ରାଜନୀତି

ପ୍ରାର୍ଥୀ ହେବାପରେ ବି ପ୍ରସନ୍ନ ‘ଅପ୍ରସନ୍ନ’! ସମ୍ବଲପୁରକୁ ଲଢ଼ିବାକୁ ଚାହୁଁ ନ ଥିବା ଚର୍ଚ୍ଚା – Kalinga News

[ad_1]

ରାସେଶ୍ବରୀଙ୍କ ସମର୍ଥକଙ୍କ ଖୋଲା ବିରୋଧ

ସମ୍ବଲପୁର: ମୁଖ୍ୟମନ୍ତ୍ରୀ କୁଆଡ଼େ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ‘ପ୍ରସନ୍ନ, ସଦା ପ୍ରସନ୍ନ’ ବୋଲି କହୁଥିବା ରାଜନୈତିକ ମହଲରେ ଆଲୋଚନା ହେଉଥାଏ। ତେବେ, ଏବେ ଟିକେଟ ଘୋଷଣା ପରେ ସେ କିନ୍ତୁ ଅପ୍ରସନ୍ନ ଥିବା ଜଣାପଡ଼ିଛି। ବିଜେଡିର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ ରେଢ଼ାଖୋଲ ବିଧାନସଭା ଆସନ ପାଇଁ ଆଗ୍ରହୀ ଥିବାବେଳେ ଦଳ ତାଙ୍କୁ ସମ୍ବଲପୁର ଆସନରୁ ପ୍ରାର୍ଥୀ କରିଛି। ସମ୍ବଲପୁର ବିଧାନସଭା କ୍ଷେତ୍ରରେ ଲାଗି ରହିଥିବା ଗୋଷ୍ଠୀ କନ୍ଦଳକୁ ଏଡ଼ାଇବା ପାଇଁ ଏହି ହେଭିୱେଟ୍‌ ନେତାଙ୍କୁ ପ୍ରାର୍ଥୀ ଦଳ କରିଥିବା କୁହାଯାଉଛି। ତେବେ, ପ୍ରସନ୍ନ ପ୍ରାର୍ଥୀ‌ହେବା ସତ୍ତ୍ବେ ଦଳୀୟ କନ୍ଦଳ ପ୍ରଶମିତ ହୋଇଯିବ ବୋଲି କୁହାଯାଇପାରିବ ନାହିଁ। କାରଣ, ରୋହିତ ପୂଜାରୀଙ୍କୁ ସମ୍ବଲପୁରରେ ବିରୋଧ କରୁଥିବା ପୂର୍ବତନ ବିଧାୟକ ଡା.ରସେଶ୍ବର ପାଣିଗ୍ରାହୀ ଏବଂ ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ସିଦ୍ଧାର୍ଥ ଦାସ ଗୋଷ୍ଠୀ ମଧ୍ୟ ପ୍ରସନ୍ନଙ୍କୁ ପ୍ରାର୍ଥୀ ଘୋଷଣା କରାଯିବା ପରେ ଖୋଲାଖୋଲି ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

ମିଳିଥିବା ସୂଚନା ଅନୁସାରେ, ଆଜି ସନ୍ଧ୍ୟାରେ ସମର୍ଥକମାନେ ରାସେଶ୍ୱରୀଙ୍କ ବାସଭବନରେ ଏକାଠି ହୋଇଥିଲେ ଏବଂ ପରେ ବୁଢ଼ାରଜା ପର୍ଯ୍ୟନ୍ତ ଶୋଭାଯାତ୍ରାରେ ଯାଇଥିଲେ। ରାସେଶ୍ୱରୀଙ୍କୁ ଟିକେଟ ଦେବାପାଇଁ ଦାବି କରିବା ସହିତ ‘ବାହାରିଆ ଲୋକ ଫେରିଯାଅ’ ସ୍ଲୋଗାନ ଦେଇଥିବା ଦେଖିବାକୁ ମିଳିଥିଲାl ରାସେଶ୍ୱରୀଙ୍କ ଅନୁଗତ ଜିଲ୍ଲା ବିଜେଡି ଉପସଭାପତି ସୁମନ୍ତ ପଣ୍ଡା ଏବଂ ଦେବାଶିଷ ନନ୍ଦ ପ୍ରତିକ୍ରିୟାରେ ‘ସମ୍ବଲପୁରର ବି ସ୍ବାଭିମାନ ଅଛି’ ବୋଲି କହିଥି‌ଲେ। ଏସବୁକୁ ଦୃଷ୍ଟିରେ ରଖି ପ୍ରସନ୍ନ ପ୍ରାର୍ଥୀ ଘୋଷଣା ପରେ ବି ଉତ୍ସାହିତ ନଥିବା ଜଣାପଡ଼ିଛି। ଆଜି ସକାଳେ ସମ୍ବଲପୁର ଲୋକସଭା ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ପ୍ରସନ୍ନଙ୍କୁ ତାଙ୍କ ବାସଭବନରେ ଭେଟି ଆଲୋଚନା କରିଥିଲେ। ପରବର୍ତ୍ତୀ ସମୟରେ ସେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ନିଜର ଅସନ୍ତୋଷ ବ୍ୟକ୍ତ କରିଥିବା କୁହାଯାଉଛି। ଏପରିକି, ରେଢ଼ାଖୋଲରେ ଥିବା ତାଙ୍କ ସମର୍ଥକ ଓ ଶୁଭେଚ୍ଛୁଙ୍କ ମଧ୍ୟରେ ବି ଅସନ୍ତୋଷ ପ୍ରକାଶ ପାଇଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button