଂଗ୍ରେସର ୬୦ ବର୍ଷ ଓ ବିଜେପିର ୧୦ ବର୍ଷର କାମ ଦେଖିଛି। ବିଗତ ୧୦ ବର୍ଷରେ ସବୁଠାରୁ ଉଚ୍ଚ ନିର୍ମାଣ କାମ କରାଯାଇଛି। ଷ୍ଟ୍ୟାଚୁ ଅଫ ଲିବିର୍ଟି, ଅଟଲ ସେତୁ, ଅଟଲ ଟନେଲ, ନୂଆ ସଂସଦ ଭବନ, ସହିଦଙ୍କ ପାଇଁ ନ୍ୟାସନାଲ ମେମୋରିଆଲ ହେଉଛି ଏହାର ଜ୍ବଳନ୍ତ ଉଦାହରଣ। ଦେଶ ସ୍ବାଧୀନ ହେଲା ପରେ ୧୯୬୨ ଲଢ଼େଇ ପରେ ଯେଉଁ ଯବାନମାନେ ବଳିଦାନ ଦେଇଛନ୍ତି, ସେମାନଙ୍କର ପାଇଁ ଏକ ସ୍ମାରକ ହେବା କଥା ବୋଲି ଦୀର୍ଘ ଦିନରୁ ଦାବି ହୋଇଆସୁଥିଲା। କିନ୍ତୁ କଂଗ୍ରେସ ଏହି କାମ କରିପାରିଲା ନାହିଁ। ଆପଣଙ୍କର ସେବକ ଯେତେବେଳେ ଦିଲ୍ଲୀ ପହଞ୍ଚିଲା, ଏହି କାମ ପୂରା କରିଛି। ମୁଁ ଯାହା କହୁଛି, ତାହା ଟ୍ରେଲର, ଆଗାମୀ ୫ ବର୍ଷରେ ଆହୁରି ଭବ୍ୟ ନିର୍ମାଣ କରାଯିବ।
[ad_2]




