ରାଜନୀତି

ମେ ୨୬ରୁ ଜୁନ୍‌ ୧ ପର୍ଯ୍ୟନ୍ତ ବାରାଣସୀରେ ରହିବେ ମୋଦୀ – Kalinga News

[ad_1]

୭ମ ପର୍ଯ୍ୟାୟ ପାଇଁ ହାଇଭୋଲଟେଜ୍ ପ୍ରଚାର

ନୂଆଦିଲ୍ଲୀ: ଜୁନ୍‌ ୧ ତାରିଖରେ ସପ୍ତମ ତଥା ଚୂଡ଼ାନ୍ତ ପର୍ଯ୍ୟାୟରେ ୮ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ୫୭ ଆସନରେ ଭୋଟ୍‌ ଗ୍ରହଣ ହେବ। ବିହାର, ଚଣ୍ଡିଗଡ଼, ହିମାଚଳପ୍ରଦେଶ, ଝାଡ଼ଖଣ୍ଡ, ଓଡ଼ିଶା, ପଂଜାବ, ଉତ୍ତରପ୍ରଦେଶ ଏବଂ ପଶ୍ଚିମବଙ୍ଗରେ ଏହି ପର୍ଯ୍ୟାୟରେ ଭୋଟ୍‌ ଅଛି। ସପ୍ତମ ପର୍ଯ୍ୟାୟ ପାଇଁ ନିର୍ବାଚନ କମିସନ ୨୧୦୫ଟି ପ୍ରାର୍ଥିପତ୍ର ଗ୍ରହଣ କରିଥିଲେ ଏବଂ ଯାଞ୍ଚ କରିବାପରେ ୯୫୪ଟି ପ୍ରାର୍ଥିପତ୍ର ବୈଧ ଦର୍ଶାଯାଇଥିଲା। କିଛି ପ୍ରାର୍ଥିପତ୍ର ପ୍ରତ୍ୟାହାର କରାଯିବାପରେ ଏବେ ମୋଟ୍‌ ୯୦୪ ଜଣ ପ୍ରାର୍ଥୀ ସପ୍ତମ ପର୍ଯ୍ୟାୟ ନିର୍ବାଚନ ଦୌଡ଼ରେ ଅଛନ୍ତି। ଶେଷ ପର୍ଯ୍ୟାୟରେ ପଂଜାବ ଏବଂ ଉତ୍ତରପ୍ରଦେଶରେ ୧୩ଟି ଲେଖାଏଁ ଆସନରେ ଭୋଟ୍‌ ଗ୍ରହଣ ହେବ। ଉତ୍ତରପ୍ରଦେଶର ବାରାଣସୀ ଲୋକସଭା‌ ଆସନରେ ଏହି ପର୍ଯ୍ୟାୟରେ ଭୋଟ୍‌ ଅଛି। ମିଳିଥିବା ସୂଚନାନୁଯାୟୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମେ’ ୨୬ରୁ ଜୁନ୍‌ ୧ ପର୍ଯ୍ୟନ୍ତ ବାରଣାସୀରେ ରହିବେ। ଏହି ରହଣୀ ସମୟରେ ମୋଦୀ ଉତ୍ତରପ୍ରଦେଶ, ବିହାର ଏବଂ ପଶ୍ଚିମବଙ୍ଗର ବିଭିନ୍ନ ନିର୍ବାଚନମଣ୍ଡଳୀରେ ରାଲି ଏବଂ ପ୍ରଚାର କରିବେ।

ମିଳିଥିବା ସୂଚନାନୁଯାୟୀ ଷଷ୍ଠ ପର୍ଯ୍ୟାୟ ନିର୍ବାଚନ ଶେଷ ହେବାପରେ ମୋଦୀ ଆଜି ବାରାଣସୀ ଯାଇଛନ୍ତି। ମେ’ ୨୬ରୁ ଜୁନ୍‌ ୧ ମଧ୍ୟରେ ମୋଦୀ ବାରଣାସୀ ବାଦ୍‌ ବିହାରର ବକ୍ସାର, କାରାକଟ, ପାଟଳିପୁତ୍ର ଏବଂ ପୂର୍ବ ଉତ୍ତରପ୍ରଦେଶ ଓ ପଶ୍ଚିମବଙ୍ଗରେ ରାଲି କରିବେ। ଦଳୀୟ ସୂତ୍ରରୁ ମିଳିଥିବା ସୂଚନାନୁଯାୟୀ ପ୍ରଧାନମନ୍ତ୍ରୀ ଏହି ସମୟ ମଧ୍ୟରେ ବାରାଣସୀରେ ସାଂଗଠନିକ ବୈଠକ କରିବେ। ଶେଷ ଥର ସେ ଗତ ମଙ୍ଗଳବାର ଦିନ ବାରାଣସୀରେ ବୈଠକ କରିଥିଲେ। ଏହ‌ି ବୈଠକରେ ୧୯୦୯ ବୁଥ୍‌ରୁ ୧୦ ଜଣ ଲେଖାଏଁ ମହିଳା ଉପସ୍ଥିତ ଥିଲେ। ଉତ୍ତରପ୍ରଦେଶରେ ମୋଦୀ ୩୦ ରାଲି କରିଛନ୍ତି। ରୋଡ୍‌ସୋ ସଂଖ୍ୟା ମିଶାଇଲେ ଏହା ୪୦ ଟପିଯିବ। ପଶ୍ଚିମବଙ୍ଗରେ ମୋଦୀ ଏଯାବତ ୨୫ ରାଲି କଲେଣି। ଏଯାବତ୍‌ ମୋଦୀ ଦେଶବ୍ୟାପୀ ୨୫୦ରୁ ଅଧିକ ରାଲି କରିଛନ୍ତି ବୋଲି ବିଜେପି ସୁତ୍ରରୁ ଜଣାପଡ଼ିଛି। ଉଲ୍ଲେଖଯୋଗ୍ୟ ଯେ ୨୦୧୪ରେ ମୋଦୀ ପ୍ରଥମ ଥର ଲୋକସଭା ନିର୍ବା‌ଚନ ଜିତିବା ସମୟରେ ସେ ଦେଶବ୍ୟାପୀ ୪୩୭ ରାଲି କରିଥିଲେ। ସପ୍ତମ ପର୍ଯ୍ୟାୟ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧି ଏବଂ ସମାଜବାଦୀ ପାର୍ଟି ସୁପ୍ରିମୋ ଅଖିଳେଶ ଯାଦବ ମଧ୍ୟ ପ୍ରଚାର ଜୋରଦାର କରିଛନ୍ତି। ଉତ୍ତରପ୍ରଦେଶର ୮୦ ଲୋକସଭା ଆସନରୁ ବିଜେପି ଏଥର ସବୁ ଆସଲ ହାସଲ ଲକ୍ଷ୍ୟ ରଖିଥିବା ବେଳେ ଅଖିଳେଶ ଦାବି କରିଛନ୍ତି ଯେ ଇଣ୍ଡିଆ ମେଣ୍ଟ ରାଜ୍ୟରେ ୭୯ ଆସନ ଦଖଲ କରିବ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button